Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 10:15 - ପବିତ୍ର ବାଇବଲ

15 ପଙ୍ଗପାଳମାନେ ଭୂମିକୁ ଆଚ୍ଛାଦନ କଲେ ଏବଂ ସମଗ୍ର ମିଶର ଅନ୍ଧକାରଚ୍ଛନ୍ନ ହୋଇଗଲା। ପଥର ବର୍ଷାରେ ଯାହାସବୁ ନଷ୍ଟ ହୋଇ ନ ଥିଲା, ଅବଶିଷ୍ଟାଂଶ ଗଛର ପୁତ୍ରକୁ ପଙ୍ଗପାଳ ଦଳ ଖାଇଗଲେ। ଏପରିକି ମିଶରରେ କୌଣସି ବୃକ୍ଷରେ ଆଉ ପତ୍ର ରହିଲା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେଓ ସେମାନଙ୍କ ଦ୍ଵାରା ଦେଶ ଅନ୍ଧକାରାବୃତ ହେଲା, ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳା ବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ; ତହିଁରେ ସମୁଦାୟ ମିସର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ୍ ବର୍ଣ୍ଣ କିଛିମାତ୍ର ରହିଲା ନାହିଁ।

Gade chapit la Kopi

ଓଡିଆ ବାଇବେଲ

15 ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରାବୃତ ହେଲା, ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳା ବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ; ତହିଁରେ ସମୁଦାୟ ମିସର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ୍‍ ବର୍ଣ୍ଣ କିଛି ମାତ୍ର ରହିଲା ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସେମାନେ ସମୁଦାୟ ଭୂମି ଆଚ୍ଛନ୍ନ କଲେ ଓ ସେମାନଙ୍କ ଦ୍ୱାରା ଦେଶ ଅନ୍ଧକାରାବୃତ ହେଲା, ଭୂମିର ଯେ ତୃଣ ଓ ବୃକ୍ଷାଦିର ଯେ ଫଳ ଶିଳା ବୃଷ୍ଟିରୁ ରକ୍ଷା ପାଇଥିଲା, ତାହା ସେମାନେ ଖାଇ ପକାଇଲେ; ତହିଁରେ ସମୁଦାୟ ମିସର ଦେଶରେ କୌଣସି ବୃକ୍ଷ କି କ୍ଷେତ୍ରର ତୃଣାଦି ହରିତ୍‍ବର୍ଣ୍ଣ କିଛିମାତ୍ର ରହିଲା ନାହିଁ।

Gade chapit la Kopi




ଯାତ୍ରା ପୁସ୍ତକ 10:15
11 Referans Kwoze  

ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସେମାନେ ଏତେ ସଂଖ୍ୟକ ହେବେ ଯେ, ତୁମ୍ଭେମାନେ ଆଉ ଭୂମି ଦେଖି ପାରିବ ନାହିଁ। ଯେକୌଣସି ଦ୍ରବ୍ୟ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସେମାନେ କ୍ଷେତ୍ର ମଧ୍ୟସ୍ଥ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷ୍ୟଣ କରିବେ।


“ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ୟକୁ ଆପଣା ଯେଉଁ ମହା ସୈନ୍ୟଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁର୍ଘୁରିୟା ଓ ପରିପକ୍ୱ ତୁମ୍ଭମାନଙ୍କ ବିରୁଦ୍ଧରେ ପଠାଇଲୁ। ସେମାନେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫେରାଇ ଦେବା, ଯାହା ବର୍ଷଧରି ଖାଇଯାଇଛନ୍ତି।


ପରମେଶ୍ୱର ସେମାନଙ୍କ ଫସଲକୁ କୀଟ ପଠାଇଲେ। ସେମାନଙ୍କର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶରରେ ମାଡ଼ିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହା ସବୁ ସେମାନେ ଖାଇଯିବେ।”


ପଙ୍ଗପାଳ ଦଳ ରାଜ୍ୟର ସମସ୍ତ ତୃଣ ଖାଇଗଲେ। ତା'ପରେ ମୁଁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କେବେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।”


ତହୁଁ ସେ ବିୟୋରର ପୁତ୍ର ବିଲିୟମ ନିକଟକୁ ବାର୍ତ୍ତାବହ ପଠାଇଲେ। ସେହି ସମୟରେ ବିଲିୟମ ନିଜ ସମ୍ପର୍କୀୟମାନଙ୍କର ଦେଶର ଫରାତ୍ ନଦୀ ନିକଟସ୍ଥ ପାଥୋର ନଗରରେ ଥିଲେ। ବାଲା‌କ୍‌‌ର ବାର୍ତ୍ତା ଥିଲା, “ମିଶରରୁ ବହୁତ ଲୋକ ଆସିଲେ। ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି ଏବଂ ବର୍ତ୍ତମାନ ଆମ୍ଭ ନିକଟବର୍ତ୍ତୀ ହୋଇଛନ୍ତି।


ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସେମାନେ ଦଳବଦ୍ଧ ହୋଇ ଗମନ କରନ୍ତି।


ଯାହା ଶୂକ କୀଟ ଛାଡ଼ିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡ଼ିଛନ୍ତି ତାକୁ ପତଙ୍ଗ ଶେଷ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡ଼ିଛନ୍ତି ତାକୁ ଘୁର୍ଘୁରିୟା ନଷ୍ଟ କରିଛନ୍ତି।


Swiv nou:

Piblisite


Piblisite