Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 10:10 - ପବିତ୍ର ବାଇବଲ

10 ଫାରୋ ସେମାନଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭ ସହିତ ରହିବା ଉଚିତ୍, ଯଦି ମୁଁ ତୁମ୍ଭର ପିଲାମାନଙ୍କୁ ତୁମ୍ଭ ସହିତ ଯିବାକୁ ଦିଏ! ଦେଖ, ତୁମ୍ଭେମାନେ ତୁମ୍ଭ ନିଜ ପାଇଁ ଅସୁବିଧା କରୁଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତେବେ ଫାରୋ ସେମାନଙ୍କୁ କହିଲେ, ହେଉ, ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଛାଡ଼ି ଦେବୁ; ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି।

Gade chapit la Kopi

ଓଡିଆ ବାଇବେଲ

10 ତେବେ ଫାରୋ ସେମାନଙ୍କୁ କହିଲେ, “ହେଉ, ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଯିବାକୁ ଦେବୁ; ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତେବେ ଫାରୋ ସେମାନଙ୍କୁ କହିଲେ, “ହେଉ, ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଆମ୍ଭେ ତ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକମାନଙ୍କୁ ଯିବାକୁ ଦେବୁ; ସାବଧାନ, ଅମଙ୍ଗଳ ତୁମ୍ଭମାନଙ୍କ ସମ୍ମୁଖରେ ଅଛି।

Gade chapit la Kopi




ଯାତ୍ରା ପୁସ୍ତକ 10:10
7 Referans Kwoze  

ତୁମ୍ଭମାନଙ୍କୁ ମୂର୍ଖ ବନେଇବା ଓ ପ୍ରତାରଣା କରିବାକୁ ହିଜକିୟଙ୍କୁ ଦିଅ ନାହିଁ। ତାହାକୁ ଆଦୌ ବିଶ୍ୱାସ କର ନାହିଁ, କାରଣ କୌଣସି ରାଜ୍ୟ ବା କୌଣସି ଦେଶ ତାହାର ଲୋକମାନଙ୍କୁ ମୋ'ଠାରୁ ବା ମୋର ପୂର୍ବପୁରୁଷମାନଙ୍କଠାରୁ ରକ୍ଷା କରିପାରି ନାହିଁ। ତେଣୁ ତୁମ୍ଭମାନଙ୍କ ପରମେଶ୍ୱର ଯେ ତୁମ୍ଭମାନଙ୍କୁ ବିନଷ୍ଟ କରିବାରୁ ମୋତେ ରୋକିପାରିବ, ଏହା ଆଦୌ ଭାବ ନାହିଁ।’”


ସଦାପ୍ରଭୁ ସେମାନଙ୍କୁ ଆଗକୁ ପଥ କଢ଼ାଇ ନେଲେ, ଦିନବେଳେ ସଦାପ୍ରଭୁ ସେମାନଙ୍କୁ ମେଘସ୍ତମ୍ଭ ଦ୍ୱାରା ରାସ୍ତା ଦେଖାଇଲେ ଏବଂ ରାତିରେ ସେ ସେମାନଙ୍କୁ ଅଗ୍ନିସ୍ତମ୍ଭ ସାହାଯ୍ୟରେ ଆଗେଇ ନେଲେ।


ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।


ମୋଶା ଉତ୍ତର ଦେଲେ, “ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ୟ ଯିବେ। ଆମ୍ଭେମାନେ ସମସ୍ତେ ଯିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସବ ହେବ।”


ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କେବଳ ସେହି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ଯାଇ ପାରିବେ ନାହିଁ।” ଏହା ପରେ ସେ ହାରୋଣ ଓ ମୋଶାଙ୍କୁ ବିଦାୟ ଦେଲେ।


ପୁନରାୟ ଫାରୋ ମୋଶାଙ୍କୁ ଡାକିଲେ ଏବଂ କହିଲେ, “ଯାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ସାଙ୍ଗରେ ନେଇଯାଅ। କିନ୍ତୁ ତୁମ୍ଭର ମେଷଗୁଡ଼ିକୁ ଓ ଗୋରୁଗାଈଗୁଡ଼ିକ ନିଅ ନାହିଁ।”


Swiv nou:

Piblisite


Piblisite