Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 1:11 - ପବିତ୍ର ବାଇବଲ

11 ମିଶରୀୟ ଲୋକମାନେ ସେମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀୟମାନେ ସେମାନଙ୍କ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠାରେ ଫାରୋ ଖାଦ୍ୟ ଶସ୍ୟ ରଖୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଅନନ୍ତର ସେମାନେ ଭାରବହନ ଦ୍ଵାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି ସେମାନଙ୍କ ଦ୍ଵାରା ଫାରୋଙ୍କ ନିମନ୍ତେ ଭଣ୍ତାରର ନଗର, ଅର୍ଥାତ୍,ପିଥୋମ୍ ଓ ରାମିଷେଷ୍ ନିର୍ମାଣ କରାଇଲେ।

Gade chapit la Kopi

ଓଡିଆ ବାଇବେଲ

11 ଏଥିଉତ୍ତାରେ ସେମାନେ ଭାରବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍‍, ପିଥୋମ୍‍ ଓ ରାମିଷେଷ୍‍ ନିର୍ମାଣ କରାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିଉତ୍ତାରେ ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍‍, ପିଥୋମ୍‍ ଓ ରାମିଷେଷ୍‍ ନିର୍ମାଣ କରାଇଲେ।

Gade chapit la Kopi




ଯାତ୍ରା ପୁସ୍ତକ 1:11
21 Referans Kwoze  

ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଏ ବିଷୟରେ ନିଶ୍ଚିତ ହୋଇ ପାରିବ, ତୁମ୍ଭର ବଂଶଧର ବିଦେଶରେ ପ୍ରବାସୀ ହେବେ ଏବଂ କ୍ରୀତଦାସ ହେବେ ଏବଂ 400 ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବେ।


ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ।


ମୋଶା ବଡ଼ ହେଲେ। ସେ ତାଙ୍କର ନିଜର ଲୋକମାନଙ୍କୁ ଭେଟିଲେ ଏବଂ ଦେଖିଲେ, ଏବ୍ରୀୟ ଲୋକମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ କରାଯାଉଅଛି। ଦିନେ ମୋଶା ଦେଖିଲେ ଜଣେ ମିଶରୀୟ ଲୋକ ଜଣେ ଏବ୍ରୀୟ ଲୋକକୁ ପ୍ରହାର କରୁଥିଲା।


ଫାରୋ ଯେପରି ଆଜ୍ଞା ଦେଲେ ଯୋଷେଫ ସେହିପରି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସେହି ଭୂମି ମିଶରରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାରରେ ଦେଲେ।


ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ। ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।


ସେଥିରେ ମିସ୍ରୀୟ ଲୋକମାନେ ଆମ୍ଭମାନଙ୍କ ପ୍ରତି ଦୌରାତ୍ମ୍ୟ କଲେ ଓ ଆମ୍ଭମାନଙ୍କୁ କଷ୍ଟ ଦେଇ କଠିନ ପରିଶ୍ରମ କରାଇଲେ।


ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ ଓ ମିଶରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ୟବହାର କଲେ, ତାହା ତୁମ୍ଭେ ଜାଣ।


କଠୋର ହୃଦୟ ଓ କ୍ରୋଧ ପ୍ରଳୟଙ୍କାରୀ, କେହି ଅନ୍ତର୍ଜ୍ୱାଳା ଆଗରେ ଠିଆ ହୋଇ ପାରିବ ନାହିଁ।


ସେମାନେ ଏକ ଦେଶରୁ ଅନ୍ୟ ଦେଶକୁ ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ।


ଘରେ ରହୁଥିବା ଲୋକମାନେ ମଧ୍ୟ ଧନ ଭାଗ ପାଇବେ। ସେମାନେ ରୌପ୍ୟ ମଣ୍ଡିତ କପୋତର ଡେଣା ପାଇବେ। ସେମାନେ ସୁବର୍ଣ୍ଣରେ ଝଲମଲ କରୁଥିବା ଡେଣା ପାଇବେ।”


ଶଲୋମନ ମଧ୍ୟ ମରୁଭୂମି ମଧ୍ୟରେ ତ‌ଦ୍‌ମୋର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍‌ରେ ସମସ୍ତ ସହର ନିର୍ମାଣ କଲେ।


ରାଜା ଶଲୋମନ ଶସ୍ୟ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ୱାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ଯିରୁଶାଲମରେ, ଲିବାନୋ‌ନ୍‌ରେ ଓ ତାଙ୍କ ଶାସନାଧୀନ ଦେଶ ବ୍ୟତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ।


ଏହା ପରେ ଇସ୍ରାଏଲୀୟ କାର୍ଯ୍ୟାଧ୍ୟକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସେମାନେ ଅଭିଯୋଗ କରି କହିଲେ “ଆମ୍ଭେମାନେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ୟବହାର କରୁଛ?


ମିଶରୀୟମାନେ ଇସ୍ରାଏଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସେମାନେ ସେମାନଙ୍କୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବାଧ୍ୟ କଲେ। ସେମାନଙ୍କୁ ମଧ୍ୟ ବିଲରେ କଠିନ ପରିଶ୍ରମ କରାଇଲେ। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ବାଧ୍ୟ କଲେ।


ତେଣୁ ଇସ୍ରାଏଲୀୟ କ୍ରୀତଦାସମାନଙ୍କର ମୁନିବ ଓ ତଦାରଖକାରୀଗଣ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କୁ ଆଉ ପାଳ ନ ଦେବା ପାଇଁ ଫାରୋ ନିଷ୍ପତ୍ତି କରିଛନ୍ତି।


ବି‌ନ୍‌ହଦଦ୍ ରାଜା ଆସାଙ୍କ ସହିତ ସମ୍ମତ ହେଲେ। ଇସ୍ରାଏଲର ସହରଗୁଡ଼ିକ ଉପରେ ଆକ୍ରମଣ କରିବା ନିମନ୍ତେ ବି‌ନ୍‌ହଦଦ୍ ତାଙ୍କ ସୈନ୍ୟଦଳର ସେନାପତିମାନଙ୍କୁ ପଠାଇଲେ। ସେହି ସେନାପତିମାନେ ଇୟୋନ, ଦାନ ଓ ଆବେଲମୟିମ୍ ସହରଗୁଡ଼ିକ ଉପରେ ଆକ୍ରମଣ କଲେ। ସେମାନେ ନପ୍ତାଲି ଅଞ୍ଚଳର ସମସ୍ତ ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ, ଯେଉଁଠାରେ ଜିନିଷ ଠୁଳ କରି ରଖାଯାଇଥିଲା।


ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ। ଇସ୍ରାଏଲ, ଏହାକୁ ଆଉଥରେ କୁହ।


କିନ୍ତୁ ସେମାନେ ପୂର୍ବପରି ଯେତେ ସଂଖ୍ୟକ ଇଟା ତିଆରି କରୁଥିଲେ, ସେମାନଙ୍କୁ ସେତିକ ଇଟା ତିଆରି କରାଅ। ସେମାନେ ଅଳସୁଆ ହୋଇଛନ୍ତି। ଯେଉଁଥିପାଇଁ ସେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ। ଯେଣୁ ସେମାନେ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଗ୍ଭହୁଛନ୍ତି।


ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି। କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।


Swiv nou:

Piblisite


Piblisite