Biblia Todo Logo
Bib sou entènèt

- Piblisite -




ଏଷ୍ଟର 9:19 - ପବିତ୍ର ବାଇବଲ

19 ଏଥିନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘେରି ରହିଥିବା ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥିରେ ସେମାନେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଏନିମନ୍ତେ ଗ୍ରାମସ୍ଥ, ଅର୍ଥାତ୍, ପ୍ରାଚୀରହୀନ ନଗରନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର, ପୁଣି ପରସ୍ପର ଅଂଶ ପଠାଇବାର ଦିନ କରି ମାନନ୍ତି।

Gade chapit la Kopi

ଓଡିଆ ବାଇବେଲ

19 ଏନିମନ୍ତେ ଗ୍ରାମସ୍ଥ, ଅର୍ଥାତ୍‍, ପ୍ରାଚୀରହୀନ ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର, ପୁଣି ପରସ୍ପର ଅଂଶ ପଠାଇବାର ଦିନ କରି ମାନନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଏନିମନ୍ତେ ଗ୍ରାମସ୍ଥ, ଅର୍ଥାତ୍‍, ପ୍ରାଚୀରହୀନ ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର, ପୁଣି ପରସ୍ପର ଅଂଶ ପଠାଇବାର ଦିନ କରି ମାନନ୍ତି।

Gade chapit la Kopi




ଏଷ୍ଟର 9:19
13 Referans Kwoze  

ଏବଂ ପ୍ରତି ପ୍ରଦେଶରେ ଓ ପ୍ରତି ନଗରରେ, ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମ ପତ୍ର ଉପସ୍ଥିତ ହେଲା, ସେହି ସ୍ଥାନରେ ଯିହୁଦୀୟମାନଙ୍କର ଆନନ୍ଦ ଓ ଆମୋଦ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନେକ ଲୋକ ଯିହୁଦୀୟ ମତାବଲମ୍ବୀ ହେଲେ, ଯେହେତୁ ସେମାନେ ଯିହୁଦୀୟମାନଙ୍କ ସକାଶେ ଭୟ କଲେ।


ସେମାନଙ୍କର ମୃତ୍ୟୁରେ ପୃଥିବୀର ଲୋକେ ଖୁସୀ ହେବେ। ସେମାନେ ଭୋଜି କରିବେ ଓ ପରସ୍ପର ଭିତରେ ଉପହାର ଦିଆନିଆ କରିବେ। ସେମାନେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲେ।


ସେ ଆଦେଶ ଦେଲେ ଯେ, ସେମାନେ ସେହି ଦିନଗୁଡ଼ିକ ପାଳନ କରିବେ, ଯେତେବେଳେ ସେମାନେ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତ ପାଇଲେ ଏବଂ ସେମାନଙ୍କର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବରେ ବଦଳି ଗଲା, ଯେହେତୁ ଭୋଜିର ଦିନ, ଆନନ୍ଦର ଦିନରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରତ୍ୟେକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।


ଉତ୍ସବ ସମୟରେ ତୁମ୍ଭେ ଓ ତୁମ୍ଭ ପୁତ୍ର, କନ୍ୟା, ଦାସ, ଦାସୀ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ।


ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣ୍ଣୟ କରିବେ, ସେହି ସ୍ଥାନରେ ତାଙ୍କ ସମ୍ମୁଖରେ ତୁମ୍ଭେ ଓ ତୁମ୍ଭ ପୁତ୍ର ତୁମ୍ଭର କନ୍ୟା ଓ ତୁମ୍ଭର ଦାସ ଦାସୀ, ତୁମ୍ଭ ନଗର ଦ୍ୱାରର ଲେବୀୟ ଲୋକ ଓ ତୁମ୍ଭ ମଧ୍ୟରେ ଥିବା ବିଦେଶୀୟ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ।


ଏଣୁ ତୁମ୍ଭମାନଙ୍କ ଭିତରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାଯ୍ୟ ଲୋଡ଼ନ୍ତି, ସେମାନଙ୍କୁ ସାହାଯ୍ୟ କର। ତା'ହେଲେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ଓ ପବିତ୍ର ହୋଇଯିବ।


ସେ ତାଙ୍କୁ କହିଲେ, “ଦୌଡ଼ିକରି ଯାଅ ଏବଂ ସେହି ଯୁବକଙ୍କୁ କୁହ! ‘ଯିରୁଶାଲମ ଏକ ପ୍ରାଚୀର ବିହୀନ ନଗରୀ ହେବ। କାରଣ ସେଠାରେ ବହୁ ସଂଖ୍ୟାରେ ଲୋକ ଓ ପଶୁମାନେ ମଧ୍ୟସ୍ଥାନରେ ବାସ କରିବେ।’


ସମସ୍ତ ନଗର ଗୁଡ଼ିକ ସୁରକ୍ଷିତ ଥିଲା। ସେଗୁଡ଼ିକର ଉଚ୍ଚ ପ୍ରାଚୀର ଥିଲା, ଦ୍ୱାରଥିଲା ଓ ଅର୍ଗଳରେ ସୁରକ୍ଷିତ ଥିଲା। ଏପରି ମଧ୍ୟ କେତେକ ନଗର ଥିଲା ଯାହାର ପ୍ରାଚୀର ନ ଥିଲା।


ତୁମ୍ଭର ଗ୍ଭକରମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ ସତ କହିବେ। ମୋର ଯୁବକ ଲୋକମାନଙ୍କୁ ଦୟାକର। ଆମ୍ଭେମାନେ ଏହି ଖୁସୀ ସମୟରେ ତୁମ୍ଭ ପାଖକୁ ଆସିଛୁ। ବିନୟ କରୁଅଛୁ ତୁମ୍ଭେ ଯାହାପାର ଏମାନଙ୍କୁ ଦିଅ। ଦୟାକରି ତୁମ୍ଭେ ତୁମ୍ଭର ସାଙ୍ଗ ଦାଉଦ ପାଇଁ ଏହା କର।”


ଏହା ପରେ ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ୱେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀମାନଙ୍କ ନିକଟକୁ ପଠାଇଲା।


“ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ବାସ କରିବ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭେମାନେ ସ୍ୱାର୍ଥପର ହେବ ନାହିଁ। ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ମନା କରିବ ନାହିଁ।


Swiv nou:

Piblisite


Piblisite