Biblia Todo Logo
Bib sou entènèt

- Piblisite -




ଏଷ୍ଟର 9:12 - ପବିତ୍ର ବାଇବଲ

12 ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, “ଯିହୁଦୀୟମାନେ 500 ଲୋକଙ୍କୁ ଶୂଶ‌ନ୍‌ରେ ହତ୍ୟା କରିଛନ୍ତି, ସେମାନଙ୍କ ମଧ୍ୟରେ ହାମ‌ନ୍‌ର ଦଶପୁତ୍ର ଅନ୍ତର୍ଭୁକ୍ତ। ସେମାନେ ଅନ୍ୟ ପ୍ରଦେଶରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମୋତେ କ’ଣ କରିବାକୁ ହେବ ବୋଲି ତୁମ୍ଭେମାନେ ଗ୍ଭହୁଁଛ? ମୋତେ କୁହ ଏବଂ ମୁଁ ତାହା କରିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ରାଜା ଏଷ୍ଟର ରାଣୀକି କହିଲା, ଯିହୁଦୀୟମାନେ ଶୂଶନ୍ ରାଜଧାନୀରେ ପାଞ୍ଚ ଶତ ଲୋକ ଓ ହାମନର ଦଶ ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି; ତେବେ ସେମାନେ ରାଜାର ଅବଶିଷ୍ଟ ପ୍ରଦେଶସକଳରେ କଅଣ କରି ନ ଥିବେଣ! ଏବେ ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ଆଉ ପ୍ରାର୍ଥନା କଅଣ? ତାହା ସିଦ୍ଧ ହେବ।

Gade chapit la Kopi

ଓଡିଆ ବାଇବେଲ

12 ରାଜା ଏଷ୍ଟର ରାଣୀଙ୍କୁ କହିଲେ, “ଯିହୁଦୀୟମାନେ ଶୂଶନ୍‍ ରାଜଧାନୀରେ ପାଞ୍ଚ ଶତ ଲୋକ ଓ ହାମନ୍‍ର ଦଶ ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି; ତେବେ ସେମାନେ ରାଜାଙ୍କ ଅବଶିଷ୍ଟ ପ୍ରଦେଶ ସକଳରେ କଅଣ କରି ନ ଥିବେ ! ଏବେ ତୁମ୍ଭର ନିବେଦନ କଅଣ ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ଆଉ ପ୍ରାର୍ଥନା କଅଣ ? ତାହା ସିଦ୍ଧ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ରାଜା ଏଷ୍ଟର ରାଣୀଙ୍କୁ କହିଲେ, “ଯିହୁଦୀୟମାନେ ଶୂଶନ୍‍ ରାଜଧାନୀରେ ପାଞ୍ଚ ଶତ ଲୋକ ଓ ହାମନ୍‍ର ଦଶ ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି; ତେବେ ସେମାନେ ରାଜାଙ୍କ ଅବଶିଷ୍ଟ ପ୍ରଦେଶ ସକଳରେ କଅଣ କରି ନ ଥିବେ! ଏବେ ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ଆଉ ପ୍ରାର୍ଥନା କଅଣ? ତାହା ସିଦ୍ଧ ହେବ।”

Gade chapit la Kopi




ଏଷ୍ଟର 9:12
6 Referans Kwoze  

ସେହି ଦ୍ୱିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, “ରାଣୀ ଏଷ୍ଟର! ତୁମ୍ଭର ନିବେଦନ କ’ଣ? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ଇଚ୍ଛା କ’ଣ? ତହା ମୋର ଅର୍ଦ୍ଧେକ ରାଜ୍ୟ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦେବି।”


ଏଥିରେ ରାଜା ଭୋଜିରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, “ତୁମ୍ଭର କ’ଣ ନିବେଦନ ଅଛି? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ପ୍ରାର୍ଥନା କ’ଣ? ମୋ’ ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ଦିଆଯିବ।”


ସେହି ଦିନ କେତେଜଣ ଲୋକଙ୍କୁ ରାଜଧାନୀ ଶୂଶ‌ନ୍‌ରେ ହତ୍ୟା କରାଯାଇଥିଲା, ଏହା ରାଜାଙ୍କୁ କୁହାଗଲା।


ଯିହୁଦୀୟମାନେ ଚତୁର୍ଦ୍ଦଶ ଦିନରେ ମଧ୍ୟ ସେଠାରେ ଏକତ୍ରିତ ହେଲେ। ଅଦର ମାସରେ ସେମାନେ ଶୂଶ‌ନ୍‌ରେ 300 ଲୋକଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେମାନଙ୍କର ଦ୍ରବ୍ୟ ଲୁଣ୍ଠନ କଲେ ନାହିଁ।


ରାଜା ତାଙ୍କୁ ପଗ୍ଭରିଲେ, “ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ’ଣ କରିପାରେ? ତୁମ୍ଭର କ’ଣ ପ୍ରାର୍ଥନା ଅଛି? ମୋର ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆଯିବ।”


ସେନାଧ୍ୟକ୍ଷ ଯୁବକର ହାତ ଧରି ନିରୋଳା ସ୍ଥାନକୁ ନେଇ ପଗ୍ଭରିଲେ, “ତୁମ୍ଭେ ମୋତେ କ’ଣ କହିବାକୁ ଗ୍ଭହଁ?”


Swiv nou:

Piblisite


Piblisite