Biblia Todo Logo
Bib sou entènèt

- Piblisite -




ଏଷ୍ଟର 8:9 - ପବିତ୍ର ବାଇବଲ

9 ତେଣୁ ତୃତୀୟ ମାସର ଅର୍ଥାତ୍ ସୀବନ ମାସର ତେଇଶ୍ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ ମର୍ଦ୍ଦଖୟର ଆଜ୍ଞା ଅନୁସାରେ ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶର ଅନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷାରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ। ପୁଣି ପ୍ରତ୍ୟେକ ଗୋଷ୍ଠୀକି ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲେଖାଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତେଣୁ ତୃତୀୟ ମାସର, ଅର୍ଥାତ୍, ସୀବନ ମାସର ତେଇଶ ଦିନରେ ରାଜାର ଲେଖକମାନେ ଆହୂତ ହୁଅନ୍ତେ, ମର୍ଦ୍ଦଖୟର ସକଳ ଆଜ୍ଞାନୁସାରେ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୁଶ ଦେଶ ପର୍ଯ୍ୟନ୍ତ ଏକଶତ ସତାଇଶ ପ୍ରଦେଶାନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ, ପୁଣି ପ୍ରତ୍ୟେକ ଗୋଷ୍ଠୀକି ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଭାଷାନୁସାରେ ପତ୍ର ଲିଖିତ ହେଲା ।

Gade chapit la Kopi

ଓଡିଆ ବାଇବେଲ

9 ତେଣୁ ତୃତୀୟ ମାସର, ଅର୍ଥାତ୍‍, ସୀବନ ମାସର ତେଇଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ମର୍ଦ୍ଦଖୟର ସକଳ ଆଜ୍ଞାନୁସାରେ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକଶତ ସତାଇଶ ପ୍ରଦେଶାନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ, ପୁଣି ପ୍ରତ୍ୟେକ ଗୋଷ୍ଠୀକି ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲିଖିତ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତେଣୁ ତୃତୀୟ ମାସର, ଅର୍ଥାତ୍‍, ସୀବନ ମାସର ତେଇଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ମର୍ଦ୍ଦଖୟର ସକଳ ଆଜ୍ଞାନୁସାରେ ଯିହୁଦୀୟମାନଙ୍କ ନିକଟକୁ ଓ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶହ ସତାଇଶ ପ୍ରଦେଶାନ୍ତର୍ଗତ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ କ୍ଷିତିପାଳ ଓ ଶାସନକର୍ତ୍ତା ଓ ପ୍ରଦେଶାଧିପତିମାନଙ୍କ ନିକଟକୁ, ପୁଣି ପ୍ରତ୍ୟେକ ଗୋଷ୍ଠୀକୁ ସେମାନଙ୍କ ଭାଷାନୁସାରେ, ଆଉ ଯିହୁଦୀୟ ଲୋକମାନଙ୍କ ନିକଟକୁ ସେମାନଙ୍କ ଅକ୍ଷର ଓ ଭାଷାନୁସାରେ ପତ୍ର ଲିଖିତ ହେଲା।

Gade chapit la Kopi




ଏଷ୍ଟର 8:9
10 Referans Kwoze  

ତେଣୁ ସେ ପ୍ରତ୍ୟେକ ପ୍ରଦେଶରେ ଅକ୍ଷାରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲା, “ପ୍ରତ୍ୟେକ ପୁରୁଷ ନିଜ ନିଜ ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଗ୍ଭର କରୁ।”


ଅକ୍ଷଶ୍ୱେରଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜତ୍ୱ କଲେ।


ଦାରିୟାବସ ଚିନ୍ତାକଲେ ସମୁଦାୟ ରାଜ୍ୟରେ ଶାସନ କରିବକୁ 120 କ୍ଷିତିପାଳ ନିଯୁକ୍ତ କଲେ ଭଲ ହେବ।


ସମୁଦାୟ ପୃଥିବୀ ନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖ‌ଦ୍‌ନିତ୍ସର ରାଜାଙ୍କର ବିଜ୍ଞାପନ, ତୁମ୍ଭମାନଙ୍କର ବାହୁଲ୍ୟରୂପେ ଶାନ୍ତି ହେଉ।


ତା'ପରେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍, ଶିବନ ଓ ଯୋୟାହ ରବ୍‌ଶାକିକୁ କହିଲେ, “ବିନୟ କରୁଅଛୁ, ଆପଣ ଅରାମୀୟ ଭାଷାରେ ଦାସମାନଙ୍କୁ କୁହନ୍ତୁ। ଆମ୍ଭେମାନେ ତାହା ବୁଝୁଅଛୁ। କିନ୍ତୁ ଆପଣ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ କାରଣ ପ୍ରାଚୀର ଉପରିସ୍ଥ ଲୋକମାନେ ଆମ୍ଭମାନଙ୍କ କଥା ଶୁଣି ପାରିବେ।”


ସେତେବେଳେ ଦାରିୟାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା। ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟରୂପରେ ଶାନ୍ତି ହେଉ।


ଆସାଙ୍କ ରାଜତ୍ୱର ପନ୍ଦରତମ ବର୍ଷର ତୃତୀୟ ମାସରେ ଆସା ଓ ସେହି ଲୋକ ସମସ୍ତେ ଯିରୁଶାଲମରେ ଏକତ୍ରିତ ହେଲେ।


ସେହି ଅକ୍ଷଶ୍ୱେରଶ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ୱୀପରେ କରଧାର୍ଯ୍ୟ କଲେ।


Swiv nou:

Piblisite


Piblisite