ଏଷ୍ଟର 7:4 - ପବିତ୍ର ବାଇବଲ4 କାରଣ ମୁଁ ଓ ମୋହର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହେବା ନିମନ୍ତେ ବୀକ୍ରି ହୋଇଅଛୁ। ଯଦି ଆମ୍ଭେ ମାତ୍ର କ୍ରୀତଦାସ ରୂପେ ବିକ୍ରୀ ହୋଇଥାଆନ୍ତୁ ମୁଁ ନୀରବ ହୋଇ ରହିଥା’ନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହୋଇ ନ ଥା’ନ୍ତା।” Gade chapit laପବିତ୍ର ବାଇବଲ (Re-edited) - (BSI)4 କାରଣ ଆମ୍ଭେମାନେ, ମୁଁ ଓ ମୋହର ଲୋକମାନେ ସଂହାରିତ ଓ ହତ ଓ ବିନଷ୍ଟ ହେବା ନିମନ୍ତେ ବିକ୍ରୀତ ହୋଇଅଛୁ। ଯେବେ ଆମ୍ଭେମାନେ କେବଳ ଦାସ ଦାସୀ ହେବା ପାଇଁ ବିକ୍ରୀତ ହୋଇଥାʼନ୍ତୁ, ତେବେ ଶତ୍ରୁ ମହାରାଜଙ୍କର ଏହି କ୍ଷତି ପରିଶୋଧ କରି ନ ପାରିଲେ ହେଁ ମୁଁ ନୀରବ ହୋଇ ରହନ୍ତି। Gade chapit laଓଡିଆ ବାଇବେଲ4 କାରଣ ଆମ୍ଭେମାନେ, ମୁଁ ଓ ମୋହର ଲୋକମାନେ ସଂହାରିତ ଓ ହତ ଓ ବିନଷ୍ଟ ହେବା ନିମନ୍ତେ ବିକ୍ରିତ ହୋଇଅଛୁ। ଯଦି ଆମ୍ଭେମାନେ କେବଳ ଦାସ ଓ ଦାସୀ ହେବା ପାଇଁ ବିକ୍ରିତ ହୋଇଥା’ନ୍ତୁ, ତେବେ ଶତ୍ରୁ ମହାରାଜାଙ୍କର ଏହି କ୍ଷତି ପରିଶୋଧ କରି ନ ପାରିଲେ ହେଁ ମୁଁ ନୀରବ ହୋଇ ରହନ୍ତି।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 କାରଣ ଆମ୍ଭେମାନେ, ମୁଁ ଓ ମୋହର ଲୋକମାନେ ସଂହାରିତ ଓ ହତ ଓ ବିନଷ୍ଟ ହେବା ନିମନ୍ତେ ବିକ୍ରୀତ ହୋଇଅଛୁ। ଯଦି ଆମ୍ଭେମାନେ କେବଳ ଦାସ ଓ ଦାସୀ ହେବା ପାଇଁ ବିକ୍ରୀତ ହୋଇଥାʼନ୍ତୁ, ତେବେ ଶତ୍ରୁ ମହାରାଜାଙ୍କର ଏହି କ୍ଷତି ପରିଶୋଧ କରି ନ ପାରିଲେ ହେଁ ମୁଁ ନୀରବ ହୋଇ ରହନ୍ତି।” Gade chapit la |
ସମସ୍ତ ଯିହୁଦୀୟ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ୱଂସ କରିବା ପାଇଁ ଏବଂ ସେମାନଙ୍କର ଦ୍ରବ୍ୟଗୁଡ଼ିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ୱାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନରେ କରାଯିବାର ଥିଲା, ତାହା ଦ୍ୱାଦଶ ମାସର ତ୍ରୟୋଦଶ ଦିନ ଯାହା ଅଦର ମାସ କୁହାଯାଏ।
ରାଜାଙ୍କର ଚିଠିରେ ଲିଖିତ ବିଷୟ ବସ୍ତୁ ଏହି: ପ୍ରତ୍ୟେକ ନଗରରେ ଯିହୁଦୀୟମାନେ ସେମାନଙ୍କର ନିରାପଦ ପାଇଁ ଏକତ୍ରିତ ହେବେ। ସେମାନେ ଧ୍ୱଂସ କରି ପାରିବେ, ତଳିତଳାନ୍ତ କରି ପାରିବେ, ହତ୍ୟା କରି ପାରିବେ, ଯେଉଁମାନେ ସେମାନଙ୍କର ସ୍ତ୍ରୀ ଓ ପିଲାଙ୍କ ପ୍ରତି ଆକ୍ରମଣ କରିବେ, ସେମାନେ ଯେଉଁ ଗୋଷ୍ଠୀୟ ହୋଇଥା’ନ୍ତୁ ନା କାହିଁକି। ଏବଂ ଯିହୁଦୀୟମାନଙ୍କର ଅଧିକାର ଅଛି ସେମାନେ ସେମାନଙ୍କର ଶତ୍ରୁମାନଙ୍କର ସମସ୍ତ ଧନସମ୍ପତ୍ତି ନଷ୍ଟ କରି ପାରିବେ।
ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।”