Biblia Todo Logo
Bib sou entènèt

- Piblisite -




ଏଷ୍ଟର 7:3 - ପବିତ୍ର ବାଇବଲ

3 ଏହା ପରେ ରାଣୀ ଏଷ୍ଟର କହିଲେ, “ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ ଯେବେ ମହାରାଜ ସନ୍ତୁଷ୍ଟ ହୋଇଛନ୍ତି, ତେବେ ମୋହର ନିବେଦନ ଅନୁସାରେ ମୋ’ ପ୍ରାଣ ଓ ମୋର ପ୍ରାର୍ଥନାନୁସାରେ ମୋ’ ଲୋକମାନଙ୍କୁ ମୋତେ ଦିଆଯାଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲା, ହେ ମହାରାଜ, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋʼ ପ୍ରାଣ ଓ ମୋʼ ପ୍ରାର୍ଥନାନୁସାରେ ମୋʼ ଲୋକମାନେ ମୋତେ ଦିଆ ଯାଉନ୍ତୁ।

Gade chapit la Kopi

ଓଡିଆ ବାଇବେଲ

3 ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲେ, “ହେ ମହାରାଜ୍, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ, ଯେବେ ମହାରାଜ୍ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋ’ ପ୍ରାଣ ଓ ମୋ’ ପ୍ରାର୍ଥନାନୁସାରେ ମୋ’ ଲୋକମାନେ ମୋତେ ଦିଆଯାଉନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲେ, “ହେ ମହାରାଜ, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋʼ ପ୍ରାଣ ଓ ମୋʼ ପ୍ରାର୍ଥନାନୁସାରେ ମୋʼ ଲୋକମାନେ ମୋତେ ଦିଆଯାଉନ୍ତୁ।

Gade chapit la Kopi




ଏଷ୍ଟର 7:3
9 Referans Kwoze  

ସେହି ସମୟରେ ତୁମ୍ଭେ ସେମାନଙ୍କୁ କହିବ, ‘ମୋତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନୟ କଲି। ତା’ ନ ହେଲେ ମୁଁ ସେଠାରେ ମରିଯିବି।’”


ଶୟତାନ ଉତ୍ତର ଦେଲା, “ଚର୍ମ ଚର୍ମ ପାଇଁ! ଜଣେ ମନୁଷ୍ୟ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦେଇ ଦେବ।


ଆଉ ରାଜା କ୍ରୋଧରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ୱାରା ଆପଣାର ଅମଙ୍ଗଳ ନିଶ୍ଚିତ ହୋଇଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।


ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶ‌ନ୍‌ରେ ଦେଇଥିଲା, ତହିଁର ଏକ କପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାହାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା।


ଏହା ପରେ ଅହସିୟ ତୃତୀୟ ଥର ଅଧିନାୟକ ସହିତ ପଗ୍ଭଶ୍ ଲୋକଙ୍କୁ ପୁଣି ପଠାଇଲେ। ତୃତୀୟ ଅଧିନାୟକ ଏଲିୟ ନିକଟକୁ ଯାଇ ଏଲିୟଙ୍କ ଆଗରେ ନମ୍ର ଭାବରେ ମଥାନତ କଲେ ଏବଂ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୁଁ ପ୍ରାର୍ଥନା କରୁଛି, ମୋର ଜୀବନ ସହିତ ମୋର ପଗ୍ଭଶ୍ ଲୋକଙ୍କ ଜୀବନ ଆପଣ ବଞ୍ଚାନ୍ତୁ ଓ ରକ୍ଷା କରନ୍ତୁ।


ତାଙ୍କର ଦାସମାନେ ସେମାନଙ୍କୁ କହିଲ, “ଆମ୍ଭେ ଶୁଣିଅଛୁ ଯେ ଇସ୍ରାଏଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନୟ କରୁଛୁ, ଆମ୍ଭମାନଙ୍କୁ କଟିରେ ଅଖା ପିନ୍ଧିବାକୁ ଓ ମୁଣ୍ତରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇସ୍ରାଏଲ ରାଜାଙ୍କ ନିକଟକୁ ଯିବାକୁ ଦିଅନ୍ତୁ। ହୁଏତ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବେ।”


ମୁଁ ଯେବେ ମୋର ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯେବେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ୍ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସେହି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦେବି।”


ଏବଂ କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯେବେ ରାଜାଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଅଛି, “ଦୟାକରି ମୋ’ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମ୍ମାଦାଥାର ପୁତ୍ର ହାମନ୍ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲା, ତାହା ପ୍ରତ୍ୟାହୃତ କରାଯାଉ।


Swiv nou:

Piblisite


Piblisite