Biblia Todo Logo
Bib sou entènèt

- Piblisite -




ଏଷ୍ଟର 6:12 - ପବିତ୍ର ବାଇବଲ

12 ଏହା ପରେ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲା। ମାତ୍ର ହାମନ୍ ଶୋକାକୁଳ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଉତ୍ତାରୁ ମର୍ଦ୍ଦଖୟ ପୁନର୍ବାର ରାଜଦ୍ଵାରକୁ ଆସିଲା, ମାତ୍ର ହାମନ୍ ଶୋକାନ୍ଵିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା।

Gade chapit la Kopi

ଓଡିଆ ବାଇବେଲ

12 ଏଉତ୍ତାରୁ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲେ, ମାତ୍ର ହାମନ୍‍ ଶୋକାନ୍ୱିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଉତ୍ତାରୁ ମର୍ଦ୍ଦଖୟ ପୁନର୍ବାର ରାଜଦ୍ୱାରକୁ ଆସିଲେ, ମାତ୍ର ହାମନ୍‍ ଶୋକାନ୍ୱିତ ହୋଇ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲେ।

Gade chapit la Kopi




ଏଷ୍ଟର 6:12
14 Referans Kwoze  

ଦାଉଦ ଜୈତୁନ ପର୍ବତ ଉପରକୁ ଚଢ଼ିଲେ ଓ ସେ କାନ୍ଦୁଥିଲେ, ସେ ତାଙ୍କର ମୁଣ୍ଡକୁ ଘୋଡ଼ାଇ ଦେଇ ଖାଲି ପାଦରେ ଗ୍ଭଲୁଥିଲେ। ଦାଉଦଙ୍କ ସାଙ୍ଗରେ ଥିବା ସମସ୍ତ ଲୋକ ଠିକ୍ ସେହିପରି ସେମାନଙ୍କର ମୁଣ୍ଡକୁ ଘୋଡ଼ାଇ ଖାଲି ପାଦରେ ପର୍ବତ ଉପରକୁ ଚଢ଼ିଲେ ଓ ସେମାନେ ମଧ୍ୟ କାନ୍ଦୁଥିଲେ।


ନାବୋତଙ୍କ କଥା ଆହାବଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, “ପୈତୃକ ସମ୍ପତ୍ତି ଦେବେ ନାହିଁ ବୋଲି ମନା କଲେ।” ତେଣୁ ଏପରି ଖରାପ ମିଜାସରେ ସେ ଘରକୁ ଫେରିଲେ। ଏଣୁ ଆହାବ ନ ଖାଇ ନ ପିଇ ଶଯ୍ୟାରେ ପଡ଼ି ରହିଲେ।


ଯେତେବେଳେ ଜଣେ ଦୁଷ୍ଟ ବ୍ୟକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ୱର ସେହି ନେତାଙ୍କୁ ଗତିରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି? ଯଦି ପରମେଶ୍ୱର ତାହା ନ କରନ୍ତି, ତେବେ କିଏ?


ତେବେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତେବେଳେ ଏଷ୍ଟର ଯେଉଁ ଆସନରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡ଼ିଲା। ତେଣୁ ରାଜା କହିଲା, “ଏ କ’ଣ ଗୃହ ମଧ୍ୟରେ ମୋ’ ସାକ୍ଷାତରେ ରାଣୀକୁ ବଳାତ୍କାର କରିବ?” ଏହିକଥା ରାଜା ମୁଖରୁ ବାହାରିବା ମାତ୍ରେ ଲୋକମାନେ ହାମ‌ନ୍‌ର ମୁଖ ଢାଙ୍କି ପକାଇଲେ।


କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜ ଦ୍ୱାରରେ ବସିଲା।


ପ୍ରଧାନ ଯାଜକ ଅସରିୟ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସେମାନେ ତାଙ୍କ କପାଳରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରିଦେଲେ। ଉଷିୟ ନିଜେ ତରତର ହୋଇ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ।


ତା'ପରେ ଇସ୍ରାଏଲର ରାଜା ବିଦୀର୍ଣ୍ଣ ଓ ବ୍ୟସ୍ତତା ହୋଇ ଶମରିୟାରେ ପହଞ୍ଚିଲେ।


ଏହା ପରେ ଅହୀଥୋଫଲ ଯେତେବେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନୁସାରେ ଗଲା ନାହିଁ, ସେ ତାଙ୍କ ଗଧ ଉପରେ ଚଢ଼ି ତାଙ୍କର ନିଜ ନଗରକୁ ଫେରିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହୋଇ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବରରେ କବର ପାଇଲା।


ତହୁଁ ଶାମୁୟେଲ ଶୋଇବାକୁ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ୱାର ଫିଟାଇବାକୁ ଶୀଘ୍ର ଉଠିଲେ। ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟକଲେ।


ତେଣୁ ହାମନ୍ ସେହି ବସନ ଓ ଅଶ୍ୱନେଇ ମର୍ଦ୍ଦଖୟକୁ ବସ୍ତ୍ରାନ୍ୱିତ କଲା ଓ ଅଶ୍ୱାରୋହଣ କରାଇ ନଗର ଦାଣ୍ଡରେ ବୁଲାଇଲା। “ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାଯାଏ।” ଏହିକଥା ତାହାର ଆଗେ ଆଗେ ଘୋଷଣା କଲା।


ଆହାବ ଉତ୍ତରରେ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମୋତେ ଦିଅ ଓ ତା’ ବଦଳରେ ରୌପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା'ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମୋର ଦ୍ରାକ୍ଷାକ୍ଷେତ୍ର ଦେବାକୁ ଯାଉ ନାହିଁ।”


Swiv nou:

Piblisite


Piblisite