Biblia Todo Logo
Bib sou entènèt

- Piblisite -




ଏଷ୍ଟର 6:1 - ପବିତ୍ର ବାଇବଲ

1 ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖରେ ପାଠ କରାଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେହି ରାତ୍ରିରେ ରାଜା ଶୋଇ ପାରିଲା ନାହିଁ ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲା; ପୁଣି, ତାହା ରାଜା ସାକ୍ଷାତରେ ପାଠ କରାଗଲା।

Gade chapit la Kopi

ଓଡିଆ ବାଇବେଲ

1 ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲେ ପୁଣି, ତାହା ରାଜାଙ୍କ ସାକ୍ଷାତରେ ପାଠ କରାଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ; ଏଣୁ ସେ ସ୍ମରଣୀୟ ଇତିହାସ-ପୁସ୍ତକ ଆଣିବାକୁ ଆଜ୍ଞା ଦେଲେ ପୁଣି, ତାହା ରାଜାଙ୍କ ସାକ୍ଷାତରେ ପାଠ କରାଗଲା।

Gade chapit la Kopi




ଏଷ୍ଟର 6:1
12 Referans Kwoze  

ତା'ପରେ ରାଜା ଆପଣା ପ୍ରାସାଦକୁ ଯାଇ ଉପବାସରେ ରାତ୍ରି ଯାପନ କଲେ। ଆଉ ବାଦ୍ୟଯନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।


ଅନନ୍ତର ନବୂଖ‌ଦ୍‌ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉ‌‌ଦ୍‌‌ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ।


ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହେବାରୁ ସେହି ଦୁଇଜଣ ବୃକ୍ଷରେ ଫାଶି ପାଇଲେ। ଆଉ ସେହି କଥା ରାଜାର ସାକ୍ଷାତରେ କଚେରୀର ନକଲ ଖାତାରେ ଲେଖାଗଲା।


ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ।


“ଦରିଦ୍ର ଓ ଦିନହୀନମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ସେମାନେ ଜଳ ପାଆନ୍ତି ନାହିଁ। ସେମାନଙ୍କର ଜିହ୍ୱା ତୃଷାରେ ଶୁଖିଯାଏ। ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଉତ୍ତର ଦେବା। ଆମ୍ଭେ ଇସ୍ରାଏଲର, ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ।


ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚ ପଦରେ ନିଯୁକ୍ତ କଲା। ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦିୟ ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ।


ତେଣୁ ଅବ୍ରହାମ ସେହି ସ୍ଥାନର ନାମ ଦେଲେ, “ଯିହୋବାଃ-ଯିରି” ଏପରିକି ଆଜି ମଧ୍ୟ ଲୋକମାନେ କୁହନ୍ତି, “ପର୍ବତରେ ସଦାପ୍ରଭୁ ପ୍ରଦାନ କରନ୍ତି।”


ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସେମାନଙ୍କ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସେହିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସେହି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।


ମୁଁ ଯେବେ ମୋର ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯେବେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ୍ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସେହି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦେବି।”


ମାତ୍ର ମର୍ଦ୍ଦଖୟ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖୟ ନାମ ଦେଇ ରାଜାକୁ ତାହା ଜଣାଇଲା।


ସେହି ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ ଦ୍ୱାରପାଳମାନଙ୍କ ମଧ୍ୟରେ ବି‌ଗ୍‌ଥନ୍ ଓ ତେରଶ୍ ନାମକ ରାଜାଙ୍କର ଦୁଇ ଜଣ ନପୁଂସକ କ୍ରୋଧିତ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଷଡ଼ଯନ୍ତ୍ର କଲେ।


Swiv nou:

Piblisite


Piblisite