Biblia Todo Logo
Bib sou entènèt

- Piblisite -




ଏଷ୍ଟର 4:4 - ପବିତ୍ର ବାଇବଲ

4 ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ମର୍ଦ୍ଦଖୟ ବିଷୟରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ବିଚଳିତ ହୋଇଗଲେ। ପୁଣି ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଣୁ ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାକୁ ଜଣାଇଲେ; ତେଣୁ ରାଣୀ ଅତିଶୟ ଶୋକ କଲା; ପୁଣି, ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା, ମାତ୍ର ସେ ତାହା ଗ୍ରହଣ କଲା ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 ଏଣୁ ଏଷ୍ଟରଙ୍କ ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାଙ୍କୁ ଜଣାଇଲେ; ତେଣୁ ରାଣୀ ଅତିଶୟ ଶୋକ କଲେ; ପୁଣି, ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାଙ୍କୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲେ, ମାତ୍ର ସେ ତାହା ଗ୍ରହଣ କଲେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଣୁ ଏଷ୍ଟରଙ୍କ ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାଙ୍କୁ ଜଣାଇଲେ; ତେଣୁ ରାଣୀ ଅତିଶୟ ଶୋକ କଲେ; ପୁଣି, ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାଙ୍କୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲେ, ମାତ୍ର ସେ ତାହା ଗ୍ରହଣ କଲେ ନାହିଁ।

Gade chapit la Kopi




ଏଷ୍ଟର 4:4
10 Referans Kwoze  

ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।


ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ରାମାରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାଯିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷୟରେ ସାନ୍ତ୍ୱନାବାଣୀ ଶୁଣିବ ନାହିଁ, କାରଣ ସେମାନେ ମୃତ।”


ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ନ କହୁ ଯେ, ସଦାପ୍ରଭୁ ମୋତେ ଆପଣା ଲୋକଠାରୁ ନିଶ୍ଚୟ ପୃଥକ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, “ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହୋଇ ପାରିବି ନାହିଁ।”


ମାତ୍ର ବଷ୍ଟୀରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ରାଜି ହେଲା ନାହିଁ। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା।


ଯେହୂ ଝରକା ଆଡ଼େ ମୁଖ ଉଠାଇ କହିଲେ, “କିଏ ମୋ’ ପକ୍ଷରେ ଅଛି?” ଦୁଇ ତିନି ଜଣ ନପୁଂସକ ଯେହୂଙ୍କ ଆଡ଼େ ଗ୍ଭହିଁଲେ।


ସେ ତୁମ୍ଭମାନଙ୍କ ବିହନ ଓ ଦ୍ରାକ୍ଷାର ଏକ-ଦଶମାଂଶ ନେଇ ଆପଣାର ଅଧିକାରୀମାନଙ୍କୁ ଓ ଦାସମାନଙ୍କୁ ଦେବ।


ଯାକୁବର ପୁତ୍ରକନ୍ୟାଗଣ ତାଙ୍କୁ ଆରାମ ଦେବାକୁ ଚେଷ୍ଟା କଲେ। କିନ୍ତୁ ଯାକୁବ ସାନ୍ତ୍ୱନା ପାଇବାକୁ ମନା କଲେ। ଯାକୁବ କହିଲେ, “ମୋର ମୃତ୍ୟୁ ପର୍ଯ୍ୟନ୍ତ ମୋର ପୁତ୍ର ପାଇଁ ମୁଁ ଦୁଃଖ କରିବି।” ତେଣୁ ଯାକୁବଙ୍କର ଦୁଃଖ ଲାଗି ରହିଲା।


ଫିଲି‌ପ୍‌ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ।


ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।


ଏଥିପାଇଁ ରାଜାଙ୍କ ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କ’ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା।


Swiv nou:

Piblisite


Piblisite