Biblia Todo Logo
Bib sou entènèt

- Piblisite -




ଏଷ୍ଟର 3:10 - ପବିତ୍ର ବାଇବଲ

10 ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଦେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଦେଲା।

Gade chapit la Kopi

ଓଡିଆ ବାଇବେଲ

10 ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଦେଲେ।

Gade chapit la Kopi




ଏଷ୍ଟର 3:10
7 Referans Kwoze  

ଏଥିରେ ରାଜା ହାମ‌ନ୍‌ଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲା, ତାହା କାଢ଼ି ମର୍ଦ୍ଦଖୟକୁ ଦେଲା ଏବଂ ଏଷ୍ଟର ହାମ‌ନ୍‌ର ଗୃହ ଉପରେ ମର୍ଦ୍ଦଖୟକୁ ନିଯୁକ୍ତ କଲା।


ଏହା ପରେ ଫାରୋ ତାଙ୍କୁ ଏକ ବିଶେଷ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳାରେ ସୁବର୍ଣ୍ଣହାର ଦେଲେ।


ଏଷ୍ଟର କହିଲା, “ଏହି ଦୁଷ୍ଟ ହାମନ୍ ଜଣେ ବିପକ୍ଷ ଓ ଶତ୍ରୁ।” ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମନ୍ ଭୀତ ହେଲା।


ତୁମ୍ଭେମାନେ ଯିହୁଦୀୟମାନଙ୍କ ସମନ୍ଧରେ ନିଜ ନିଜ ଇଚ୍ଛାନୁସାରେ ରାଜାଙ୍କ ନାମରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର। କାରଣ ରାଜାଙ୍କର ନାମରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ପାରିବେ ନାହିଁ।”


ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଉନ୍ନତ କରି ଉଚ୍ଚ ପଦାନ୍ୱିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା।


“ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦେବି।”


ପୁଣି ରାଜା ହାମ‌ନ୍‌କୁ କହିଲା, “ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”


Swiv nou:

Piblisite


Piblisite