Biblia Todo Logo
Bib sou entènèt

- Piblisite -




ଏଷ୍ଟର 3:1 - ପବିତ୍ର ବାଇବଲ

1 ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଉନ୍ନତ କରି ଉଚ୍ଚ ପଦାନ୍ୱିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏହି ସକଳ ଘଟନା ଉତ୍ତାରେ ଅକ୍ଷଶ୍ଵେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଉନ୍ନତ କରି ଉଚ୍ଚପଦାନ୍ଵିତ କଲା, ଆଉ ତାହାର ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା।

Gade chapit la Kopi

ଓଡିଆ ବାଇବେଲ

1 ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲେ, ଆଉ ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାହାଙ୍କୁ ଶ୍ରେଷ୍ଠ ଆସନ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍‍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲେ, ଆଉ ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାହାଙ୍କୁ ଶ୍ରେଷ୍ଠ ଆସନ ଦେଲେ।

Gade chapit la Kopi




ଏଷ୍ଟର 3:1
15 Referans Kwoze  

ସେମାନଙ୍କ କଳସରୁ ଜଳ ଉଚ୍ଛୁଳିବ, ସେମାନଙ୍କର ବୀଜ ଅନେକ ଜଳରେ ପଡ଼ିବ, ପୁଣି ସେମାନଙ୍କର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବ, ସେମାନଙ୍କର ରାଜ୍ୟ ଉନ୍ନତ ହେବ।


ସେହି ରାଜା ତିନି ଜଣ ତଦାରଖକାରୀଙ୍କୁ ସୁବେଦାର ଉପରେ ନିଯୁକ୍ତ କଲେ, ଯେପରି ସେମାନେ ରାଜାଙ୍କୁ ଠକି ନ ପାରିବେ ଓ କ୍ଷତି ସହି ପାରିବେ। ଏହି ତିନି ଜଣ ନିରୀକ୍ଷକ ମଧ୍ୟରେ ଦାନିୟେଲ ଥିଲେ ଅନ୍ୟତମ।


ଆଉ ହାମନ୍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଛନ୍ତି। ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା।


ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଦେଲା।


କିନ୍ତୁ ଶାମୁୟେଲ ଆଗ‌ଗ୍‌କୁ କହିଲେ, “ତୁମ୍ଭ ‌‌ଖ‌ଡ଼୍‌ଗ ଯେମନ୍ତ ସ୍ତ୍ରୀମାନଙ୍କୁ ସନ୍ତାନ ହିନ କରିଅଛି, ତେମନ୍ତ ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହିନ ହେବ।” ତହୁଁ ଶାମୁୟେଲ ଗି‌ଲ୍‌ଗ‌ଲ୍‌ରେ ସଦାପ୍ରଭୁଙ୍କ ସମ୍ମୁଖରେ ଆଗ‌ଗ୍‌କୁ ଖଣ୍ତ ଖଣ୍ତ କରି ହାଣିଲେ।


ମୁଁ ମୋର ଦେଶର ଦାୟିତ୍ୱ ତୁମ୍ଭକୁ ଦେଲି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କେବଳ ମୁଁ ତୁମ୍ଭଠାରୁ ବଡ଼ ହେବି।”


ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି। ମାତ୍ର ଦୁଷ୍ଟମାନେ କର୍ତ୍ତୃତ୍ୱ ପାଇଲେ, ଲୋକମାନେ ଆର୍ତ୍ତସ୍ୱର କରନ୍ତି।


ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି। ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।


ଏଷ୍ଟର ରାଜା ନିକଟରେ ପୁନର୍ବାର ନିବେଦନ କଲା, ପୁଣି ଯିହୁଦୀୟମାନଙ୍କ ପ୍ରତିକୂଳରେ ଅଗାଗୀୟ ହାମ‌ନ୍‌ର କୃତ ଅମଙ୍ଗଳ ଓ ତା'ର କଳ୍ପିତ କଳ୍ପନା ନିବାରାଣାର୍ଥେ ତାହାର ଚରଣରେ ପଡ଼ି ରୋଦନ କରି ପ୍ରାର୍ଥନା କଲା।


ଏଷ୍ଟର କହିଲା, “ଏହି ଦୁଷ୍ଟ ହାମନ୍ ଜଣେ ବିପକ୍ଷ ଓ ଶତ୍ରୁ।” ତହିଁରେ ରାଜା ଓ ରାଣୀ ସାକ୍ଷାତରେ ହାମନ୍ ଭୀତ ହେଲା।


ଏହି ସମୟରେ କର୍ଶନା, ଶେଥର, ଅ‌‌‌‌‌ଦ୍‌‌‌‌‌ମାଥା, ‌ତର୍ଶୀଶ, ମେରସ୍, ମେର୍ସନା ଓ ମମୁଖନ୍ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ୟ ଓ ମାଦିୟା ଦେଶର ଅଧିପତି, ଯେଉଁମାନେ ରାଜାଙ୍କର ନିକଟତମ ଓ ରାଜ୍ୟକୁ ଶାସନ କରୁଥିଲେ।


ଏଜ୍ରା, ମୁଁ ଏବଂ ମୋର ସାତ ଜଣ ଉପଦେଷ୍ଟା ତୁମ୍ଭ ସହିତ ପଠାଉଛୁ। ତୁମ୍ଭେ ଯିହୁଦା ଓ ଯିରୁଶାଲମକୁ ଯିବା ଉଚିତ୍। ପରମେଶ୍ୱରଙ୍କର ବ୍ୟବସ୍ଥା ବିଷୟବସ୍ତୁଗୁଡ଼ିକରେ ଧ୍ୟାନ ଦେବା ଉଚିତ୍, ଯେଉଁଥିରେ ତୁମ୍ଭେ ଜଣେ ବିଜ୍ଞ ଅଟ।


ସେ ଅମାଲେକୀୟ ରାଜା ଆଗା‌ଗ୍‌କୁ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସେନାବୀହିନୀର ଅନ୍ୟ ସମସ୍ତଙ୍କୁ ହତ୍ୟା କଲେ।


ଦୁର୍ଭିକ୍ଷ ଆରମ୍ଭରେ ଲୋକମାନେ ଖାଦ୍ୟ ପାଇଁ ଫାରୋଙ୍କୁ ଭିକ୍ଷା ମାଗିଲେ। ଫାରୋ ଉତ୍ତର ଦେଲେ, “ଯୋଷେଫଙ୍କ ପାଖକୁ ଯାଅ ଆଉ ଯାହା ସେ କରିବାକୁ କହନ୍ତି ତାହା କର।”


ମୂର୍ଖମାନଙ୍କୁ ମହତ୍ତ୍ୱ ପୂର୍ଣ୍ଣ ସ୍ଥାନ ଦିଆଯାଏ, ଯେତେବେଳେ ଧନୀମାନଙ୍କୁ ଗୁରୁତ୍ୱହୀନ କାର୍ଯ୍ୟ ଦିଆଯାଏ।


Swiv nou:

Piblisite


Piblisite