Biblia Todo Logo
Bib sou entènèt

- Piblisite -




ଏଷ୍ଟର 2:4 - ପବିତ୍ର ବାଇବଲ

4 ଏହା ପରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟୀକାରୀଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ।” ଏହି କଥାରେ ରାଜା ସନ୍ତୋଷ ହେବାରୁ ସେ ଏପରି କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତହିଁ ଉତ୍ତାରୁ ଯେଉଁ କନ୍ୟା ମହାରାଜଙ୍କର ତୁଷ୍ଟିକାରିଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ; ଏହି କଥାରେ ରାଜାର ସନ୍ତୋଷ ହୁଅନ୍ତେ, ସେ ସେପରି କଲା।

Gade chapit la Kopi

ଓଡିଆ ବାଇବେଲ

4 ତହିଁ ଉତ୍ତାରୁ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟିକାରିଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ; ଏହି କଥାରେ ରାଜାଙ୍କ ସନ୍ତୋଷ ହୁଅନ୍ତେ, ସେ ସେପରି କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହିଁ ଉତ୍ତାରେ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟିକାରିଣୀ ହେବ, ସେ ବଷ୍ଟୀ ବଦଳେ ରାଣୀ ହେବ;” ଏହି କଥାରେ ରାଜାଙ୍କ ସନ୍ତୋଷ ହୁଅନ୍ତେ, ସେ ସେପରି କଲେ।

Gade chapit la Kopi




ଏଷ୍ଟର 2:4
11 Referans Kwoze  

“ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶେଷରେ ଅଛନ୍ତି, ଭବିଷ୍ୟତରେ ସେମାନେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁ ଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନ ପାଇବେ।”


ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁ‌ଗ୍‌ଧ ହୋଇଗଲେ।


“ହଁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।”


ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହେବାରୁ ରାଜା ମମୁଖନର ପରାମର୍ଶାନୁସାରେ କର୍ମକଲା।


ଏ କଥା ଅବଶାଲୋମ ଓ ତାଙ୍କର ସମସ୍ତ ଇସ୍ରାଏଲର ନେତୃବର୍ଗମାନଙ୍କର ମନକୁ ପାଇଲା।


ଆଉ ମହାରାଜା ଆପଣା ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଗ୍ଭରୀଗଣ ନିଯୁକ୍ତି କରନ୍ତୁ। ସେମାନେ ସେହିସବୁ ସୁନ୍ଦରୀ କନ୍ୟାଗଣକୁ ଶୂଶନ୍ ରାଜଧାନୀରେ ଏକତ୍ର କରି ଅନ୍ତଃପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ। ପୁଣି ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ।


ସେହି ସମୟରେ ମର୍ଦ୍ଦଖୟ ନାମରେ ଜଣେ ଯିହୁଦୀୟ ଲୋକ ଶୂଶନ୍ ରାଜଧାନୀରେ ଥିଲା, ସେ ବିନ୍ୟାମୀନ ବଂଶୀୟ ଯାୟୀରର ପୁତ୍ର, ଶିମିୟିର ପୌତ୍ର, କୀ‌ଶ୍‌ର ପ୍ରପୌତ୍ର।


କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜ ଦ୍ୱାରରେ ବସିଲା।


Swiv nou:

Piblisite


Piblisite