Biblia Todo Logo
Bib sou entènèt

- Piblisite -




ଏଷ୍ଟର 2:23 - ପବିତ୍ର ବାଇବଲ

23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହେବାରୁ ସେହି ଦୁଇଜଣ ବୃକ୍ଷରେ ଫାଶି ପାଇଲେ। ଆଉ ସେହି କଥା ରାଜାର ସାକ୍ଷାତରେ କଚେରୀର ନକଲ ଖାତାରେ ଲେଖାଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ତହିଁରେ ଅନୁସନ୍ଧାନ ଦ୍ଵାରା ସେହି କଥା ପ୍ରମାଣ ହୁଅନ୍ତେ, ସେହି ଦୁଇ ଜଣ ବୃକ୍ଷରେ ଫାଶୀ ପାଇଲେ, ଆଉ ସେହି କଥା ରାଜାର ସାକ୍ଷାତରେ ଇତିହାସ-ପୁସ୍ତକରେ ଲେଖାଗଲା।

Gade chapit la Kopi

ଓଡିଆ ବାଇବେଲ

23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହୁଅନ୍ତେ, ସେହି ଦୁଇ ଜଣ ବୃକ୍ଷରେ ଫାଶୀ ପାଇଲେ, ଆଉ ସେହି କଥା ରାଜାଙ୍କ ସାକ୍ଷାତରେ ଇତିହାସ-ପୁସ୍ତକରେ ଲେଖାଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତହିଁରେ ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହୁଅନ୍ତେ, ସେହି ଦୁଇ ଜଣ ବୃକ୍ଷରେ ଫାଶୀ ପାଇଲେ, ଆଉ ସେହି କଥା ରାଜାଙ୍କ ସାକ୍ଷାତରେ ଇତିହାସ ପୁସ୍ତକରେ ଲେଖାଗଲା।

Gade chapit la Kopi




ଏଷ୍ଟର 2:23
11 Referans Kwoze  

ତାହାର ପରାକ୍ରମ ଓ ପ୍ରଭାବରେ ସବୁକଥା ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚ ପଦରେ ନିଯୁକ୍ତ କଲା। ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦିୟ ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ।


ମାତ୍ର ସେ ପ୍ରଧାନ ସୂପକାରକୁ ବୃକ୍ଷରେ ଟଙ୍ଗାଇଲେ।


ତିନି ଦିନ ମଧ୍ୟରେ ଫାରୋ ତୁମ୍ଭ ଗାତ୍ରରୁ ତୁମ୍ଭ ମସ୍ତକ ଉଠାଇ ତୁମ୍ଭକୁ ବୃକ୍ଷ ଉପରେ ଟଙ୍ଗାଇବେ। ପୁଣି ପକ୍ଷୀଗଣ ଆସି ତୁମ୍ଭ ଗାତ୍ରରୁ ତୁମ୍ଭ ମାଂସ ଖାଇବେ।”


ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସେମାନଙ୍କ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସେହିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସେହି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।


ଏଥିରେ ହାମନ୍, ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସେମାନେ ହାମ‌ନ୍‌କୁ ଫାଶି ଦେଲେ। ତହିଁରେ ରାଜାଙ୍କର କ୍ରୋଧ ଶାନ୍ତ ହେଲା।


ତେଣୁ ତାହାର ସ୍ତ୍ରୀ ସେରଶ୍ ଓ ତା'ର ସମସ୍ତ ମିତ୍ରଗଣ ତାକୁ କହିଲେ, “ପଗ୍ଭଶ୍ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖୟକୁ ତହିଁରେ ଫାଶି ଦେବା ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହୋଇ ରାଜା ସହିତ ଭୋଜିକୁ ଯାଅ।” ଏହା ହାମ‌ନ୍‌କୁ ଏକ ଭଲ ବୁଦ୍ଧି ପରି ଜଣାଗଲା, ତେଣୁ ସେ ଫାଶି କାଠ ପ୍ରସ୍ତୁତ କଲା।


ଯିହୋଶୂୟ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛରେ ଝୁଲେଇ ରଖିଲେ। ସୂର୍ଯ୍ୟାସ୍ତ ପରେ ଯିହୋଶୂୟଙ୍କ ଆଜ୍ଞାନୁସାରେ ଲୋକମାନେ ସେ ଶବକୁ ଗଛରୁ ଆଣିଲେ। ସେମାନେ ସେହି ଶବକୁ ନଗରର ପ୍ରବେଶ ଫାଟକ ସମ୍ମୁଖରେ ଫୋପାଡ଼ି ଦେଲେ ଏବଂ ତା’ ଉପରେ ପଥର ଗଦା କଲେ। ତାହା ସେଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି।


ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖରେ ପାଠ କରାଗଲା।


ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତେବେ ସେହି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସେମାନେ ପୂର୍ବକାଳରେ ତହିଁ ମଧ୍ୟରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ୱଂସ ହୋଇଅଛି।


Swiv nou:

Piblisite


Piblisite