Biblia Todo Logo
Bib sou entènèt

- Piblisite -




ଏଷ୍ଟର 2:21 - ପବିତ୍ର ବାଇବଲ

21 ସେହି ସମୟରେ, ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ ଦ୍ୱାରପାଳମାନଙ୍କ ମଧ୍ୟରେ ବି‌ଗ୍‌ଥନ୍ ଓ ତେରଶ୍ ନାମକ ରାଜାଙ୍କର ଦୁଇ ଜଣ ନପୁଂସକ କ୍ରୋଧିତ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଷଡ଼ଯନ୍ତ୍ର କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସେହି ସମୟରେ ମର୍ଦ୍ଦଖୟ ରାଜଦ୍ଵାରରେ ବସିବା ବେଳେ, ଦ୍ଵାରପାଳମାନଙ୍କ ମଧ୍ୟରେ ବିଗଥନ୍ ଓ ତେରଶ୍ ନାମରେ ରାଜଗୃହର ଦୁଇ ନପୁଂସକ କ୍ରୁଦ୍ଧ ହୋଇ ଅକ୍ଷଶ୍ଵେରଶ ରାଜାକୁ ବଧ କରିବାକୁ ଚେଷ୍ଟା କଲେ।

Gade chapit la Kopi

ଓଡିଆ ବାଇବେଲ

21 ସେହି ସମୟରେ ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ, ଦ୍ୱାରପାଳମାନଙ୍କ ମଧ୍ୟରେ ବିଗ୍‍ଥନ୍‍ ଓ ତେରଶ୍‍ ନାମରେ ରାଜଗୃହର ଦୁଇ ନପୁଂସକ କ୍ରୁଦ୍ଧ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଚେଷ୍ଟା କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସେହି ସମୟରେ ମର୍ଦ୍ଦଖୟ ରାଜଦ୍ୱାରରେ ବସିବା ବେଳେ, ଦ୍ୱାରପାଳମାନଙ୍କ ମଧ୍ୟରେ ବିଗ୍‍ଥନ୍‍ ଓ ତେରଶ୍‍ ନାମରେ ରାଜଗୃହର ଦୁଇ ନପୁଂସକ କ୍ରୁଦ୍ଧ ହୋଇ ଅକ୍ଷଶ୍ୱେରଶ ରାଜାକୁ ବଧ କରିବାକୁ ଚେଷ୍ଟା କଲେ।

Gade chapit la Kopi




ଏଷ୍ଟର 2:21
13 Referans Kwoze  

ତହିଁରେ ଏହି ଲିଖିତ କଥା ଦେଖାଗଲା, ରାଜାଙ୍କର ନପୁଂସକ ବି‌ଗ୍‌ଥନ୍ ଓ ତେରଶ୍ ନାମରେ ଦୁଇଜଣ ଦ୍ୱାରପାଳ ଅକ୍ଷଶ୍ୱେରଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖୟ ତହିଁର ସମ୍ବାଦ ଦେଇଥିଲା।


ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖ‌ଡ଼୍‌ଗର ସମ୍ମୁଖରୁ ଉଦ୍ଧାର କର।


ଆମୋ‌ନଙ୍କର ଦାସମାନେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହରେ ତାଙ୍କୁ ବଧ କଲେ।


ଏହା ପରେ ଯୋୟାଶଙ୍କର ଦାସମାନେ ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ତାଙ୍କୁ ବଧ କଲେ।


ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧେକର ଅଧ୍ୟକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେହି ସମୟରେ ଏଲା ଅର୍ସାର ଗୃହରେ ମଦ୍ୟପାନ କରି ମାତାଲ ହୋଇଗଲା। ଅର୍ସା ତିର୍ସା ପ୍ରାସାଦର ଦାୟିତ୍ୱରେ ଥିଲା।


ଦାଉଦ ଅବିଶୟକୁ ଓ ନିଜର ଦାସମାନଙ୍କୁ କହିଲେ, “ଦେଖ, ମୋର ନିଜ ପୁତ୍ର ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ୟାମୀନ ଗୋଷ୍ଠୀବର୍ଗର ଏହି ଲୋକ ମୋତେ ମାରିବାକୁ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକୁ ଏକା ଛାଡ଼ିଦିଅ। ତାକୁ ଅଭିଶାପ ଦେବାକୁ ଦିଅ। କାରଣ ସଦାପ୍ରଭୁ ତାକୁ ଅନୁମତି ଦେଇ ଅଛନ୍ତି।


ଆଉ ଅକ୍ଷଶ୍ୱେରଶର ସମୟରେ ତାହାର ଅଧିକାରର ଆରମ୍ଭରେ ସେମାନେ ଯିହୁଦା ଓ ଯିରୁଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦ ପତ୍ର ଲେଖିଲେ।


କନ୍ୟାମାନେ ଦ୍ୱିତୀୟ ଥର ସଂଗୃହୀତା ହେବା ସମୟରେ ମର୍ଦ୍ଦଖୟ ରାଜ ଦ୍ୱାରରେ ବସିଲା।


ପୁଣି ଦାନିୟେଲଙ୍କ ଆବେଦନ କ୍ରମେ ରାଜା ଶଦ୍ରକ୍, ମୈଶକ୍ ଓ ଅବେ‌‌ଦ୍‌‌ନଗୋଙ୍କୁ ବାବିଲ ପ୍ରଦେଶର କେତେକ ମୁଖ୍ୟ କର୍ମଗ୍ଭରୀରୂପେ ନିଯୁକ୍ତ କଲେ। ମାତ୍ର ଦାନିୟେଲ ଜଣେ ପ୍ରଧାନ ଅଧିପତି ହୋଇ ରାଜ ଦ୍ୱାରରେ ରହିଲେ।


ସେହି ରାତ୍ରିରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚେରୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖରେ ପାଠ କରାଗଲା।


Swiv nou:

Piblisite


Piblisite