Biblia Todo Logo
Bib sou entènèt

- Piblisite -




ଏଷ୍ଟର 2:17 - ପବିତ୍ର ବାଇବଲ

17 ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା ଏବଂ ଅନ୍ୟ ସମସ୍ତ ଯୁବତୀଠାରୁ ସେ ରାଜାର ଦୃଷ୍ଟିରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦେଇ ବଷ୍ଟୀ ବଦଳରେ ତାହାକୁ ରାଣୀ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ତହିଁରେ ରାଜା ଅନ୍ୟ ସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ରେମ କଲା, ପୁଣି ଅନ୍ୟ ସକଳ ଯୁବତୀଠାରୁ ସେ ରାଜାର ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପାଇଲା; ଏଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇ ବଷ୍ଟୀ ବଦଳେ ତାକୁ ରାଣୀ କଲା।

Gade chapit la Kopi

ଓଡିଆ ବାଇବେଲ

17 ତହିଁରେ ରାଜା ଅନ୍ୟ ସକଳ ସ୍ତ୍ରୀଠାରୁ ଏଷ୍ଟରଙ୍କୁ ଅଧିକ ପ୍ରେମ କଲେ, ପୁଣି ଅନ୍ୟ ସକଳ ଯୁବତୀଠାରୁ ସେ ରାଜାଙ୍କ ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପାଇଲା; ଏଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇ ବଷ୍ଟୀ ବଦଳେ ତାକୁ ରାଣୀ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ତହିଁରେ ରାଜା ଅନ୍ୟ ସକଳ ସ୍ତ୍ରୀଠାରୁ ଏଷ୍ଟରଙ୍କୁ ଅଧିକ ପ୍ରେମ କଲେ, ପୁଣି ଅନ୍ୟ ସକଳ ଯୁବତୀଠାରୁ ସେ ରାଜାଙ୍କ ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପାଇଲା; ଏଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇ ବଷ୍ଟୀ ବଦଳେ ତାକୁ ରାଣୀ କଲେ।

Gade chapit la Kopi




ଏଷ୍ଟର 2:17
10 Referans Kwoze  

“ତାହାହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପାରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପାରେ। ପୁଣି ସତେଜ ବୃକ୍ଷକୁ ଶୁଷ୍କ କରିପାରେ ଓ ଶୁଷ୍କ ବୃକ୍ଷକୁ ସତେଜ କରିପାରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।”


ଯଦି ତୁମ୍ଭେ ଏହି ସମୟରେ ନୀରବ ହୋଇ ରୁହ, ତେବେ ଅନ୍ୟ ଏକ ସ୍ଥାନରୁ ଯିହୁଦୀୟମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହେବ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀୟ ସ୍ଥାନ ପାଇପାର?”


ଲୋକମାନଙ୍କୁ ଓ ରାଜପୁତ୍ରମାନଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ, ରାଣୀ ବଷ୍ଟୀଙ୍କୁ ରାଜମୁକୁଟ ପିନ୍ଧାଇ ରାଜାଙ୍କ ଆଗକୁ ଆଣ। ଯେହେତୁ ସେ ପରମ ସୁନ୍ଦରୀ ଥିଲା।


ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ। ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।


ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସରେ ଅର୍ଥାତ୍ ଟେବେ‌ତ୍‌ ମାସରେ, ଏଷ୍ଟରକୁ ରାଜଗୃହରେ ଅକ୍ଷଶ୍ୱେରଶ ରାଜା ନିକଟକୁ ନିଆଗଲା।


ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସନ ଏବଂ ଅଶ୍ୱ ଯେଉଁଥିରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ।


କୃଷକ ତା'ର ଜମିରେ ପାଣି ମଡ଼ାଇବା ପାଇଁ ଛୋଟ ନାଳ କରେ। ସେ ତା'ର ଜଳ ଯୁଆଡ଼େ ନେବାକୁ ଗ୍ଭହେଁ ସେଆଡ଼େ ତା'ର ନାଳ ବଙ୍କେଇ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ଯୁଆଡ଼େ ଇଚ୍ଛା ସେଆଡ଼େ ନେଇଯାଏ।


Swiv nou:

Piblisite


Piblisite