Biblia Todo Logo
Bib sou entènèt

- Piblisite -




ଏଷ୍ଟର 2:14 - ପବିତ୍ର ବାଇବଲ

14 ରାଜାଙ୍କର ନପୁଂସକ ଶା‌‌‌‌ଶ୍‌‌ଗସର ତତ୍ତ୍ୱାବଧାନରେ ଜଣେ କନ୍ୟା ସନ୍ଧ୍ୟା ସମୟରେ ଦ୍ୱିତୀୟ ହରେମଙ୍କ ନିକଟକୁ ଯିବ ଓ ସକାଳରେ ଫେରି ଆସିବ। ଶା‌‌‌‌ଶ୍‌‌ଗସ ରାଜାଙ୍କର ତତ୍ତ୍ୱାବଧାରକ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସେ ସନ୍ଧ୍ୟାକାଳରେ ଯାଇ ପ୍ରଭାତରେ ଉପପନିୀ-ଗଣର ରକ୍ଷକ ରାଜନପୁଂସକ ଶାଶ୍ଗସର ନିକଟକୁ ଦ୍ଵିତୀୟ ଅନ୍ତଃପୁରକୁ ଫେରି ଆସିଲା; ରାଜା ତାହା ପ୍ରତି ତୁଷ୍ଟ ହୋଇ ତାହାର ନାମ ଧରି ନ ଡକାଇଲେ, ସେ ରାଜା ନିକଟକୁ ଆଉ ଗଲା ନାହିଁ।

Gade chapit la Kopi

ଓଡିଆ ବାଇବେଲ

14 ସେ ସନ୍ଧ୍ୟାକାଳରେ ଯାଇ ପ୍ରଭାତରେ ଉପପତ୍ନୀଗଣର ରକ୍ଷକ ରାଜନପୁଂସକ ଶାଶ୍‍ଗସର ନିକଟକୁ ଦ୍ୱିତୀୟ ଅନ୍ତଃପୁରକୁ ଫେରି ଆସିଲେ; ରାଜା ତାହା ପ୍ରତି ତୁଷ୍ଟ ହୋଇ ଯେପର୍ଯ୍ୟନ୍ତ ତାହାର ନାମ ଧରି ନ ଡକାଇଲେ, ସେ ରାଜା ନିକଟକୁ ପୁନର୍ବାର ଯିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସେ ସନ୍ଧ୍ୟାକାଳରେ ଯାଇ ପ୍ରଭାତରେ ଉପପତ୍ନୀଗଣର ରକ୍ଷକ ରାଜନପୁଂସକ ଶାଶ୍‍ଗସର ନିକଟକୁ ଦ୍ୱିତୀୟ ଅନ୍ତଃପୁରକୁ ଫେରି ଆସିଲେ; ରାଜା ତାହା ପ୍ରତି ତୁଷ୍ଟ ହୋଇ ଯେପର୍ଯ୍ୟନ୍ତ ତାହାର ନାମ ଧରି ନ ଡକାଇଲେ, ସେ ରାଜା ନିକଟକୁ ପୁନର୍ବାର ଯିବ ନାହିଁ।

Gade chapit la Kopi




ଏଷ୍ଟର 2:14
8 Referans Kwoze  

“ବିନା ରାଜା ଡାକରାରେ ପୁରୁଷ ଓ ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ତ ଦେବାର ଏକମାତ୍ର ବ୍ୟବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ତ ବଢ଼ାନ୍ତି, ସେହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ୍ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”


ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ ଓ ଆମ୍ଭ ମନୋନୀତ ଇସ୍ରାଏଲ ନିମନ୍ତେ ଏହିକାର୍ଯ୍ୟ କରୁଅଛୁ। ତେଣୁ ଆମ୍ଭେ କୋରସ୍ ନାମଧରି ଡାକୁଅଛୁ। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସେହି ଉପାଧି ଦେଇଅଛୁ।


ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର।


ଯେବେ ତାହା ଉପରେ ତୁମ୍ଭେ ସନ୍ତୁଷ୍ଟ ନୁହଁ, ତେବେ ତୁମ୍ଭେ ତାକୁ ଛାଡ଼ପତ୍ର ଦେବ ଏବଂ ତା'ର ଇଚ୍ଛା ଅନୁସାରେ ତାକୁ ଯିବାକୁ ଦେବ। ମାତ୍ର ଟଙ୍କା ବିନିମୟରେ ତାକୁ କାହାକୁ ବିକିବ ନାହିଁ। ତୁମ୍ଭେ ତା’ ପ୍ରତି ଦାସୀ ପରି ବ୍ୟବହାର କରିବ ନାହିଁ। କାରଣ ତୁମ୍ଭେ ତାହା ସହିତ ସହବାସ କରିଛ।


ଦୀଣାର ଭାଇମାନଙ୍କର କଥାନୁସାରେ ସୁନ୍ନତ ହେବାକୁ ଖୁସୀରେ ଗ୍ରହଣ କଲେ। ଶିଖିମ ତାଙ୍କ ବଂଶରେ ବହୁ ସମ୍ମାନୀୟ ବ୍ୟକ୍ତି ଥିଲା।


ପୁଣି ରାଜାଙ୍କ ନିକଟକୁ ଯିବାକୁ ହେଲେ, ପ୍ରତ୍ୟେକ ଯୁବତୀ ନିମନ୍ତେ ଏହିପରି ନିୟମ ଥିଲା। ସେ ଯେକୌଣସି ଦ୍ରବ୍ୟ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ଯିବା ସମୟରେ ସାଙ୍ଗରେ ନେବା ନିମନ୍ତେ ତାହାକୁ ଦିଆଗଲା।


ଏହା ପରେ, ରାଜାଙ୍କ ନିକଟକୁ ଯିବା ପାଇଁ ଏଷ୍ଟରର ପାଳି ପଡ଼ିଲା। ଏଷ୍ଟର ମର୍ଦ୍ଦଖୟଙ୍କ ପାଳିତ କନ୍ୟା ଥିଲା। ସେ ମର୍ଦ୍ଦଖୟର କକା ଅବିହୟିଲର କନ୍ୟା ଥିଲା। ହେଗୟ ରାଜାଙ୍କର ନପୁଂସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ୱାବଧାରକ, ଯାହା କହିଥିଲେ, ତାହା ଛଡ଼ା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହେଗୟକୁ ଦେଖିଲେ, ତା’ ପ୍ରତି ଅନୁକମ୍ପା କଲେ।


Swiv nou:

Piblisite


Piblisite