Biblia Todo Logo
Bib sou entènèt

- Piblisite -




ଏଷ୍ଟର 1:19 - ପବିତ୍ର ବାଇବଲ

19 “ଏଥିପାଇଁ ଯଦି ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ। ଏବଂ ଏହା ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ, ଯାହା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପୁଣି ମହାରାଜା ତାଙ୍କର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକୁ ଦିଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଏନିମନ୍ତେ ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ଵେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ; ପୁଣି, ଏହା ଅନ୍ୟଥା ନୋହିବା ପାଇଁ ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ; ପୁଣି, ମହାରାଜ ତାହାର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀକି ଦେଉନ୍ତୁ।

Gade chapit la Kopi

ଓଡିଆ ବାଇବେଲ

19 ଏନିମନ୍ତେ ଯେବେ ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ; ପୁଣି, ଏହା ଅନ୍ୟଥା ନୋହିବା ପାଇଁ ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ; ପୁଣି, ମହାରାଜା ତାହାର ରାଣୀପଦ ଅନ୍ୟକୁ ଦିଅନ୍ତୁ ଯେ ତାହା ଅପେକ୍ଷା ଅଧିକ ଉତ୍ତମ ଅଟନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଏନିମନ୍ତେ ଯେବେ ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ; ପୁଣି, ଏହା ଅନ୍ୟଥା ନୋହିବା ପାଇଁ ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ; ପୁଣି, ମହାରାଜା ତାହାର ରାଣୀପଦ ଅନ୍ୟକୁ ଦିଅନ୍ତୁ ଯେ ତାହା ଅପେକ୍ଷା ଅଧିକ ଉତ୍ତମ ଅଟନ୍ତି।

Gade chapit la Kopi




ଏଷ୍ଟର 1:19
10 Referans Kwoze  

ତୁମ୍ଭେମାନେ ଯିହୁଦୀୟମାନଙ୍କ ସମନ୍ଧରେ ନିଜ ନିଜ ଇଚ୍ଛାନୁସାରେ ରାଜାଙ୍କ ନାମରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀୟରେ ମୋହରାଙ୍କିତ କର। କାରଣ ରାଜାଙ୍କର ନାମରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀୟରେ ମୋହରାଙ୍କିତ ପତ୍ର କେହି ଅନ୍ୟଥା କରି ପାରିବେ ନାହିଁ।”


ଏଣୁ ଶାମୁୟେଲ ତାଙ୍କୁ କହିଲେ, “ସଦାପ୍ରଭୁ ଆଜି ଇସ୍ରାଏଲର ରାଜତ୍ୱ ତୁମ୍ଭଠାରୁ ନେଇଗଲେ ଓ ତୁମ୍ଭଠାରୁ ଜଣେ ଉତ୍ତମ ବ୍ୟକ୍ତିକୁ ଦେଲେ, ଯିଏ କି ତୁମ୍ଭର ସାଙ୍ଗ। ଉତ୍ତମ ତୁମ୍ଭର ଏକ ପ୍ରତିବାସୀକୁ ତାହା ଦେଲେ।


ଏବଂ କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି ଯେବେ ରାଜାଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଇଅଛି, “ଦୟାକରି ମୋ’ ପାଇଁ ଏହା କରନ୍ତୁ। ଆଉ ଯଦି ଏହା ରାଜାଙ୍କୁ ସନ୍ତୁଷ୍ଟ କରେ, ତେବେ ମହାରାଜାଙ୍କର ସମୁଦାୟ ପ୍ରଦେଶସ୍ଥ ଯିହୁଦୀୟମାନଙ୍କୁ ବିନାଶ କରିବା ପାଇଁ ଅଗାଗୀୟ ହମ୍ମାଦାଥାର ପୁତ୍ର ହାମନ୍ ଯେ ସକଳ ପତ୍ର ଲେଖିବାକୁ ପରାମର୍ଶ ଦେଇଥିଲା, ତାହା ପ୍ରତ୍ୟାହୃତ କରାଯାଉ।


ପୁଣି ଏକ ବଡ଼ ପଥର ଅଣାଯାଇ ଗର୍ତ୍ତ ମୁଖରେ ରଖାଗଲା। ପୁଣି ରାଜା ନିଜର ମୁଦ୍ରାରେ ଓ ନିଜ ଅମାତ୍ୟଗଣଙ୍କ ମୁଦ୍ରାରେ ତାହା ଅଙ୍କିତ କଲା। ଏହା କରାଗଲା କାରଣ ସେହି ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବାକୁ ପଥର ଘୁଞ୍ଚାଇବେ ନାହିଁ।


“ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦେବି।”


ଇସ୍ରାଏଲର ସମଗ୍ର ଲୋକେ ରାଜାଙ୍କର ନ୍ୟାୟ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସେମାନେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦୟରେ ପରମେଶ୍ୱରଙ୍କ ଦତ୍ତ ଜ୍ଞାନ ରହିଛି।


ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହେବାରୁ ରାଜା ମମୁଖନର ପରାମର୍ଶାନୁସାରେ କର୍ମକଲା।


“ପାରସ୍ୟ ଓ ମାଦିୟାର ଉଚ୍ଚକୁଳୀନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଗ୍ଭର ଆଜି ଶୁଣି ଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏହିପରି କରିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ।


ଏହିସବୁ ଘଟଣା ପରେ ଅକ୍ଷଶ୍ୱେରଶ ରାଜାର କ୍ରୋଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା।


Swiv nou:

Piblisite


Piblisite