Biblia Todo Logo
Bib sou entènèt

- Piblisite -




ଏଷ୍ଟର 1:13 - ପବିତ୍ର ବାଇବଲ

13 ଏହା ପରେ ରାଜା ଜ୍ଞାନୀଲୋକମାନଙ୍କୁ ପଗ୍ଭରିଲେ, ଯେଉଁମାନେ ରାଜକୀୟ ବିଧି ଜାଣିଥିଲେ। କାରଣ ବିଗ୍ଭରକଗଣଙ୍କୁ ଓ ଆଇନଜ୍ଞମାନଙ୍କୁ ଏପରି ପଗ୍ଭରିବାର ରାଜାଙ୍କର ପ୍ରଥା ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଅନନ୍ତର ରାଜା କାଳଜ୍ଞ ବିଦ୍ଵାନ୍ବର୍ଗଙ୍କୁ ପଚାରିଲା, (କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏରୂପ ପଚାରିବାର ରାଜାର ରୀତି ଥିଲା;

Gade chapit la Kopi

ଓଡିଆ ବାଇବେଲ

13 ଏଥିଉତ୍ତାରେ ରାଜା ସମୟ ଓ କାଳର ବିଦ୍ୱାନ୍‍ବର୍ଗଙ୍କୁ ପଚାରିଲେ, (କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏରୂପ ପଚାରିବାର ରାଜାଙ୍କ ରୀତି ଥିଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଥିଉତ୍ତାରେ ରାଜା ସମୟ ଓ କାଳର ବିଦ୍ୱାନ୍‍ବର୍ଗଙ୍କୁ ପଚାରିଲେ, (କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏରୂପ ପଚାରିବାର ରାଜାଙ୍କ ରୀତି ଥିଲା;

Gade chapit la Kopi




ଏଷ୍ଟର 1:13
11 Referans Kwoze  

ଇଷାଖର ଗୋଷ୍ଠୀରୁ 200 ଜଣ ଜ୍ଞାନୀ ନେତା ଥିଲେ। ସେହି ବ୍ୟକ୍ତିମାନେ ଇସ୍ରାଏଲ ନିମନ୍ତେ ଯଥାର୍ଥ ସମୟରେ କି ପ୍ରକାର କର୍ମ କରିବା ଉଚିତ୍, ତାହା ବୁଝିପାରୁଥିଲେ। ସେମାନଙ୍କର ଆତ୍ମୀୟମାନେ ସେମାନଙ୍କ ସହିତରେ ଓ ସେମାନଙ୍କ ଅଧୀନରେ ଥିଲେ।


ତେଣୁ ରାଜା ତାଙ୍କର ସ୍ୱପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମାୟାବୀ ଓ କ‌‌ଲ୍‌‌‌‌ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥିରେ ସେମାନେ ଆସି ରାଜାଙ୍କ ସମ୍ମୁଖରେ ଠିଆ ହେଲେ।


ତେଣୁ ହେ ପରମେଶ୍ୱର, ତୁମ୍ଭେ ସର୍ବଦେଶୀୟମାନଙ୍କ ମଧ୍ୟରେ ମହାନ। ତୁମ୍ଭକୁ କିଏ ଭୟ ନ କରିବ? ତୁମ୍ଭେ ତାହାର ଯୋଗ୍ୟ। ସର୍ବଦେଶୀୟ ମଧ୍ୟରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀୟ, ଐଶ୍ୱର୍ଯ୍ୟଶାଳୀ ଓ ଜ୍ଞାନୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହାନ୍ତି।


ତୁମ୍ଭେମାନେ ସୂର୍ଯ୍ୟାସ୍ତ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହେବ। ଏଗୁଡ଼ିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡ଼ିକ ଆକାଶରେ ଦେଖ ଓ ସେଗୁଡ଼ିକର ଅର୍ଥ ବୁଝ। ସେହିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକୁ ଦେଖୁଛ। ଏଗୁଡ଼ିକ ମଧ୍ୟ ଏପ୍ରକାର ଲକ୍ଷଣ, କିନ୍ତୁ ଏଗୁଡ଼ିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହୋଇ ପାରୁନ।


ଗଣକ, କ‌‌ଲ୍‌‌‌‌ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲନୀୟ ବିଦ୍ୱାନମାନଙ୍କୁ କହିଲେ, “ଯେକେହି ଏହି ଲେଖା ପଢ଼ିପାରିବ ଓ ତାହାର ଅର୍ଥ ବାହାର କରି ପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦେବି ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ପିନ୍ଧାଇ ଦେବି। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”


ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ।


ହେରୋଦଙ୍କ ରାଜତ୍ୱକାଳରେ ଯିହୂଦା ରାଜ୍ୟର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଯିରୁଶାଲମକୁ ଆସିଲେ।


ଦାନିୟେଲ ରାଜାଙ୍କୁ ଉତ୍ତର ଦେଇ କହିଲା, “ମହାରାଜ, ଆପଣ ଯେଉଁ ନିଗୂଢ଼ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ୱାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ।


ମାତ୍ର ବଷ୍ଟୀରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ରାଜି ହେଲା ନାହିଁ। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା।


ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ୟ ଥିଲେ। ସେମାନେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହୋଇଥିଲେ। ଏବଂ ଦାଉଦଙ୍କୁ ବିନା ସନ୍ଦେହରେ ସାହାଯ୍ୟ କଲେ।


Swiv nou:

Piblisite


Piblisite