Biblia Todo Logo
Bib sou entènèt

- Piblisite -




ଏଷ୍ଟର 1:10 - ପବିତ୍ର ବାଇବଲ

10 ସପ୍ତମ ଦିନରେ ଯେତେବେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ୟଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା, ହର୍ବୋଣା, ବି‌ଗ୍‌ଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତ ଜଣ ନପୁଂସକ ଯେଉଁମାନେ ରାଜା ଅକ୍ଷଶ୍ୱେରଶଙ୍କ ସେବା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୂମନ୍, ବିସ୍ଥା, ହର୍ବୋଣା, ବିଗ୍ଥା ଓ ଅବଗଥ, ସେଥର ଓ କର୍କସ, ଅକ୍ଷଶ୍ଵେରଶ ରାଜାର ଛାମୁସ୍ଥ ଏହି ସାତ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲା,

Gade chapit la Kopi

ଓଡିଆ ବାଇବେଲ

10 ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୂମନ୍‍, ବିସ୍ଥା, ହର୍ବୋଣା, ବିଗ୍‍ଥା ଓ ଅବଗଥ, ସେଥର ଓ କର୍କସ, ଅକ୍ଷଶ୍ୱେରଶ ରାଜାଙ୍କ ଛାମୁସ୍ଥ ଏହି ସାତ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୂମନ୍‍, ବିସ୍ଥା, ହର୍ବୋଣା, ବିଗ୍‍ଥା ଓ ଅବଗଥ, ସେଥର ଓ କର୍କସ, ଅକ୍ଷଶ୍ୱେରଶ ରାଜାଙ୍କ ଛାମୁସ୍ଥ ଏହି ସାତ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲେ,

Gade chapit la Kopi




ଏଷ୍ଟର 1:10
16 Referans Kwoze  

ଏହା ପରେ ରାଜାର ସାକ୍ଷାତରେ ଉପସ୍ଥିତ ହର୍ବୋଣା ନାମକ ଏକ ନପୁଂସକ ରାଜାକୁ କହିଲା, “ଦେଖନ୍ତୁ, ମହାରାଜାଙ୍କ ପକ୍ଷରେ ହିତଜନକ ସମ୍ବାଦଦାୟୀ ମର୍ଦ୍ଦଖୟ ନିମନ୍ତେ ହାମନ୍ ପଗ୍ଭଶ୍ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମା‌ନ୍‌ର ଗୃହରେ ସ୍ଥାପିତ ହୋଇଅଛି।” ରାଜା କହିଲେ, “ତହିଁ ଉପରେ ଏହାକୁ ଫାଶି ଦିଅ।”


ଅତି ଆନନ୍ଦିତ ହୋଇ ସେମାନେ କହିଲେ, “ଶା‌ମ୍‌ଶୋ‌ନଙ୍କୁ ତା'ର କୋଠରୀରୁ ଆଣ, ସେ ଆମ୍ଭମାନଙ୍କ ସମ୍ମୁଖରେ କୌତୁକ କରିବ।” ତେଣୁ ସେମାନେ ଶା‌ମ୍‌ଶୋ‌ନଙ୍କୁ ଗାରାଗାରରୁ ବାହାରକୁ ଆଣିଲେ। ସେ ସେମାନଙ୍କ ଆଗରେ କୌତୁକ କଲେ ଓ ସେମାନେ ତା'ର ପରିହାସ କଲେ। ଆଉ ସେମାନେ ତାକୁ ଦାଗୋନ୍ ମନ୍ଦିରର ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ।


ଦ୍ରାକ୍ଷାରସ ଓ ମଦ୍ୟ, ଲୋକମାନଙ୍କୁ ନିୟନ୍ତ୍ରଣ କରି ବାହାରକୁ ନେଇଯାଏ। ଯେକେହି ସେଥିରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହୋଇ ପାରିବ ନାହିଁ।


ଏହା ପରେ ଅବଶାଲୋମ ନିଜର ସେବକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, “ଅମ୍ନୋନକୁ ଜଗି ଥାଅ, ଯେତେବେଳେ ସେ ଟିକେ ମାତାଲ ହେବ, ଦ୍ରକ୍ଷାରସରୁ ଉତ୍ତମ ଅନୁଭବ କରିବ, ମୋ’ ଆଦେଶ ଅନୁକରଣ କରି ତାକୁ ହତ୍ୟା କର। ଭୟ କର ନାହିଁ, ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ, ବଳବାନ୍ ଏବଂ ସାହସୀ ହୁଅ।”


ଦାସମାନେ ଯୋଷେଫଙ୍କ ଟେବୁଲରୁ ଖାଦ୍ୟ ଆଣି ଅନ୍ୟ ଭାଇମାନଙ୍କୁ ପରଷୁଥା’ନ୍ତି। କିନ୍ତୁ ଦାସମାନେ ଅନ୍ୟ ଭାଇ ଅପେକ୍ଷା ବିନ୍ୟାମୀନକୁ ଅଧିକ ପାଞ୍ଚ ଥର ପରଷୁଥା’ନ୍ତି। ସେମାନେ ସମସ୍ତେ ଖାଇ ପିଇ ଆନନ୍ଦ କଲେ।


ଖୁସୀ ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ଯ୍ୟରେ ଆସେ।


ତେଣୁ ଲେବୀୟ ଲୋକ ଏବଂ ତାଙ୍କ ଶ୍ୱଶୁର ଏକ ସାଙ୍ଗରେ ଖିଆପିଆ କଲେ। ଏହା ପରେ ସେହି ଯୁବତୀର ପିତା ତାଙ୍କୁ କହିଲେ, “ଦୟାକରି ଆଜି ରାତ୍ରି ଏହିଠାରେ ରହିଯାଅ ଏବଂ ନିଜକୁ ଉପଭୋଗ କର।” ତେଣୁ ସେହି ଲୋକଦ୍ୱୟ ବସି ଭୋଜନ କଲେ।


ପୁଣି ଖାଇପିଇ ସାରି ବୋୟାଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖରେ ଶୟନ କରିବାକୁ ଗଲେ। ତହିଁରେ ଋତ ଧୀରେ ଧୀରେ ଯାଇ ବୋୟାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡ଼ି ରହିଲା।


ବଷ୍ଟୀ ରାଣୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲା।


ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍ ନଗର ଉ‌‌‌‌‌ଦ୍‌‌‌‌‌ବିଗ୍ନ ହେଲା।


ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।


Swiv nou:

Piblisite


Piblisite