Biblia Todo Logo
Bib sou entènèt

- Piblisite -




ଏଫିସୀୟ 6:9 - ପବିତ୍ର ବାଇବଲ

9 ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ ହେ କର୍ତ୍ତାମାନେ, ସେହିପରିଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜ୍ଜନଗର୍ଜ୍ଜନ କରିବାରୁ ନିବୃତ୍ତ ହୁଅ, ସେମାନଙ୍କ ଓ ତୁମ୍ଭମାନଙ୍କ, ଉଭୟଙ୍କର ପ୍ରଭୁ ଯେ ସ୍ଵର୍ଗରେ ଅଛନ୍ତି, ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।

Gade chapit la Kopi

ଓଡିଆ ବାଇବେଲ

9 ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି, ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ମୁନିବମାନେ, ତୁମର କ୍ରୀତଦାସମାନଙ୍କ ପ୍ରତି ଅନୁରୂପ ବ୍ୟବହାର କର ଓ ସେମାନଙ୍କୁ ଧମକାଅ ନାହିଁ। ମନେରଖ, ତୁମେ ଓ ତୁମର କ୍ରୀତଦାସମାନେ ସମସ୍ତେ ସ୍ୱର୍ଗସ୍ଥ ପ୍ରଭୁଙ୍କର ଅଧୀନ। ସେ ପ୍ରତ୍ୟେକଙ୍କୁ ସମଭାବରେ ବିଚାର କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।

Gade chapit la Kopi




ଏଫିସୀୟ 6:9
40 Referans Kwoze  

ମନେରଖ! ଭୁଲ୍ କର୍ମ ପାଇଁ, ପ୍ରତ୍ୟେକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରତ୍ୟେକ ଲୋକକୁ ସମାନ ଭାବରେ ଦେଖନ୍ତି।


ପିତର କହିବା ଆରମ୍ଭ କଲେ, “ମୁଁ ବର୍ତ୍ତମାନ ପ୍ରକୃତରେ ବୁଝିପାରୁଛି, ପରମେଶ୍ୱରଙ୍କ ଦୃଷ୍ଟିରେ ପ୍ରତ୍ୟେକ ଲୋକ ସମାନ। ତାହାଙ୍କ ପାଖରେ କୌଣସି ଭେଦଭାବ ନାହିଁ।


ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଗ୍ଭର କରନ୍ତି।


ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର ଦେଖାଅ।


“ଅନ୍ୟମାନେ ତୁମ୍ଭ ପାଇଁ ଯାହା କରିବେ ବୋଲି ତୁମ୍ଭେ ଗ୍ଭହୁଁଛ, ତୁମ୍ଭେ ନିଜେ ସେମାନଙ୍କ ପାଇଁ ସେହିଭଳି କର। ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଶିକ୍ଷାର ଅର୍ଥ।


କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।


ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା'ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।


ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ୟ କରେ। ଶାସ୍ତ୍ରରେ ଏହି ରାଜକୀୟ ନିୟମଟି ମିଳେ: “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା'ହେଲେ ତୁମ୍ଭେ ଠିକ୍ କରୁଛ।


କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।


ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।”


ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।


କାରଣ ଯେଉଁ ଲୋକକୁ ପ୍ରଭୁ ଆହ୍ୱାନ କଲାବେଳେ କ୍ରୀତଦାସ ଥିଲା, ଏବେ ସେ ପ୍ରଭୁଙ୍କଠାରେ ସ୍ୱାଧୀନ ଲୋକ। ସେହି ପ୍ରକାର ସ୍ୱାଧୀନ ଲୋକ ଥିଲାବେଳେ ପ୍ରଭୁ ଯାହାକୁ ଆହ୍ୱାନ କଲେ, ସେ ଏବେ ପ୍ରଭୁଙ୍କର କ୍ରୀତଦାସ ଅଟେ।


ମାଲିକ ତାକୁ କଠିନ ଶାସ୍ତି ଦେବେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠାରେ ଲୋକମାନେ କାନ୍ଦନ୍ତି ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରନ୍ତି ସେହି ସ୍ଥାନକୁ ପଠାଇଦେବେ।


“ଅନ୍ୟ ପକ୍ଷରେ ଗ୍ଭକରଟି ଯଦି ମନ୍ଦ ଲୋକ ହୋଇଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ।


ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା।


“ତା'ପରେ ରାଜା ଗ୍ଭକରମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ ହୋଇ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଅଯୋଗ୍ୟ ଥିଲେ।


ତା'ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।


ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ'ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।”


ପୁଣି ଯେକେହି ମୁଣ୍ତ ନୁଆଁଇ ପ୍ରଣାମ ନ କରିବ, ସେ ସେହି ମୁହୂର୍ତ୍ତରେ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷିପ୍ତ ହେବ।”


“ଆମ୍ଭେ ନିଜ ଲୋକମାନଙ୍କ ଉପରେ କ୍ରୋଧିତ ହେଲୁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପର କଲୁ। ତୁମ୍ଭେ ସେମାନଙ୍କ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପରେ ଯୁଆଳି ବଡ଼ ଭାରି କରି ଥୋଇଲ।


କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।


ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।


ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।”


ଶାମୁୟେଲ କହିଲେ, “ଅତୀତରେ ତୁମ୍ଭେ ନିଜକୁ ମୁଖ୍ୟ ବୋଲି ଭାବୁ ନ ଥିଲ। କିନ୍ତୁ ତା'ପରେ ତୁମ୍ଭେ ଇସ୍ରାଏଲ ପରିବାରବର୍ଗଗୁଡ଼ିକର ମୂଖ୍ୟ ହୋଇ ପାରିଲ। ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲର ରାଜା ଭାବେ ବାଛିଲେ।


“ତୁମ୍ଭେମାନେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ତାଙ୍କଠାରୁ ଗ୍ଭେରି କରିବ ନାହିଁ। ପୁଣି ବେତନଜୀବିର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।


ପରମେଶ୍ୱର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ୱର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାରଣ ପରମେଶ୍ୱର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।


ମାଲିକମାନେ! ଯାହା ସୁନ୍ଦର ଓ ଯଥାର୍ଥ ତାହା ତୁମ୍ଭ ସେବକମାନଙ୍କୁ ଦିଅ। ମନେରଖ ଯେ ସ୍ୱର୍ଗରେ ତୁମ୍ଭମାନଙ୍କର ମଧ୍ୟ ଜଣେ ମାଲିକ ଅଛନ୍ତି।


Swiv nou:

Piblisite


Piblisite