Biblia Todo Logo
Bib sou entènèt

- Piblisite -




ଏଫିସୀୟ 6:3 - ପବିତ୍ର ବାଇବଲ

3 ପ୍ରତିଜ୍ଞାଟି ଏହି: “ଏହା କଲେ ତୁମ୍ଭେ ପୃଥିବୀରେ ଦୀର୍ଘ ଜୀବନ ପାଇବ ଓ ବହୁ ମଙ୍ଗଳ ଦାନ ଲାଭ କରିବ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 “ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ।”

Gade chapit la Kopi

ଓଡିଆ ବାଇବେଲ

3 ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ବଞ୍ଚିବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 “ଯେପରି ତୁମ୍ଭମାନଙ୍କର ମଙ୍ଗଳ ହେବ ଓ ତୁମ୍ଭେମାନେ ପୃଥିବୀରେ ଦୀର୍ଘାୟୁ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ।

Gade chapit la Kopi




ଏଫିସୀୟ 6:3
15 Referans Kwoze  

‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।


ସେଥିପାଇଁ ତୁମ୍ଭେମାନେ ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଙ୍ଗଳ ହେବ, ଏବଂ ତୁମ୍ଭେମାନେ ସେହି ଭୂମିରେ ଦୀର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦେଇଛନ୍ତି।”


ସାବଧାନତା ସହକାରେ ମୁଁ ଯେଉଁ ଆଜ୍ଞାମାନ ଦେଲି ତାହା ତୁମ୍ଭେମାନେ ପାଳନ କରିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତୁମ୍ଭ ବଂଶଧରଗଣର ଯୁଗାନୁସାରେ ମଙ୍ଗଳ ହେବ।


ତୁମ୍ଭେମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ କର୍ମ କଲେ ତୁମ୍ଭମାନଙ୍କର ଓ ଆପଣା ବଂଶଧରମାନଙ୍କର ମଙ୍ଗଳ ହେବ।


ତେଣୁ ହେ ଇସ୍ରାଏଲ, ଶୁଣ ଓ ତାହା ପାଳନ କରିବାକୁ ମନୋଯୋଗ କର, ତହିଁରେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସେହିପରି ଦୁ‌‌ଗ୍‌‌ଧମଧୁପ୍ରବାହୀ ଦେଶରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଅଧିକ ବର୍ଦ୍ଧିଷ୍ଣୁ ହେବ।


ତୁମ୍ଭେ ତୁମ୍ଭମାନଙ୍କ ପାଇଁ ପକ୍ଷୀ ଛୁଆମାନଙ୍କୁ ଆଣି ପାରିବ କିନ୍ତୁ ତା'ର ମା’ ପକ୍ଷୀକୁ ମୁକ୍ତ କରିଦେବ। ଯଦି ତୁମ୍ଭେମାନେ ଏହି ନିୟମଗୁଡ଼ିକ ମାନିବ ତେବେ ତୁମ୍ଭମାନଙ୍କର ଦୀର୍ଘଜୀବୀ ହେବ ଏବଂ ତୁମ୍ଭମାନଙ୍କର ମଙ୍ଗଳ ହେବ।


ସେହି ବାକ୍ୟ ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭେମାନେ ଆପଣଙ୍କୁ ପଠାଉଅଛୁ, ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଆମ୍ଭେମାନେ ମାନିବୁ। କାରଣ ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ କଥା ମାନିଲେ ଆମ୍ଭମାନଙ୍କର ମଙ୍ଗଳ ହେବ।”


ଉତ୍ତମ ଲୋକମାନଙ୍କୁ କୁହ, ସେମାନେ ଉତ୍ତମଫଳ ଭୋଗ କରିବେ। ସେମାନେ ସେମାନଙ୍କର ସୁକର୍ମ ଯୋଗୁଁ ପୁରସ୍କୃତ ହେବେ।


ଏହା ପରେ ନୟମୀ ଋତର ଶାଶୁ ତାଙ୍କୁ କହିଲେ, “ହେ ମୋର କନ୍ୟା, ମୁଁ ତୁମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହେବ।


ଏହା ପରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲେ।


ଦେଖ, ଯେପରି ତୁମ୍ଭେ ସେହି ରାସ୍ତାରେ ଗ୍ଭଲ ଯେଉଁ ରାସ୍ତାରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଗ୍ଭଲିବା ପାଇଁ ଆଦେଶ ଦେଇଛନ୍ତି, ଯେଉଁଥିପାଇଁ ତୁମ୍ଭେମାନେ ସେହି ଦେଶରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସେଠାରେ ତୁମ୍ଭର ସର୍ବମଙ୍ଗଳ ହେବ।


ଆଉ ମଧ୍ୟ ତୁମ୍ଭେମାନେ ଗୃହ ନିର୍ମାଣ କରିବ ନାହିଁ, କିଅବା ବୀଜ ବୁଣିବ ନାହିଁ କିଅବା ଦ୍ରାକ୍ଷାକ୍ଷେତ୍ର ରୋପଣ କରିବ ନାହିଁ ଅବା ତହିଁର ଅଧିକାରୀ ହେବ ନାହିଁ। ମାତ୍ର ତୁମ୍ଭେମାନେ ଯାବଜ୍ଜୀବନ ତମ୍ବୁରେ ବାସ କରିବ, ତହିଁରେ ତୁମ୍ଭେମାନେ ଯେଉଁ ଦେଶରେ ପ୍ରବାସ କରୁଅଛ, ସେହି ଦେଶରେ ଅନେକ କାଳ ବଞ୍ଚିବ।’


କାରଣ ଦଶ ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞା ହେଉଛି, “ତୁମ୍ଭେ ଆପଣା ପିତାମାତାଙ୍କୁ ସମ୍ମାନ କର।’ ଏହି ଆଜ୍ଞାଟି ସହିତ ଏକ ପ୍ରତିଜ୍ଞା ମଧ୍ୟ ସଂଯୁକ୍ତ।


ହେ ପିତାମାନେ! ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ରଗାଅ ନାହିଁ। କିନ୍ତୁ ପ୍ରଭୁଙ୍କ ବିଷୟକ ଉପଦେଶ ଓ ଶିକ୍ଷା ଦେଇ ସେମାନଙ୍କୁ ପ୍ରତିପାଳନ କର।


Swiv nou:

Piblisite


Piblisite