Biblia Todo Logo
Bib sou entènèt

- Piblisite -




ଏଫିସୀୟ 6:21 - ପବିତ୍ର ବାଇବଲ

21 ମୁଁ ତୁମ୍ଭ ପାଖକୁ ଆମ୍ଭର ପ୍ରିୟ ଭାଇ ତୁଖିକଙ୍କୁ ପଠାଉଛି। ସେ ପ୍ରଭୁଙ୍କ କାମରେ ଜଣେ ବିଶ୍ୱସ୍ତ ସେବକ। ମୋ’ ସହିତ ଯାହା ଘଟୁଛି, ସେ ସମସ୍ତ ବିଷୟ ସେ ତୁମ୍ଭକୁ କହିବେ। ତା'ହେଲେ ତୁମ୍ଭେ ଜାଣି ପାରିବ ଯେ ମୁଁ କିପରି ଅଛି ଓ କ’ଣ କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ମୋହର ବିଷୟ, ଅର୍ଥାତ୍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ମଧ୍ୟ ଯେପରି ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ଵସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;

Gade chapit la Kopi

ଓଡିଆ ବାଇବେଲ

21 ମୋହର ବିଷୟ, ଅର୍ଥାତ୍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖି‌କ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

21 ମୋର ଅବସ୍ଥା ସମ୍ବନ୍ଧରେ ତୁମ୍ଭେମାନେ ଯେପରି ଜାଣି ପାରିବ, ସେଥିପାଇଁ ଆମ ପ୍ରିୟ ଭାଇ ଓ ପ୍ରଭୁଙ୍କ କାର୍ଯ୍ୟ କରୁଥିବା ବିଶ୍ୱସ୍ତ ସେବକ ତୁଖିୟ ମୋ’ ବିଷୟରେ ତୁମ୍ଭମାନଙ୍କୁ ସବୁ କଥା କହିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ମୋହର ବିଷୟ, ଅର୍ଥାତ୍‍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ;

Gade chapit la Kopi




ଏଫିସୀୟ 6:21
11 Referans Kwoze  

ତାହାଙ୍କ ସହିତ ବେରୟା ନଗରର ପୁରଙ୍କ ପୁତ୍ର ସୋପାତ୍ର, ଥେସଲନୀକୀୟର ଆରିସ୍ତାର୍ଖ ଓ ସେକୂନ୍ଦ, ଦର୍ବାର ଗାୟ ଓ ତୀମଥି, ଏସିଆର ତୁଖିକ ଓ ତ୍ରଫିମ ଗଲେ।


ତୁଖିକଙ୍କୁ ମୁଁ ଏଫିସ ନଗରକୁ ପଠାଇଅଛି।


ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତେମା ଓ ତୁଖିକଙ୍କୁ ପଠାଇବି। ସେମାନଙ୍କୁ ପଠାଇଲା ପରେ ତୁମ୍ଭେ ନିକପଲିଠାରେ ମୋ’ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସେଠାରେ କଟାଇବି।


ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ।


ସିଲାନ୍ ସାହାଯ୍ୟରେ ମୁଁ ଏହି ଛୋଟ ପତ୍ରଟି ଲେଖିଲି। ସେ ଖ୍ରୀଷ୍ଟରେ ଜଣେ ବିଶ୍ୱସ୍ତ ଭ୍ରାତା ବୋଲି ମୁଁ ଜାଣେ। ଏହା ତୁମ୍ଭକୁ ସାନ୍ତ୍ୱନା ଦେବା ଓ ଉତ୍ସାହିତ କରିବା ପାଇଁ ମୁଁ ଲେଖିଥିଲି। ମୁଁ ତୁମ୍ଭକୁ କହିବାକୁ ଗ୍ଭହିଁଥିଲି ଯେ ଏହା ହେଉଛି ପରମେଶ୍ୱରଙ୍କ ଅନୁଗ୍ରହ। ସେହି ଅନୁଗ୍ରହରେ ଦୃଢ଼ ହୋଇ ରୁହ।


ଦାସ ହେବା ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠାରେ ଜଣେ ଭାଇ ଭଳି ଭଲ ପାଇବ।


ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ।


ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ।


ସେଥିପାଇଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟରେ ମୋହର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ୱାସ ଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।


ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦେବାକୁ ଇଚ୍ଛା କରେ ଯେ ମୋ’ ପ୍ରତି ଯାହାକିଛି ଘଟିଛି, ତାହା ସୁସମାଗ୍ଭର ପ୍ରଗ୍ଭର କରିବାରେ ସାହାଯ୍ୟ କଲା।


Swiv nou:

Piblisite


Piblisite