Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:19 - ପବିତ୍ର ବାଇବଲ

19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ଵାରା ପରସ୍ପରକୁ ଉତ୍ସାହ ଦିଅ, ପୁଣି ତୁମ୍ଭମାନଙ୍କ ହୃଦୟରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କର,

Gade chapit la Kopi

ଓଡିଆ ବାଇବେଲ

19 ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଭଜନ, ସ୍ତୁତିଗାନ ଓ ଭକ୍ତି ଗୀତ ଦ୍ୱାରା ପରସ୍ପରକୁ ଉତ୍ସାହିତ କର। ହୃଦୟର କୃତଜ୍ଞତା ସହ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଓ ଭଜନ ଗାନ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର;

Gade chapit la Kopi




ଏଫିସୀୟ 5:19
16 Referans Kwoze  

ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠାରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ୟବହାର କର। ନିଜ ହୃଦୟରେ ପରମେଶ୍ୱରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ୟାତ୍ମିକ ଗୀତମାନ ଗାଅ।


ତା'ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।


ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।


ପାଉଲ ଓ ଶୀଲା ମଧ୍ୟରାତ୍ରି ବେଳେ ପରମେଶ୍ୱରଙ୍କୁ ପ୍ରାର୍ଥନା ଓ ସ୍ତୁତି ଗାନ କରୁଥିଲେ। ଅନ୍ୟ ବନ୍ଦୀମାନେ ତାହା ସବୁ ଶୁଣୁଥିଲେ।


ସଦାପ୍ରଭୁଙ୍କୁ ଗୀତରେ ଧନ୍ୟବାଦ ଦିଅ। ବୀଣାଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସା କର।


ଯଦି କେହି ସଙ୍କଟରେ ପଡ଼ିଛି, ତା'ହେଲେ ସେ ପ୍ରାର୍ଥନା କରୁ। ଯଦି କେହି ଖୁସୀ ଅଛି, ତା'ହେଲେ ସେ ଗୀତ ଗାଉ।


ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର। ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ। ସେଲା


ଆମ୍ଭର ଦାସମାନେ ଆନନ୍ଦରେ ଗାନ କରିବେ କାରଣ ସେମାନଙ୍କ ହୃଦୟ ସୁଖରେ ପରିପୂର୍ଣ୍ଣ। ମାତ୍ର ତୁମ୍ଭେ ମନ୍ଦାଗ୍ଭରୀଗଣ ହୃଦୟର ଦୁଃଖ ନିମିତ୍ତ ବିଳାପ କରିବ। ଆଉ ମଧ୍ୟ ଆତ୍ମାର ବିରକ୍ତିଭାବ ଯୋଗୁଁ ହାହାକାର କରିବ।


ହେ ପ୍ରଭୁ, ମୋର ପରମେଶ୍ୱର, ମୁଁ ତୁମ୍ଭକୁ ହୃଦୟ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।


ଏହା ପରେ ସେମାନେ ନିସ୍ତାରପର୍ବର ପ୍ରାର୍ଥନା ଗୀତ ବୋଲିଲେ ଓ ଜୀତପର୍ବତକୁ ଗ୍ଭଲିଗଲେ।


ଏମାନେ କେବଳ ମୁଖରେ ମୋର ଆଦର କରନ୍ତି, କିନ୍ତୁ ସେମାନଙ୍କ ମନକଥା ମୋ'ଠାରୁ ବହୁତ ଦୂରରେ ରହିଥାଏ।


ତାହାହେଲେ ମୋର କ’ଣ କରିବା ଉଚିତ୍? ମୁଁ ମୋହର ଆତ୍ମା ଦ୍ୱାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ୱାରା ମଧ୍ୟ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ୱାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ୟ ସ୍ତୁତିଗାନ କରିବି।


ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ: “ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ; ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ


Swiv nou:

Piblisite


Piblisite