Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:13 - ପବିତ୍ର ବାଇବଲ

13 କିନ୍ତୁ ଆଲୋକ ସମ୍ମୁଖରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କିନ୍ତୁ ଯେସମସ୍ତ ବିଷୟର ଦୋଷ ଆଲୋକ ଦ୍ଵାରା ଦେଖାଇ ଦିଆଯାଏ, ସେହିସବୁ ପ୍ରକାଶିତ ହୁଏ, କାରଣ ଯାହାସବୁ ପ୍ରକାଶିତ ହୁଏ, ତାହା ଆଲୋକ।

Gade chapit la Kopi

ଓଡିଆ ବାଇବେଲ

13 କିନ୍ତୁ ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ଯେଉଁ ସବୁ ପ୍ରକାଶିତ ହୁଏ, ତାହା ଆଲୋକ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ଯେତେବେଳେ ସମସ୍ତ ବିଷୟ ଆଲୋକକୁ ଅଣାଯାଏ, ସେତେବେଳେ ସେଗୁଡ଼ିକର ପ୍ରକୃତ ସ୍ୱରୂପ ପ୍ରକାଶିତ ହୁଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କିନ୍ତୁ ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ଯେଉଁ ସବୁ ପ୍ରକାଶିତ ହୁଏ, ତାହା ଆଲୋକ।

Gade chapit la Kopi




ଏଫିସୀୟ 5:13
8 Referans Kwoze  

ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ।


ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦେବା। ତା'ର ଉଲଗ୍ନ ଶରୀର ତା'ର ପ୍ରେମିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତାକୁ କେହି ରକ୍ଷା କରି ପାରିବେ ନାହିଁ।


“ଆମ୍ଭେ ଇସ୍ରାଏଲକୁ ସୁସ୍ଥ କରିବା। ତା'ପରେ ଲୋକମାନେ ଜାଣିବେ ଯେ ଇଫ୍ରୟିମ ପାପ କରିଥିଲା। ଶମରିୟାର ପାପ ଆଚରଣ ବିଷୟରେ ଲୋକମାନେ ଜାଣିବେ। ସେହି ସହରରେ ଗ୍ଭେରମାନେ ଯାତାୟାତ କରୁଛନ୍ତି ଲୋକମାନେ ଜାଣିବେ।


ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପାପ କରିଥିଲି, ତେଣୁ ସଦାପ୍ରଭୁ ମୋ’ ଉପରେ କ୍ରୋଧାନ୍ୱିତ ହୋଇଥିଲେ। ମାତ୍ର ସେ ମୋ’ ପାଇଁ ଯୁକ୍ତି ବାଢ଼ିବେ ଏବଂ ମୋ’ ପାଇଁ ନ୍ୟାୟ ବିଗ୍ଭର କରିବେ। ସେ ମୋତେ ଆଲୋକକୁ ଆଣିବେ ଓ ମୁଁ ତାଙ୍କର ଧାର୍ମିକତା ଦେଖିବି।


ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ୟାରେ ପରିପୂର୍ଣ୍ଣ। ସେମାନେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମୋଚନ ପାଇଁ ପ୍ରଗ୍ଭର କରି ନାହାନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହେବାର ଦେଖି ପ୍ରଗ୍ଭର କରିଅଛନ୍ତି।


ପରମେଶ୍ୱର କେବେ ହେଲେ କୌଣସି ସ୍ୱର୍ଗଦୂତକୁ କହିଛନ୍ତି କି ଯେ: “ଯେତେବେଳ ପର୍ଯ୍ୟନ୍ତ ମୁଁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ତୁମ୍ଭ କର୍ତ୍ତୃତ୍ୱରେ ନ ଆଣିଛି, ସେ ପର୍ଯ୍ୟନ୍ତ ମୋ’ ଡାହାଣରେ ବସିଥାଅ।”


ଅନ୍ଧକାରରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସେଗୁଡ଼ିକ କହିବା ପାଇଁ ମଧ୍ୟ ଲଜ୍ଜା ଲାଗେ।


Swiv nou:

Piblisite


Piblisite