Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:8 - ପବିତ୍ର ବାଇବଲ

8 ପ୍ରତ୍ୟେକ ଲୋକ ଖ୍ରୀଷ୍ଟଙ୍କ ଇଚ୍ଛାନୁସାରେ ସେହି ଦାନ ପାଇଛନ୍ତି। ଏଥି ନିମନ୍ତେ ଶାସ୍ତ୍ର କୁହେ: “ସେ ଆକାଶର ଉଚ୍ଚକୁ ଗଲେ; ସେ ବନ୍ଦୀମାନଙ୍କୁ ନିଜ ସହିତ ନେଲେ, ଓ ସେ ଲୋକମାନଙ୍କୁ ଅନୁଗ୍ରହ ଦାନ ଦେଲ।’’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏଥିନିମନ୍ତେ ଉକ୍ତ ଅଛି, ସେ ଊର୍ଦ୍ଧ୍ଵରେ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟ-ମାନଙ୍କୁ ନାନା ବର ଦାନ ଦେଲେ।

Gade chapit la Kopi

ଓଡିଆ ବାଇବେଲ

8 ଏଥି ନିମନ୍ତେ ଉକ୍ତ ଅଛି, ସେ ଊର୍ଦ୍ଧ୍ୱକୁ ଆରୋହଣ କରି ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ଧର୍ମଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ ଅଛି - “ଯେତେବେଳେ ସେ ଉଦ୍ଧ୍ୱର୍କୁ ଆରୋହଣ କଲେ, ତାଙ୍କ ସହିତ ଅନେକ ବନ୍ଦୀଙ୍କୁ ସେ ନେଇଗଲେ, ପୁଣି ମାନବ ଜାତିକୁ ଅନେକ ବର ଦାନ କଲେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିନିମନ୍ତେ ଉକ୍ତ ଅଛି, “ସେ ଊର୍ଦ୍ଧ୍ୱକୁ ଆରୋହଣ କରି, ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ।”

Gade chapit la Kopi




ଏଫିସୀୟ 4:8
7 Referans Kwoze  

ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ।


ପରମେଶ୍ୱର ଆତ୍ମିକ ଶାସକ ଓ ଶକ୍ତିଗୁଡ଼ିକୁ ପରାଜିତ କଲେ। କ୍ରୁଶ ଦ୍ୱାରା ସେ ଏମାନଙ୍କୁ ପରାଜିତ କଲେ ଓ ନିଜେ ବିଜୟୀ ହେଲେ। ପରମେଶ୍ୱର ସଂସାରକୁ ଦେଖାଇ ଦେଲେ ଯେ ସେମାନେ ଶକ୍ତିହୀନ ଅଟନ୍ତି।


ଦାଉଦ ସିକ୍ଳଗରେ ଉପସ୍ଥିତ ହେଲେ। ତା'ପରେ ସେ ଆଣିଥିବା ଦ୍ରବ୍ୟ ତାଙ୍କର ବନ୍ଧୁମାନଙ୍କ ନିକଟକୁ ପଠାଇଲେ ଯିହୁଦାର ନେତାଙ୍କ ନିକଟକୁ। ଦାଉଦ କହିଲେ, “ଏହିଠାରେ କିଛି ଉପହାର ଅଛି ଯାହା ସଦାପ୍ରଭୁଙ୍କ ଶତ୍ରୁମାନଙ୍କ ନିକଟରୁ ଅଣା ଯାଇଅଛି।”


ଏହା ପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶରେ ଛୁଟି କଲା ଓ ରାଜାର ବଦାନ୍ୟତାନୁସାରେ ଦାନ କଲା।


“ଜାଗ, ଜାଗ, ଦବୋରା! ଜାଗ, ଜାଗ, ଗାନ କର! ଜାଗ ବାରକ୍! ଯାଅ ଏବଂ ତୁମ୍ଭର ଶତ୍ରୁମାନଙ୍କୁ ବନ୍ଦୀକର, ଅବୀନୋୟମର ପୁତ୍ର!


କିଏ କେବେ ସ୍ୱର୍ଗକୁ ଯାଇଛି ଏବଂ ତଳକୁ ଫେରି ଆସିଛି? କୌଣସି ଲୋକ ତା'ର ମୁଷ୍ଟିରେ ବାୟୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ାରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ? ତାଙ୍କର ପୁତ୍ରର ନାମ କ’ଣ?


ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ।


Swiv nou:

Piblisite


Piblisite