Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:32 - ପବିତ୍ର ବାଇବଲ

32 ପରସ୍ପର ପ୍ରତି ଦୟାଭାବ ଓ ପ୍ରେମ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠାରେ ପରମେଶ୍ୱର ତୁମ୍ଭମାନଙ୍କୁ କ୍ଷମା କଲେ, ସେହିଭଳି ତୁମ୍ଭେମାନେ ପରସ୍ପରକୁ କ୍ଷମା ଦିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଆଉ, ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ଵର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।

Gade chapit la Kopi

ଓଡିଆ ବାଇବେଲ

32 ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

32 କିନ୍ତୁ ପରସ୍ପର ପ୍ରତି ସଦୟ ଓ କୋମଳଚିତ୍ତ ହୁଅ ଓ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱର ଯେପରି ତୁମ୍ଭମାନଙ୍କୁ କ୍ଷମା କରିଛନ୍ତି, ତୁମ୍ଭେମାନେ ସେହିପରି ପରସ୍ପରକୁ କ୍ଷମା କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।

Gade chapit la Kopi




ଏଫିସୀୟ 4:32
34 Referans Kwoze  

ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା'ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।”


ତୁମ୍ଭେମାନେ ଯଦି କାହାକୁ କ୍ଷମା କର, ମୁଁ ମଧ୍ୟ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତିରେ କ୍ଷମା କରିଛି।


ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରିୟ ସନ୍ତାନ। ଅତଏବ ପରମେଶ୍ୱରଙ୍କ ଭଳି ହେବାକୁ ଚେଷ୍ଟା କର।


“ତେଣୁ ନିଜ ଶତ୍ରୁକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫେରି ପାଇବାର କୌଣସି ଆଶା ନ ରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ ହେବ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ୟ ଦୟାଶୀଳ ଅଟନ୍ତି।


“ତୁମ୍ଭେମାନେ କାହାରି ବିଗ୍ଭର କର ନାହିଁ। ତାହାହେଲେ ତୁମ୍ଭମାନଙ୍କର ମଧ୍ୟ ବିଗ୍ଭର କରାଯିବ ନାହିଁ। କୌଣସି ବ୍ୟକ୍ତିକୁ ଦୋଷୀ କର ନାହିଁ, ତେବେ ତୁମ୍ଭେ ମଧ୍ୟ ଦୋଷୀ ବିବେଚିତ ହେବ ନାହିଁ। ଅନ୍ୟକୁ କ୍ଷମା କରିଦିଅ, ତେବେ ତୁମ୍ଭେମାନଙ୍କୁ ମଧ୍ୟ କ୍ଷମା କରି ଦିଆଯିବ।


ପ୍ରେମ ଦୀର୍ଘ ସହିଷ୍ଣୁ। ପ୍ରେମ ଦୟାବାନ। ପ୍ରେମରେ ଈର୍ଷା ନ ଥାଏ। ସେ ଗର୍ବ କରେ ନାହିଁ, ସେ ଅହଂକାରୀ ନୁହେଁ।


ଯଦି ତୁମ୍ଭର ଭାଇ ଦିନ ଭିତରେ ତୁମ୍ଭ ପ୍ରତି ସାତଥର ଅନ୍ୟାୟ କରେ ଓ ପ୍ରତିଥର ଆସି କହେ ଯେ, ସେ ଏଥିପାଇଁ ଦୁଃଖିତ, ତେବେ ତାକୁ କ୍ଷମା କରି ଦିଅ।”


ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।


ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ। ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।


ପ୍ରିୟ ପିଲାମାନେ, ତୁମ୍ଭମାନଙ୍କ ପାପ ଖ୍ରୀଷ୍ଟଙ୍କ ଦ୍ୱାରା କ୍ଷମା କରାଯାଇଥିବା କାରଣରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।


ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।


ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।


କିନ୍ତୁ ଏବେ ତୁମ୍ଭେମାନେ ତାହାକୁ କ୍ଷମା ଦେବା ଉଚିତ୍ ଓ ତାହାକୁ ସାନ୍ତ୍ୱନା ପ୍ରଦାନ କରିବା ଉଚିତ୍। ଏହା ତାହାକୁ ଉତ୍ସାହିତ କରିବ ଓ ସେ ଅଧିକ ଦୁଃଖରେ ଭାଙ୍ଗି ପଡ଼ିବ ନାହିଁ।


ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।


ଆମ୍ଭର ଜ୍ଞାନ, ଧୈର୍ଯ୍ୟ, ଦୟା, ପବିତ୍ରଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ସେବକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ରଆତ୍ମାଙ୍କ ପୂର୍ଣ୍ଣତାରେ, ପ୍ରକୃତ ପ୍ରେମ ପ୍ରକାଶିବା ଦ୍ୱାରା, ପୁଣି ସତ୍ୟ କଥା କହି ଓ ପରମେଶ୍ୱରଙ୍କ ଶକ୍ତିର କାର୍ଯ୍ୟ କରି ଏହାର ପରିଚୟ ଦେଇଥାଉ।


ଆମ୍ଭମାନଙ୍କର ପାପଗୁଡ଼ିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆମ୍ଭେମାନେ ପ୍ରତ୍ୟେକଙ୍କୁ ମଧ୍ୟ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧ୍ୟରେ ପକାଅ ନାହିଁ।’”


“ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ, ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।


ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି, ମାତ୍ର ସେ ବିଷୟରେ କେହି ମନୋଯୋଗ କରୁ ନାହାନ୍ତି। ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି। ଏହା ମଧ୍ୟ କେହି ବିବେଚନା କରୁ ନାହାନ୍ତି।


ଜଣେ ଲୋକ ତାଙ୍କର ବିଶ୍ୱାସ ଜରିଆରେ ଗୋଟିଏ ଭଲ ପ୍ରସିଦ୍ଧ ପାଇବାକୁ ଦରକାର କରେ। ଏବଂ ମିଥ୍ୟାବାଦୀ ଅପେକ୍ଷା ଦରିଦ୍ର ଲୋକ ଶ୍ରେଷ୍ଠ। ଯିଏ ଯାହାକୁ ବିଶ୍ୱାସ କରାଯାଇପାରେ ନାହିଁ।


ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକାରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦୟ ଅଟନ୍ତି।


ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ, ତା'ର ଧର୍ମ ଏକ। ଚିରକାଳସ୍ଥାୟୀ। ସେ ବିଜୟ ଏବଂ ସମ୍ମାନ ପାଇବ।


ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, “ସେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ଯିଏ କି ମୃତ ଓ ଜୀବିତ ଓ ମୃତମାନଙ୍କଠାରୁ ତାଙ୍କର କରୁଣା ଦୂରେଇ ନାହାନ୍ତି।” ଏହା ପରେ ନୟମୀ ତାକୁ କହିଲା, “ସେ ହେଉଛନ୍ତି ଆମ୍ଭର ନିକଟ ସମ୍ପର୍କୀୟ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ୟରୁ ଜଣେ ଅଟନ୍ତି।”


ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର।


ବହୁତ ଥଣ୍ଡା ଲାଗୁଥିଲା, ଦ୍ୱୀପର ବାସିନ୍ଦାମାନେ ଆମ୍ଭମାନଙ୍କ ପ୍ରତି ବହୁତ ଦୟା ଦେଖାଇଲେ। ସେମାନେ ଆମ୍ଭପାଇଁ ନିଆଁ ଜଳେଇ ଆମ୍ଭକୁ ସ୍ୱାଗତ କଲେ।


ତୁମ୍ଭେ ତୁମ୍ଭର ସେବକ ପାଇଁ ଏହିସବୁ ମହାନ କାର୍ଯ୍ୟ କରିବ କାରଣ ତୁମ୍ଭେ ତାହା କରିବା ପାଇଁ ଇଚ୍ଛା ଓ ପ୍ରତିଜ୍ଞା କରିଅଛ। ଏବଂ ତୁମ୍ଭେ ଏହି ବିଷୟ ଜାଣିବା ନିମନ୍ତେ ମୋତେ ନିର୍ଦ୍ଧାରଣ କରିଅଛ।


ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧକୁ କ୍ଷାନ୍ତ କରେ। ଏବଂ ଏହା ହେଉଛି ଆଶ୍ଚର୍ଯ୍ୟ ସେ ଦୋଷୀମାନଙ୍କୁ କ୍ଷମା କରି ଦିଏ।


କୁଶୀୟ ଏବଦ୍-ମେଲକ ଯିରିମିୟଙ୍କୁ କହିଲା, “ତୁମ୍ଭେ ଏହି ଚିରାକନା ଓ ତ୍ୟକ୍ତ ବସ୍ତ୍ର ଆପଣା ବକ୍ଷ ମୂଳରେ ଦିଅ। ଆମ୍ଭେମାନେ ଯେତେବେଳେ ରଜ୍ଜୁରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥିରେ ତୁମ୍ଭକୁ କଷ୍ଟ ହେବ ନାହିଁ।” ତେଣୁ ଯିରିମିୟ ସେହିପରି କଲେ।


Swiv nou:

Piblisite


Piblisite