ଏଫିସୀୟ 4:31 - ପବିତ୍ର ବାଇବଲ31 କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ। Gade chapit laପବିତ୍ର ବାଇବଲ (Re-edited) - (BSI)31 ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ। Gade chapit laଓଡିଆ ବାଇବେଲ31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୁର ହେଉ; Gade chapit laପବିତ୍ର ବାଇବଲ (CL) NT (BSI)31 ସମସ୍ତ ତିକ୍ତତା, ଉତ୍ତେଜନା ଓ କ୍ରୋଧ ପରିହାର କର। ତିରସ୍କାର କିମ୍ବା ପରନିନ୍ଦା କର ନାହିଁ। କାହା ପ୍ରତି ଘୃଣାଭାବ ପୋଷଣ କର ନାହିଁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ; Gade chapit la |
ଭାଇ ଓ ଭଉଣୀମାନେ! ପରସ୍ପର ବିରୁଦ୍ଧରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଗ୍ଭର କରୁଛ; ତା'ହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି, ତୁମ୍ଭେ ତା'ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଗ୍ଭର କର, ତେବେ ତୁମ୍ଭେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଗ୍ଭର କରୁଛ। ଏବଂ ତୁମ୍ଭେ ଯଦି ବ୍ୟବସ୍ଥାର ବିଗ୍ଭର କରୁଛ, ତେବେ ତୁମ୍ଭେ ବ୍ୟବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଗ୍ଭରପତି ହୋଇଗଲ।
ଏଭଳି କହିବାର ଉଦ୍ଦେଶ୍ୟ ଯେ, ମୋର ଭୟ ହେଉଛି: ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି ସେତେବେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସେହି ରୂପରେ ନ ପାଇ ପାରେ ଓ ତୁମ୍ଭେମାନେ ମଧ୍ୟ ମୋତେ ଯାହା ଭାବିଛ ଠିକ୍ ସେହି ରୂପରେ ପାଇ ନ ପାର। ମୋର ଭୟ ଯେ, କାଳେ ତୁମ୍ଭମାନଙ୍କ ମଧ୍ୟରେ କଳହ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ପରଚର୍ଚ୍ଚା, କାନକୁହାକୋହି, ଗର୍ବ ଓ ଦ୍ୱନ୍ଦ ଦେଖିବାକୁ ମିଳିବ।
ତା'ପରେ ମୁଁ ସ୍ୱର୍ଗରେ ଗୋଟିଏ ଉଚ୍ଚ ଧ୍ୱନି ଏହା କହିବାର ଶୁଣିଲି, “ବର୍ତ୍ତମାନ ଆମ୍ଭ ପରମେଶ୍ୱରଙ୍କ ବିଜୟ, କ୍ଷମତା, ଓ ରାଜତ୍ୱର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ୟ ଉପସ୍ଥିତ ହୋଇଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହାରେ ନିକ୍ଷେପ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭ ଭାଇମାନଙ୍କ ବିଷୟରେ ଅଭିଯୋଗ କରୁଥିଲା।
ଇସ୍ରାଏଲ ଲୋକମାନେ ଉତ୍ତର ଦେଇ କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି ମଧ୍ୟ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ। ତେବେ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକି ନେଇ ନାହିଁ ଓ କାହିଁକି ଆମ୍ଭମାନଙ୍କୁ ହେୟଜ୍ଞାନ କଲ?” କିନ୍ତୁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଟାଣ ବାକ୍ୟ କହିଲେ। ଇସ୍ରାଏଲର ଲୋକମାନଙ୍କ ବାକ୍ୟଠାରୁ ଏମାନଙ୍କ ବାକ୍ୟ ଅଧିକ ଟାଣ ଥିଲା।