ଏଫିସୀୟ 3:9 - ପବିତ୍ର ବାଇବଲ9 ପରମେଶ୍ୱରଙ୍କ ଗୁପ୍ତ ସତ୍ୟକୁ ସମସ୍ତଙ୍କୁ କହିବା ଦାୟିତ୍ୱ ପରମେଶ୍ୱର ମୋତେ ପ୍ରଦାନ କଲେ। ଏହି ନିଗୂଢ଼ ସତ୍ୟ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଭିତରେ ଗୁପ୍ତ ରହିଥିଲା। Gade chapit laପବିତ୍ର ବାଇବଲ (Re-edited) - (BSI)9 ପୁଣି ସର୍ବସୃଷ୍ଟିକର୍ତ୍ତା ଈଶ୍ଵରଙ୍କଠାରେ ଅନାଦିକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ଵ ସମ୍ଵନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, Gade chapit laଓଡିଆ ବାଇବେଲ9 ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରେ ପ୍ରାଚୀନ କାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କ'ଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, Gade chapit laପବିତ୍ର ବାଇବଲ (CL) NT (BSI)9 ଈଶ୍ୱରଙ୍କର ସେହି ଗୁପ୍ତ ଯୋଜନା କିପରି କାର୍ଯ୍ୟକାରୀ ହୋଇ ପାରିବ, ତାହା ସମସ୍ତଙ୍କୁ ଅବଗତ କରାଇବାର ସୌଭାଗ୍ୟ ମୁଁ ଲାଭ କରିଛି। ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଈଶ୍ୱର ଅତୀତରେ ସବୁ ଯୁଗରେ ତାଙ୍କର ନିଗୂଢ଼ ତତ୍ତ୍ୱକୁ ଗୁପ୍ତ ରଖିଥିଲେ, Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, Gade chapit la |
ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।
ତୁମ୍ଭେମାନେ ଶୁଣିଥିବା ସୁସମାଗ୍ଭର ଉପରେ ବିଶ୍ୱାସ ରଖି ପାରିଲେ ଖ୍ରୀଷ୍ଟ ଏହି କାମ କରି ଗ୍ଭଲିବେ। ତୁମ୍ଭେମାନେ ନିଜ ବିଶ୍ୱାସରେ ଦୃଢ଼ତା ଓ ନିଶ୍ଚିତ ବୋଧ ରଖିଥିବ। ସୁସମାଗ୍ଭର ତୁମ୍ଭମାନଙ୍କୁ ଯେଉଁ ଭରସା ଦେଇଛି ସେଥିରୁ ବିଚଳିତ ହେବ ନାହିଁ। ସେହି ସମାନ ସୁସମାଗ୍ଭର ସମଗ୍ର ବିଶ୍ୱରେ ସମସ୍ତଙ୍କୁ କୁହାଯାଇଛି। ମୁଁ ପାଉଲ, ସେହି ସୁସମାଗ୍ଭର କହିବାରେ ସାହାଯ୍ୟ କରିଛି।
ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା'ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ।
ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ। ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା'ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ।