ଏଫିସୀୟ 3:19 - ପବିତ୍ର ବାଇବଲ19 ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ମନୁଷ୍ୟର ପ୍ରେମଠାରୁ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସେହି ପ୍ରେମ ବିଷୟରେ ଜାଣିବା ପାଇଁ ସକ୍ଷମ ହୁଅ, ତେବେ ଯାଇ ତୁମ୍ଭେ ପରମେଶ୍ୱରଙ୍କଠାରେ ପୂର୍ଣ୍ଣ ହୋଇ ଯିବ। Gade chapit laପବିତ୍ର ବାଇବଲ (Re-edited) - (BSI)19 ଆଉ ଏହି ପ୍ରକାରେ ଈଶ୍ଵରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ। Gade chapit laଓଡିଆ ବାଇବେଲ19 ଆଉ ସେହି ପ୍ରକାରେ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ । Gade chapit laପବିତ୍ର ବାଇବଲ (CL) NT (BSI)19 ହଁ, ତୁମ୍ଭେମାନେ ତାଙ୍କ ପ୍ରେମର ପରିସର ଜାଣି ପାରିବ, ଯଦ୍ୟପି ଏହା କେବେହେଁ ପୂର୍ଣ୍ଣମାତ୍ରାରେ ଜାଣି ହୁଏନା। ଏହି ପ୍ରକାରେ ତୁମ୍ଭେମାନେ ଈଶ୍ୱରଙ୍କ ସ୍ୱଭାବର ପରିପୂର୍ଣ୍ଣତା ଉପଲବ୍ôଧ କରିପାରିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଆଉ ସେହି ପ୍ରକାରେ ଈଶ୍ବରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ। Gade chapit la |
ତୁମ୍ଭମାନଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ୍, କାରଣ ତୁମ୍ଭେ ସମସ୍ତେ ମୋ’ ହୃଦୟରେ ସ୍ଥାନ ପାଇଛ। ତୁମ୍ଭେମାନେ ପରମେଶ୍ୱରଙ୍କ କୃପାରେ ମୋର ଭାଗୀଦାର। ବର୍ତ୍ତମାନ ମୁଁ ବନ୍ଦୀଘରେ ଅଛି, ଯେତେବେଳେ ମୁଁ ସୁସମାଗ୍ଭରର ପକ୍ଷ ସମର୍ଥନ କରୁଛି ଓ ଯେତେବେଳେ ମୁଁ ସୁସମାଗ୍ଭରର ସତ୍ୟ ପ୍ରମାଣିତ କରୁଛି, ସେତେବେଳେ ମଧ୍ୟ ତୁମ୍ଭେମାନେ ମୋ’ ସହିତ ପରମେଶ୍ୱରଙ୍କ ଅନୁଗ୍ରହର ସହଭାଗୀ ଅଟ।
ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା'ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା!