Biblia Todo Logo
Bib sou entènèt

- Piblisite -




ଏଫିସୀୟ 3:13 - ପବିତ୍ର ବାଇବଲ

13 ସେଥିପାଇଁ ମୁଁ କୁହେ ଯେ ତୁମ୍ଭମାନଙ୍କ ପାଇଁ ମୁଁ ଯାତନା ଭୋଗୁ ଥିବାରୁ ହତୋତ୍ସାହିତ ହୁଅ ନାହିଁ। ମୋର ଏହି ଯାତନାଗୁଡ଼ିକ ତୁମ୍ଭ ନିମନ୍ତେ ଗୌରବଜନକ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଅତଏବ, ମୁଁ ଅନୁରୋଧ କରେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଳେଶଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କର ଗୌରବ।

Gade chapit la Kopi

ଓଡିଆ ବାଇବେଲ

13 ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କ ଗୌରବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ସେଥିପାଇଁ ମୋର ଅନୁରୋଧ, ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ନିରାଶ ହୁଅ ନାହିଁ, କାରଣ ଏ ସବୁ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଅତଏବ ମୁଁ ଅନୁରୋଧ କରେ ଯେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କ ଗୌରବ।

Gade chapit la Kopi




ଏଫିସୀୟ 3:13
14 Referans Kwoze  

ଭାଇ ଓ ଭଉଣୀମାନେ! ଭଲ କାମ କରିବା ପାଇଁ କେବେ ହେଲେ କ୍ଳାନ୍ତ ହୁଅ ନାହିଁ।


ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି।


ଯଦି ଆମ୍ଭେ କଷ୍ଟରେ ରହିଛୁ, ସେଗୁଡ଼ିକ ତୁମ୍ଭମାନଙ୍କ ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ ଉଦ୍ଧିଷ୍ଟ। ଯଦି ଆମ୍ଭେ ସାନ୍ତ୍ୱନା ପାଇଛୁ, ତାହା ତୁମ୍ଭମାନଙ୍କର ପାଇଁ ଅଟେ। ଆମ୍ଭେମାନେ ଯେଉଁ ଯାତନା ସହୁ, ସେହି ଯାତନା ଧୈର୍ଯ୍ୟ ପୂର୍ବକ ସହିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତି।


ଅତଏବ, ମୁଁ ପାଉଲ, ତୁମ୍ଭ ଅଣଯିହୂଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ।


ସେତେବେଳେ ଯିରୁଶାଲମକୁ କୁହାଯିବ, “ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ।


ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।


ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।”


‘ହେ ଇସ୍ରାଏଲବାସୀ, ମୋର କଥା ଶୁଣ। ଆଜି ତୁମ୍ଭେମାନେ ତୁମ୍ଭର ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଯିବ। ତୁମ୍ଭେମାନେ କେବେ ଭୟ କରିବ ନାହିଁ, ତୁମ୍ଭମାନଙ୍କର ହୃଦୟ ଦୁର୍ବଳ କର ନାହିଁ।


ପରମେଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ।


ତୁମ୍ଭେମାନେ ମଧ୍ୟ ମୋ’ ସହିତ ଖୁସୀ ହୁଅ ଓ ଆନନ୍ଦରେ ପରିପୂର୍ଣ୍ଣ ହୁଅ।


Swiv nou:

Piblisite


Piblisite