Biblia Todo Logo
Bib sou entènèt

- Piblisite -




ଏଫିସୀୟ 2:9 - ପବିତ୍ର ବାଇବଲ

9 ତୁମ୍ଭେ ନିଜ କର୍ମ ଦ୍ୱାରା ଉଦ୍ଧାର ପାଇ ନାହଁ। ଯେପରି କୌଣସି ଲୋକ ଆପେ ଉଦ୍ଧାର ପାଇଅଛି ବୋଲି ଗର୍ବ ନ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।

Gade chapit la Kopi

ଓଡିଆ ବାଇବେଲ

9 କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ।

Gade chapit la Kopi




ଏଫିସୀୟ 2:9
9 Referans Kwoze  

ପରମେଶ୍ୱର ଆମ୍ଭକୁ ଉଦ୍ଧାର କରି ନିଜର ପବିତ୍ର ଲୋକ କରିଛନ୍ତି। ଆମ୍ଭମାନଙ୍କର ନିଜ ବଳରେ ତାହା ହୋଇ ନାହିଁ। ବରଂ ପରମେଶ୍ୱର ନିଜେ ଇଚ୍ଛାକରି ଓ ନିଜର ଅନୁଗ୍ରହ ଦ୍ୱାରା ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି ଓ ନିଜ ଲୋକ କରିଛନ୍ତି। ସେହି ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ଆମ୍ଭକୁ ଅନାଦି କାଳରୁ ମିଳିଛି।


ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା'ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହୋଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହେଇଥା’ନ୍ତା ତେବେ ଅନୁଗ୍ରହର କ’ଣ ବା ଅର୍ଥ ହେବ? ତା'ହେଲେ କ’ଣ ହେଲା?


ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ।


ଏହାର କାରଣ ହେଲା, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସାବଧାନ କରାଏ।


ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା।


ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା'ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ।


Swiv nou:

Piblisite


Piblisite