Biblia Todo Logo
Bib sou entènèt

- Piblisite -




ଏଫିସୀୟ 2:17 - ପବିତ୍ର ବାଇବଲ

17 ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ ଦୂରରେ ଥିଲ ଯେ ତୁମ୍ଭେମାନେ, ପୁଣି ନିକଟରେ ଥିଲେ ଯେ ସେମାନେ, ଉଭୟଙ୍କ ନିକଟରେ ସେ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ;

Gade chapit la Kopi

ଓଡିଆ ବାଇବେଲ

17 ଆଉ ଦୂରରେ ଥିଲ ଯେ ତୁମ୍ଭେମାନେ, ଉଭୟଙ୍କ ନିକଟରେ ସେ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ସେଥିଲାଗି ଖ୍ରୀଷ୍ଟ ଆସିଥିଲେ ଓ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିବା ଅଣଇହୁଦୀ ଓ ତାଙ୍କ ନିକଟବର୍ତ୍ତୀ ଇହୁଦୀମାନଙ୍କ ମଧ୍ୟରେ ସୁସମାଚାର ଘୋଷଣା କରିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ ତୁମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଦୂରରେ ଥିଲ, ଉଭୟଙ୍କ ନିକଟରେ ଖ୍ରୀଷ୍ଟ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ;

Gade chapit la Kopi




ଏଫିସୀୟ 2:17
22 Referans Kwoze  

ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଗ୍ଭର ପଠାଇଥିଲେ। ସେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଶାନ୍ତି ସୁସମାଗ୍ଭର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।


ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ୟ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂରରେ ଅଛନ୍ତି ସେମାନଙ୍କ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଡାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।”


ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧୀନ କଲେ।


ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ, ତେଣୁ ସେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୁଅନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର।


“ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ସ୍ମରଣରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀୟମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ।


ଆମ୍ଭେ ଇଫ୍ରୟିମଠାରୁ ରଥକୁ କାଢ଼ି ନେବା, ଯିରୁଶାଲମଠାରୁ ଅଶ୍ୱ ଯୁଦ୍ଧରେ ବ୍ୟବହୃତ ଧନୁ କାଢ଼ି ନିଆଯିବ। ସେହି ରାଜା ଗୋଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିବେ। ତାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୁତ ହେବ।


ସେ ଆମ୍ଭ ମାଧ୍ୟମରେ ପୃଥିବୀର ଲୋକମାନଙ୍କୁ ଡାକୁଛନ୍ତି। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ପୁନର୍ମିଳିତ ହେବା ପାଇଁ ଅନୁରୋଧ କରୁ,


ଯେଉଁ ବ୍ୟକ୍ତି ସୁସମାଗ୍ଭର ଆଣୁଅଛି, ଯିଏ ଶାନ୍ତି ପ୍ରଗ୍ଭର କରୁଅଛି, ଯିଏ ମଙ୍ଗଳ ସୁସମାଗ୍ଭର ଆଣୁଅଛି, ଯିଏ ପରିତ୍ରାଣ ପ୍ରଗ୍ଭର କରୁଅଛି ଓ ଯିଏ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି ବୋଲି କହୁଅଛି, ସେହି ଶାନ୍ତିଦୂତର ଚରଣ ପର୍ବତଗଣ ଉପରେ ସ୍ୱାଗତ ଯୋଗ୍ୟ।”


“ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ଜୟ ହେଉ, ଏବଂ ଏ ପୃଥିବୀରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।”


ଯଦି ସେ ପରିବାର ଲୋକେ ଅଯୋଗ୍ୟ ତେବେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫେରି ଆସିବ।


ମାତ୍ର ଯଦି କେହି ନିରାପତ୍ତା ପାଇଁ ମୋ’ ସହିତ ଶାନ୍ତି ସ୍ଥାପନ କରେ, ତେବେ ସେ ଶାନ୍ତି ସ୍ଥାପନ କରୁ।


ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ। ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।


ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ। ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ; ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।


କିନ୍ତୁ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ। ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ। କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ।


ମୁଁ ଜାଣେ ତୁମ୍ଭେମାନେ ତାହାଙ୍କ ବିଷୟରେ ଶୁଣିଛ। ତୁମ୍ଭେ ତାଙ୍କଠାରେ ଅଛ, ସେଥିପାଇଁ ତୁମ୍ଭକୁ ସତ୍ୟ ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି।


“ମନେକର ଜଣେ ସ୍ତ୍ରୀଲୋକର ଦଶଟି ରୂପା ମୁଦ୍ରା ଅଛି। କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତେବେ ସେହି ସ୍ତ୍ରୀଲୋକଟି ଆଲୁଅ ଲଗେଇ ଘର ସାରା ଭଲ କରି ଓଳେଇ ପକେଇବ ଓ ରୂପା ମୁଦ୍ରାଟି ନ ପାଇବା ପର୍ଯ୍ୟନ୍ତ ଗ୍ଭରିଆଡ଼େ ଖୋଜିବ।


Swiv nou:

Piblisite


Piblisite