ଏଫିସୀୟ 1:3 - ପବିତ୍ର ବାଇବଲ3 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ଵାରା ସ୍ଵର୍ଗରେ ଆଶୀର୍ବାଦ କରିଅଛନ୍ତି, Gade chapit laଓଡିଆ ବାଇବେଲ3 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, Gade chapit laପବିତ୍ର ବାଇବଲ (CL) NT (BSI)3 ଧନ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱର। କାରଣ ସେ ଆମକୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରାଇ ସ୍ୱର୍ଗଲୋକର ସମସ୍ତ ଆଧ୍ୟାତ୍ମିକ ଆଶୀଷ ପ୍ରଦାନ କରିଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, Gade chapit la |
ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମୋତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମୋତେ ଅଧିକ ଦେଶ ରାଜତ୍ୱ କରିବାକୁ ଦିଅ। ତୁମ୍ଭେ ମୋର ପାଶେ ପାଶେ ରୁହ ଓ ମୋତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତେବେ ମୋହର କୌଣସି କଷ୍ଟ ହେବ ନାହିଁ।” ଯାବେଷ୍ ଯାହାକିଛି ମାଗିଲେ, ପରମେଶ୍ୱର ତାକୁ ସେହିସବୁ ପ୍ରଦାନ କଲେ।
ଏହା ପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରିତ କରି କହିଲେ, “ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ କର।” ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ୱରଙ୍କର ପ୍ରଶଂସା ଗାନ କଲେ, ଯେଉଁ ପରମେଶ୍ୱରଙ୍କ ଉପାସନା ସେମାନଙ୍କର ପୂର୍ବପୁରୁଷମାନେ ମଧ୍ୟ କରୁଥିଲେ। ସେମାନେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।