ଏଫିସୀୟ 1:20 - ପବିତ୍ର ବାଇବଲ20 ଏହି ଶକ୍ତି ହେଉଛି ସେହି ଶକ୍ତି, ଯେଉଁ ଶକ୍ତି ବଳରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିଲେ। ସ୍ୱର୍ଗ ରାଜ୍ୟରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ତାହାଙ୍କ ଡାହାଣ ପଟରେ ବସାଇ ଅଛନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)20 ସେହି ଶକ୍ତି ସେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ଵ, ପୁଣି ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, Gade chapit laଓଡିଆ ବାଇବେଲ20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, Gade chapit laପବିତ୍ର ବାଇବଲ (CL) NT (BSI)20 ବର୍ତ୍ତମାନ, ଆମ୍ଭମାନଙ୍କ ମଧ୍ୟରେ ସକ୍ରିୟ ଥିବା ସେହି ଶକ୍ତି ଦ୍ୱାରା ହିଁ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରି ତାଙ୍କୁ ସ୍ୱର୍ଗଲୋକରେ ନିଜ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ କରାଇ ଅଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ, Gade chapit la |
ମୁଁ ଶାନ୍ତିର ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ତାହାଙ୍କର ଇଚ୍ଛାନୁସାରେ ତୁମ୍ଭେମାନେ କାମ କରିବା ପାଇଁ ସେ ତୁମ୍ଭମାନଙ୍କୁ ପ୍ରତ୍ୟେକ ଉତ୍ତମ ବସ୍ତ୍ର ପ୍ରଦାନ କରନ୍ତୁ। ପରମେଶ୍ୱର ହିଁ ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଥିଲେ। ମହାନ୍ ମେଷପାଳକ ଯୀଶୁଙ୍କୁ ପରମେଶ୍ୱର ତାହାଙ୍କ ରକ୍ତ ହେତୁ ପୁନର୍ଜୀବିତ କଲେ। ତାହାଙ୍କର ରକ୍ତ ହିଁ ନୂତନ ଚୁକ୍ତି ଆରମ୍ଭ କଲା। ଏହି ନୂତନ ଚୁକ୍ତି ଚିରନ୍ତନ ଅଟେ। ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ଯ୍ୟଗୁଡ଼ିକ ପରମେଶ୍ୱର ଆମ୍ଭ ଦ୍ୱାରା କରାଉ ଥାଆନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍!
ତେବେ, ତୁମ୍ଭେମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ୍ ଯେ, ଏହା ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଲୋକଟି ସୁସ୍ଥ ହୋଇଛି। ତୁମ୍ଭେମାନେ ସେହି ଯୀଶୁଙ୍କୁ କ୍ରୁଶରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ତାହାଙ୍କ ଦ୍ୱାରା ଏହି ଛୋଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇଛି।