Biblia Todo Logo
Bib sou entènèt

- Piblisite -




ଉପଦେଶକ 9:5 - ପବିତ୍ର ବାଇବଲ

5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାʼନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।

Gade chapit la Kopi

ଓଡିଆ ବାଇବେଲ

5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, କିଅବା ସେମାନେ ଆଉ କୌଣସି ଫଳ ପାଆନ୍ତି ନାହିଁ; କାରଣ ସେମାନଙ୍କ ବିଷୟକ ସ୍ମରଣ ବିସ୍ମୃତ ହୁଏ।

Gade chapit la Kopi




ଉପଦେଶକ 9:5
18 Referans Kwoze  

ସେମାନେ ମୃତ, ସେମାନେ ଜୀବନ ଫେରି ପାଇବେ ନାହିଁ। ସେମାନେ ଭୂତପରି ଯେଉଁମାନେ କେବେହେଲେ ଉଠିବେ ନାହିଁ। ସେମାନଙ୍କୁ ସେମାନଙ୍କର କାର୍ଯ୍ୟକୁ ବିବେଚନା କରି ତୁମ୍ଭେ ସଂହାର କରିଅଛ ଏବଂ କେହି ସେମାନଙ୍କୁ ମନେ ରଖିବେ ନାହିଁ।


ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ୟତକାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।


ମୃତ ଲୋକମାନେ ତୁମ୍ଭକୁ ସେମାନଙ୍କର କବରରେ କେବେ ମନେ ପକାନ୍ତି ନାହିଁ। ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସେଥିପାଇଁ ମୋତେ ରକ୍ଷା କର।


ପ୍ରତ୍ୟେକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଗ୍ଭର ହୁଏ।


ଯଦି ତା'ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ। ଯଦି ତା'ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖି ପାରେ ନାହିଁ।


ଯେପରି ମୂର୍ଖର, ସେହିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରଣ ଭବିଷ୍ୟତରେ, ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଜଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆଯିବ?


ସଦାପ୍ରଭୁ ସେମାନଙ୍କ ପାପକୁ ଚିରଦିନ ମନେ ପକାନ୍ତୁ, କିନ୍ତୁ ପୃଥିବୀରେ ଲୋକମାନେ ସେହି ପରିବାର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଆନ୍ତୁ।


ତା'ପରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସେମାନଙ୍କୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହରରେ ପ୍ରଂଶସିତ ହୋଇଥିଲେ। ଏହା ମଧ୍ୟ ଅର୍ଥହୀନ।


ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।


ଭୋଜିକୁ ଯିବା ଅପେକ୍ଷା ଶବଦାହକୁ ଯିବା ଭଲ। କାରଣ ତାହା ସମୁଦାୟ ମନୁଷ୍ୟର ଶେଷଗତି ଅଟେ ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବା ଉଚିତ୍।


ମୁଁ ଜାଣେ ତୁମ୍ଭେ ମୃତ୍ୟୁ ଆଡ଼କୁ କଢ଼ାଇ ଦେବ। ପ୍ରତ୍ୟେକ ଜୀବିତ ବ୍ୟକ୍ତି ନିଶ୍ଚୟ ମରିବେ।


କାରଣ ଯେଉଁ ଲୋକ ଜୀବିତ ଲୋକ ସମୂହ ମଧ୍ୟରେ ମିଶ୍ରିତ ତାହାର ଭରସା ଥାଏ। ଯେହେତୁ ମୃତ ସିଂହ ଅପେକ୍ଷା ଜୀବିତ କୁକୁର ମଧ୍ୟ ଭଲ ଅଟେ।


ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।


ଆମ୍ଭେମାନେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭେମାନେ ଭୂମିରେ ଢଳା ହୋଇଥିବା ପାଣି ପରି, ଯାହାକି ପୁନର୍ବାର ସଂଗ୍ରହ ହୋଇ ପାରିବ ନାହିଁ। ପରମେଶ୍ୱର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସେମାନଙ୍କ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ୟରେ ଦୌଡ଼ି ପଳାନ୍ତି।


ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି। ମୋତେ ସାହାରା ଦିଅ। ପ୍ରତ୍ୟେକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।


ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା।


Swiv nou:

Piblisite


Piblisite