Biblia Todo Logo
Bib sou entènèt

- Piblisite -




ଉପଦେଶକ 9:18 - ପବିତ୍ର ବାଇବଲ

18 ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ। ମାତ୍ର ଜଣେ ପାପୀ ଅନେକ ମଙ୍ଗଳ ନାଶ କରିପାରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ; ମାତ୍ର ଜଣେ ପାପୀ ବହୁ ମଙ୍ଗଳ ନାଶ କରେ।

Gade chapit la Kopi

ଓଡିଆ ବାଇବେଲ

18 ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ; ମାତ୍ର ଜଣେ ପାପୀ ବହୁ ମଙ୍ଗଳ ନାଶ କରେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଯୁଦ୍ଧାସ୍ତ୍ର ଅପେକ୍ଷା ଜ୍ଞାନ ଉତ୍ତମ; ମାତ୍ର ଜଣେ ପାପୀ ବହୁ ମଙ୍ଗଳ ନାଶ କରେ।

Gade chapit la Kopi




ଉପଦେଶକ 9:18
22 Referans Kwoze  

କିନ୍ତୁ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ୟ ନଷ୍ଟ ସମ୍ବନ୍ଧୀୟ ଆଦେଶ ମାନିଲେ ନାହିଁ। ସେଠାରେ ଜଣେ ଯିହୁଦା ଗୋଷ୍ଠୀୟ ଲୋକ ଥିଲା, ଯାହାର ନାମ ଆଖନ୍। ସେ କର୍ମିର ପୁତ୍ର ଥିଲା ଏବଂ କର୍ମି ଜିମୀର ପୁତ୍ର ଥିଲା। ଯାହା ଧ୍ୱଂସ କରିବାର ଥିଲା, ସେଥିରୁ କିଛି ଆଖନ୍ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କ୍ରୋଧିତ ହେଲେ।


ତେବେ ମୁଁ କହିଲି, ବଳ ଅପେକ୍ଷା ଜ୍ଞାନ ଉତ୍ତମ। ଯଦିଓ ଗରିବ ଲୋକଟିର ଜ୍ଞାନକୁ ଉପେକ୍ଷା କରାଗଲା ଏବଂ ସେ ଯାହା କହେ କେହି ଶୁଣନ୍ତି ନାହିଁ।


ସେମାନେ ମୋଶାଙ୍କୁ ବିରୋଧ କରିଥିଲେ। ସେହିଭଳି ଏହି ଲୋକମାନେ ମଧ୍ୟ ସତ୍ୟର ବିରୋଧ କରନ୍ତି, ସେମାନଙ୍କର ମନ ବିପଥଗାମୀ। ଈଶ୍ୱର ବିଶ୍ୱାସର ଅନୁସରଣ କରିବାରେ ଏମାନେ ବିଫଳ ହୋଇଛନ୍ତି।


“‘ମନେରଖ ସେରହର ପୁତ୍ର ଆଖନ୍, ବର୍ଜିତ ବସ୍ତ୍ର ବିଷୟରେ ସତ୍ୟ ଲଂଘନ କରନ୍ତେ ଇସ୍ରାଏଲର ସମସ୍ତ ମଣ୍ଡଳୀକି ସଦାପ୍ରଭୁଙ୍କର କ୍ରୋଧ ପଡ଼ିଲା, କେବଳ ସେହି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା, କିନ୍ତୁ ସମସ୍ତ ଇସ୍ରାଏଲଗଣ ତା'ର ଦଣ୍ତ ଭୋଗିଲେ। ଆଖନ୍ କେବଳ ତା'ର ପାପ ପାଇଁ ମଲା। ଏବଂ ତା'ର ପାପ ପାଇଁ ବହୁତ ଲୋକ ମଧ୍ୟ ମୃତ୍ୟୁବରଣ କଲେ।’”


ମନଃଶି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲୀୟମାନଙ୍କ ସମ୍ମୁଖରୁ ତଡ଼ି ଦେଇଥିଲେ ସେହିମାନଙ୍କର ଘୃଣ୍ୟକର୍ମ ସେ କଲେ।


ତେଣୁ ମୁଁ ଦେଖିଲି, ଯେପରି ଅନ୍ଧାର ଅପେକ୍ଷା ଆଲୋକ ଉତ୍ତମ, ସେହିପରି ଜ୍ଞାନ ଅଜ୍ଞାନତାଠାରୁ ଭଲ।


କାରଣ ଧନ ଯେପରି ଆଶ୍ରୟ ସ୍ୱରୂପ, ଜ୍ଞାନ ହିଁ ସେହିପରି ଆଶ୍ରୟ ସ୍ୱରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସେମାନଙ୍କର ଜୀବନକୁ ଏହା ସୁରକ୍ଷା କରେ।


ଯଦି ଆମ୍ଭେ ଲୁଣ୍ଠିତ ହୋଇଥିବା ଖାଦ୍ୟ ଖାଇଥା’ନ୍ତୁ କେତେ ଭଲ ହୋଇଥା’ନ୍ତା? ଆମ୍ଭେ ଅଧିକାଂଶ ପଲେଷ୍ଟୀୟଙ୍କୁ ହତ୍ୟା କରି ପାରିଥା’ନ୍ତୁ।”


ଆୟୁବ, ତୁମ୍ଭେ କରୁଥିବା ଭଲ ଓ ମନ୍ଦକାର୍ଯ୍ୟସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ। ସେ ସବୁ ପରମେଶ୍ୱରଙ୍କ ସାହାଯ୍ୟ ବା କ୍ଷତି କରେ ନାହିଁ।


ନଗରରେ ଥିବା ଦଶ ଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ୟକ୍ତିକୁ ଅଧିକ ଶକ୍ତି ଦିଏ।


କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସେପରି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।


କୁହ୍ରାଡ଼ି ଦନ୍ଥଡ଼ା ହେଲେ, ଯଦି ତା'ର ଦାଢ଼ ନ ପଜାଏ, ତେବେ ତାହାପରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ୟ କରିଦିଏ।


Swiv nou:

Piblisite


Piblisite