Biblia Todo Logo
Bib sou entènèt

- Piblisite -




ଉପଦେଶକ 8:4 - ପବିତ୍ର ବାଇବଲ

4 ରାଜାଙ୍କର ଆଦେଶ ଦେବା ପାଇଁ କ୍ଷମତା ଅଛି। କ’ଣ କରିବାକୁ ହେବ, ତାଙ୍କୁ କେହି କହିପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଯେହେତୁ ରାଜବାକ୍ୟ ପରାକ୍ରମବିଶିଷ୍ଟ; ପୁଣି, ତୁମ୍ଭେ କଅଣ କରୁଅଛ, ଏହା ତାଙ୍କୁ କିଏ କହିପାରେ?

Gade chapit la Kopi

ଓଡିଆ ବାଇବେଲ

4 ଯେହେତୁ ରାଜାଙ୍କ ବାକ୍ୟ ପରାକ୍ରମବିଶିଷ୍ଟ; ପୁଣି, ତୁମ୍ଭେ କଅଣ କରୁଅଛ, ଏହା ତାଙ୍କୁ କିଏ କହି ପାରେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଯେହେତୁ ରାଜାଙ୍କ ବାକ୍ୟ ପରାକ୍ରମବିଶିଷ୍ଟ; ପୁଣି, ତୁମ୍ଭେ କଅଣ କରୁଅଛ, ଏହା ତାଙ୍କୁ କିଏ କହିପାରେ?

Gade chapit la Kopi




ଉପଦେଶକ 8:4
18 Referans Kwoze  

ଯଦି ପରମେଶ୍ୱର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ। କିଏ ତାଙ୍କୁ କହି ପାରିବ, ‘ତୁମ୍ଭେ କ’ଣ କରୁଛ?’


ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ।


ତୁମ୍ଭେ କେବଳ ଜଣେ ମଣିଷ। ପରମେଶ୍ୱରଙ୍କୁ ଓଲଟି ପ୍ରଶ୍ନ ପଗ୍ଭରିବାର ଅଧିକାର ତୁମ୍ଭର ନାହିଁ। ମାଟି କଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ “ତୁମ୍ଭେ ମୋତେ ଏପରି ଭାବେ କାହିଁକି ଗଢ଼ିଲ?”


ରାଜାଙ୍କର ରାଗ ସିଂହର ଗର୍ଜନ ପରି, ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।


ରାଜାର କ୍ରୋଧ ସିଂହର ଗର୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ।


ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ'ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।”


ଯୁଦ୍ଧାଶ୍ୱ, ଛାଗ ଓ ରାଜା ଯାହା ବିରୁଦ୍ଧରେ କେହି ଉଠେ ନାହିଁ।


ତେଣୁ ରାଜା ବନାୟକୁ ଏକ ଆଦେଶ ଦେଲେ, ଶିମିୟକୁ ମାରିବା ପାଇଁ ଏବଂ ସେ ଏହା କଲା। ତା'ପରେ ଶଲୋମନ ନିଜ ରାଜ୍ୟ ଉପରେ ପୁରା ଅଧିକାର ପାଇଲେ।


ରାଜା ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ ଓ ସେ ଯାଇ ଅଦୋନିୟକୁ ହତ୍ୟା କଲା।


ମିଶରର ରାଜା ସେହି ଧାତ୍ରୀମାନଙ୍କୁ ଡକାଇ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏପରି କାହିଁକି କଲ? ତୁମ୍ଭେମାନେ କାହିଁକି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲ?”


ରାଜା ଦାଉଦ ଗୁରୁତର ସହକାରେ ଆଦେଶ ଦେଲେ ଯୋୟାବ ଓ ତାଙ୍କର ସେନାଧ୍ୟକ୍ଷଙ୍କୁ, ଲୋକମାନଙ୍କୁ ଗଣିବା ପାଇଁ। ତେଣୁ ଯୋୟାବ ଓ ସେନାଧ୍ୟକ୍ଷମାନେ ରାଜାଙ୍କ ପାଖରୁ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବାକୁ ଗଲେ।


ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ମୋ’ ଅନ୍ତେ ମୋ’ ପଦରେ ସିଂହାସନରେ ବସିବ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମୋର ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।”


ତହିଁରେ ଦାରିୟାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର ବୋଷଣୟ ଓ ସେମାନଙ୍କ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।


Swiv nou:

Piblisite


Piblisite