Biblia Todo Logo
Bib sou entènèt

- Piblisite -




ଉପଦେଶକ 8:1 - ପବିତ୍ର ବାଇବଲ

1 ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ୟାଖ୍ୟା କରେ ତାଙ୍କ ପରି ଆଉ କେହି କରି ପାରିବେ ନାହିଁ। ତା'ର ଜ୍ଞାନ ତାହାକୁ ଖୁସୀ କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସୀ କରାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଜ୍ଞାନବାନର ତୁଲ୍ୟ କିଏ ଅଛି? ଓ କିଏ ବିଷୟର ଭାବାର୍ଥ ଜାଣେ? ମନୁଷ୍ୟର ଜ୍ଞାନ ତାହାର ମୁଖ ପ୍ରସନ୍ନ କରେ ଓ ତାହାର ମୁଖର କାଠିନ୍ୟ ପରିବର୍ତ୍ତିତ ହୁଏ।

Gade chapit la Kopi

ଓଡିଆ ବାଇବେଲ

1 ଜ୍ଞାନବାନର ତୁଲ୍ୟ କିଏ ଅଛି ? ଓ କିଏ ବିଷୟର ଭାବାର୍ଥ ଜାଣେ ? ମନୁଷ୍ୟର ଜ୍ଞାନ ତାହାର ମୁଖ ପ୍ରସନ୍ନ କରେ ଓ ତାହାର ମୁଖର କାଠିନ୍ୟ ପରିବର୍ତ୍ତିତ ହୁଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଜ୍ଞାନବାନ‍ର ତୁଲ୍ୟ କିଏ ଅଛି? ଓ କିଏ ବିଷୟର ଭାବାର୍ଥ ଜାଣେ? ମନୁଷ୍ୟର ଜ୍ଞାନ ତାହାର ମୁଖ ପ୍ରସନ୍ନ କରେ ଓ ତାହାର ମୁଖର କାଠିନ୍ୟ ପରିବର୍ତ୍ତିତ ହୁଏ।

Gade chapit la Kopi




ଉପଦେଶକ 8:1
27 Referans Kwoze  

ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ। ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦେଖାଗଲା ଓ ସେମାନେ ତାହା ଦେଖିଲେ।


ସେହି ଲୋକମାନେ ଅତ୍ୟନ୍ତ କୃର ହେବେ। ବୃଦ୍ଧ ଲୋକମାନଙ୍କ ପ୍ରତି ମଧ୍ୟ ସେମାନେ ଦୟା ଦେଖାଇବେ ନାହିଁ। ସେମାନେ ତୁମ୍ଭର ପିଲାମାନଙ୍କ ପ୍ରତି ମଧ୍ୟ ଦୟା ଦେଖାଇବେ ନାହିଁ।


ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ୟର ନିଜର ବ୍ୟାଖ୍ୟା ନୁହେଁ।


ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପୂର୍ଣ୍ଣ ଭାବରେ ପ୍ରଗ୍ଭର କରିବା ବେଳେ ପ୍ରଭୁ ମୋତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଗ୍ଭର ଶୁଣନ୍ତୁ ବୋଲି ପ୍ରଭୁ ଗ୍ଭହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।


ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର।


ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ।


ବୁଦ୍ଧିମାନର ସମ୍ମୁଖରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ।


ପରମେଶ୍ୱରଙ୍କର ହଜାରେ ଦୂତ ଅଛନ୍ତି। ସେହି ଦୂତମାନଙ୍କ ମଧ୍ୟରୁ ଜଣେ ହୁଏତ ସେହି ବ୍ୟକ୍ତି ପ୍ରତି ଦୃଷ୍ଟି ରଖିଥାଏ। ସେହି ଦୂତ ହୁଏତ ସେହି ଲୋକ କରିଥିବା ଭଲ କାର୍ଯ୍ୟଗୁଡ଼ିକୁ ସେ କହିପାରେ।


ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହୋଇ, ସୁସମାଗ୍ଭରର ନିଗୂଢ଼ ସତ୍ୟ ପ୍ରକାଶ କରିପାରେ, ସେଥିନିମନ୍ତେ ପରମେଶ୍ୱର ମୋତେ ତାହାଙ୍କର ବାକ୍ୟ ପ୍ରଦାନ କଲେ।


ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା।


ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”


ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ୱାନ୍ ଲୋକମାନେ ବଳ ବଢ଼ାନ୍ତି।


ଯେଉଁ ଲୋକମାନେ, ଯିଏ କି ଏହି ହିତୋପଦେଶ ଶୁଣନ୍ତି, ଜ୍ଞାନୀଲୋକ କହି ଯାଇଥିବା କଥା ବୁଝିବାରେ ସକ୍ଷମ ହେବେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ୟ ବୁଝିପାରିବେ। ସେମାନେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।


ସେହି ଦୁଇ ବନ୍ଦୀ ଉତ୍ତର ଦେଲେ, “ଆମ୍ଭେ କାଲି ରାତିରେ ସ୍ୱପ୍ନ ଦେଖିଲୁ, କିନ୍ତୁ ତାହା ବୁଝି ପାରୁ ନାହୁଁ। ସେହି ସ୍ୱପ୍ନର ବ୍ୟାଖ୍ୟା କରିବାକୁ କେହି ନାହିଁ।” ତେବେ ଯୋଷେଫ ସେମାନଙ୍କୁ କହିଲେ, “ପରମେଶ୍ୱର ଜଣେ ଯେ କି ସ୍ୱପ୍ନ ବୁଝିପାରନ୍ତି ଏବଂ ବ୍ୟାଖ୍ୟା ବି କରି ପାରନ୍ତି। ତେଣୁ ମୁଁ ତୁମ୍ଭକୁ ଅନୁରୋଧ କରୁଛି ସେହି ସ୍ୱପ୍ନ ବିଷୟରେ ଆମ୍ଭକୁ କୁହ।”


ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ୟ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହେବ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଜାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।


ଦୁଷ୍ଟ ଲୋକ ଆପଣା ମୁଖ କଠିନ କରେ। ମାତ୍ର ସରଳ ଲୋକ ଆପଣା ବାଟ ଜାଣିଥାଏ।


ଲୋକମାନେ ଦେଖି ପାରିଲେ ଯେ ମୋଶାଙ୍କର ମୁଖ ଉଜ୍ଜ୍ୱଳ ଦିଶୁଛି। ତେଣୁ ମୋଶା ତାଙ୍କର ମୁହଁରେ ଆବରଣ ଦେଲେ। ମୋଶା ସଦାପ୍ରଭୁଙ୍କ ସହିତ ପୁନରାୟ କଥା ହେବା ପର୍ଯ୍ୟନ୍ତ ତାଙ୍କର ମୁହଁ ଆବରଣ କରି ରଖିଲେ।


ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ୟ ପ୍ରଶଂସିତ ହେବ। କିନ୍ତୁ ସେହି ମନୁଷ୍ୟ ଯାହାର ହୃଦୟ ଦୁଷ୍ଟ ଓ ଜି‌‌‌ଦ୍‌‌‌ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ।


ସେ ଗଭୀର ଓ ଗୁପ୍ତ ବିଷୟ ସବୁ ପ୍ରକାଶ କରି ପାରନ୍ତି। ଯେହେତୁ ଜ୍ୟୋତିଃ ତାଙ୍କ ନିକଟରେ ବାସ କରେ। ଅନ୍ଧକାରରେ ଯାହା ଅଛି ସେ ଜାଣନ୍ତି।


Swiv nou:

Piblisite


Piblisite