Biblia Todo Logo
Bib sou entènèt

- Piblisite -




ଉପଦେଶକ 7:3 - ପବିତ୍ର ବାଇବଲ

3 ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ୟବାନ ଶିକ୍ଷା ଦିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ହାସ୍ୟଠାରୁ ଖେଦ ଭଲ; କାରଣ ମୁଖର ବିଷଣ୍ଣତା ଦ୍ଵାରା ହୃଦୟ ପ୍ରସନ୍ନ ହୁଏ।

Gade chapit la Kopi

ଓଡିଆ ବାଇବେଲ

3 ହାସ୍ୟଠାରୁ ଖେଦ ଭଲ; କାରଣ ମୁଖର ବିଷର୍ଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ହାସ୍ୟଠାରୁ ଖେଦ ଭଲ; କାରଣ ମୁଖର ବିଷଣ୍ଣତା ଦ୍ୱାରା ହୃଦୟ ପ୍ରସନ୍ନ ହୁଏ।

Gade chapit la Kopi




ଉପଦେଶକ 7:3
21 Referans Kwoze  

ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍।


ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ। କାରଣ ତୁମ୍ଭେମାନେ ଭୋକିଲା ହେବ। ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ, କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।


ତୁମ୍ଭେମାନେ, ଯେଉଁମାନେ ଏବେ ଭୋକିଲା, ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ରୋଦନ କରୁଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଧନ୍ୟ, କାରଣ ତୁମ୍ଭେମାନେ ଆନନ୍ଦରେ ଜୀବନଯାପନ କରିବ।


ପୁଣି ସେ କହିଲେ, “ହେ ଦାନିୟେଲ, ପରମେଶ୍ୱର ତୁମ୍ଭକୁ ଅତ୍ୟଧିକ ପ୍ରେମ କରନ୍ତି, ତୁମ୍ଭେ ଭୟ କର ନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।” ସେ ଏହା କହିଲା ପରେ ମୁଁ ସବଳ ହୋଇ କହିଲି, “ହେ ପ୍ରଭୁ କୁହନ୍ତୁ, କାରଣ ତୁମ୍ଭେ ମୋତେ ସବଳ କରିଅଛ।”


ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା, ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।


ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି। ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।


ସର୍ବଦା ହସିବା ମୂର୍ଖାମି ଅଟେ। ଖୁସୀ ରହି କ’ଣ ଲାଭ?


ଜ୍ଞାନୀମାନଙ୍କ ହୃଦୟ ଚିତାଗ୍ନିରେ। ମାତ୍ର ମୂର୍ଖମାନଙ୍କ ହୃଦୟ ଭୋଜିରେ ଥାଏ।


Swiv nou:

Piblisite


Piblisite