Biblia Todo Logo
Bib sou entènèt

- Piblisite -




ଉପଦେଶକ 7:20 - ପବିତ୍ର ବାଇବଲ

20 ଯିଏ ପାପ ନ କରି କେବଳ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀରେ ନିଶ୍ଚୟ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

20 ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।

Gade chapit la Kopi




ଉପଦେଶକ 7:20
16 Referans Kwoze  

ସମସ୍ତେ ପାପ କରିଛନ୍ତି ଓ ପରମେଶ୍ୱରଙ୍କ ମହିମା ପାଇବାରେ ଊଣା ପଡ଼ିଛନ୍ତି।


ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।


ଆମ୍ଭେ ସମସ୍ତେ ଅନେକ ଭୁଲ୍ କରୁ। ଯଦି ଜଣେ ଲୋକ କୌଣସି ଭୁଲ୍ କଥା କହି ନାହିଁ, ତା'ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ୟ ସଂଯତ କରି ପାରିବ।


“ତୁମ୍ଭର ଲୋକମାନେ ସମୟ ସମୟରେ ତୁମ୍ଭ ବିରୁଦ୍ଧରେ ପାପ କରିବେ। ମୁଁ ଏହା ଜାଣେ କାରଣ ପ୍ରତ୍ୟେକ ଲୋକ ପାପ କରନ୍ତି। ତୁମ୍ଭେ ସେମାନଙ୍କ ଉପରେ କ୍ରୋଧାନ୍ୱିତ ହେବ ଓ ସେମାନଙ୍କୁ ଶତ୍ରୁମାନଙ୍କ ଦ୍ୱାରା ପରାଜିତ କରାଇବ। ସେମାନଙ୍କର ଶତ୍ରୁ ସେମାନଙ୍କୁ ବନ୍ଦୀକରି ଦୂର ଦେଶକୁ ନେଇଯିବେ।


“ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ,” ଏହା କେହି କହିପାରିବେ ନାହିଁ।


“ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଏପରି ବ୍ୟକ୍ତି କେହି ନାହିଁ, ଯେ ପାପ କରେ ନାହିଁ। ଆଉ ତୁମ୍ଭେ ସେମାନଙ୍କ ଉପରେ କ୍ରୋଧ କରିବ। ତୁମ୍ଭେ ଜଣେ ଶତ୍ରୁଦ୍ୱାରା ସେମାନଙ୍କୁ ପରାଜିତ କରାଇବ, ଆଉ ସେମାନଙ୍କୁ ବନ୍ଦୀ କରାଇ ଦୂରବର୍ତ୍ତୀ କିଅବା ନିକଟବର୍ତ୍ତୀ କୌଣସି ଏକ ଦେଶକୁ ବଳପୂର୍ବକ ଯିବାକୁ ହେବ।


ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ ଆମ୍ଭମାନଙ୍କୁ ଉଡ଼ାଇ ନିଏ।


ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।


ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର, ତେବେ କେହି ବଞ୍ଚିବେ ନାହିଁ।


“କିନ୍ତୁ ଆୟୁବ ମୁଁ ତୁମ୍ଭକୁ କହୁଛି, ତୁମ୍ଭେ ସେସବୁ ଭୁଲ୍ କଥା କହିଛ। ପରମେଶ୍ୱର ଯେକୌଣସି ମଣିଷ ଅପେକ୍ଷା ବଡ଼।


ତେବେ ଯାଜକ ସେହି ଛଉ ଦେଖିବ, ଯଦି ସେମାନଙ୍କ ଶରୀରର ଚର୍ମରେ ସେହି ଚି‌‌କ୍‌‌‌କଣ ଚିହ୍ନ ଅଳ୍ପ ମଳିନ ଶ୍ୱେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ଯାଦୁ ରୋଗ ବୋଲି ବିବେଚିତ ହେବ ଓ ସେହି ଲୋକ ଶୁଚି।


ଯୋନାଥନ ବହୁତ ରାଗିଗଲେ ଓ ଖାଇବା ଟେବୁଲ୍ ପାଖରୁ ଉଠିଗଲେ। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲେ ଓ ଦ୍ୱିତୀୟ ଦିନ ଭୋଜିରେ କିଛି ଖାଇଲେ ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ୟ ଶାଉଲ ଦାଉଦଙ୍କୁ ମାରିବାକୁ ଗ୍ଭହୁଁଥିଲେ।


ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।” ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।


କିନ୍ତୁ ପ୍ରତ୍ୟେକ ମଣିଷ ଆଜି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି। ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି। ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।


Swiv nou:

Piblisite


Piblisite