Biblia Todo Logo
Bib sou entènèt

- Piblisite -




ଉପଦେଶକ 7:15 - ପବିତ୍ର ବାଇବଲ

15 ମୋର ଅର୍ଥହୀନ ଜୀବନ କାଳ ମଧ୍ୟରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତେବେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ୱେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ୱେ ଦୀର୍ଘଜୀବୀ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ମୁଁ ଆପଣା ଅସାରତା ସମୟରେ ଏସବୁ ଦେଖିଅଛି; ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ।

Gade chapit la Kopi

ଓଡିଆ ବାଇବେଲ

15 ମୁଁ ଆପଣା ଅସାରତା ସମୟରେ ଏହିସବୁ ଦେଖିଅଛି; ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ମୁଁ ଆପଣା ଅସାରତା ସମୟରେ ଏହିସବୁ ଦେଖିଅଛି; ଧାର୍ମିକ ଲୋକ କେବେ କେବେ ଆପଣା ଧାର୍ମିକତାରେ ବିନଷ୍ଟ ହୁଏ, ପୁଣି ଦୁଷ୍ଟ ଲୋକ ଆପଣା ଦୁଷ୍କ୍ରିୟାରେ ଦୀର୍ଘଜୀବୀ ହୁଏ।

Gade chapit la Kopi




ଉପଦେଶକ 7:15
21 Referans Kwoze  

କିଏ ଜାଣେ ସେମାନଙ୍କ ଏହି କ୍ଷଣସ୍ଥାୟୀ ଜୀବନରେ, ମନୁଷ୍ୟ ଅଧିକ ଲାଭକରି କ’ଣ କରିପାରେ? କାରଣ ସେମାନଙ୍କର ଦିନଗୁଡ଼ିକ ଛାଇ ପରି ଗ୍ଭଲିଯିବ। କିଏ ଲୋକମାନଙ୍କୁ କହିପାରିବ, ସୂର୍ଯ୍ୟତଳେ ଭବିଷ୍ୟତରେ ଏଇ ପୃଥିବୀରେ କ’ଣ ହେବ?


ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନ କରି ଛାଡ଼ି ନାହାନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସେହି ଧାର୍ମିକ ବ୍ୟକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସେହି ଲୋକମାନଙ୍କୁ ମଧ୍ୟ ମାରି ଦେଇଥିଲେ। ବର୍ତ୍ତମାନ ତୁମ୍ଭେମାନେ ସେହି ଧାର୍ମିକ ବ୍ୟକ୍ତିଙ୍କୁ ପ୍ରତାରିତ ଓ ହତ୍ୟା କରିଛ।


କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ। ସେଠାରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ଯ୍ୟନ୍ତ ବଞ୍ଚିତ ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମରେ, ସେ ଅଭିଶପ୍ତ ବୋଲି ବିଗ୍ଭର କରାଯିବ।


ସୂର୍ଯ୍ୟ ତଳେ ସେ ତୁମ୍ଭକୁ ଅସାର ଆୟୁଷର ଯେତେ ଦିନ ଦେଇଅଛନ୍ତି। ତୁମ୍ଭର ସେହି ଅସାର ଆୟୁଷର ସେତିକି ଦିନ ଆପଣା ପ୍ରିୟତମ ଭାର୍ଯ୍ୟା ସଙ୍ଗେ ଆନନ୍ଦରେ ବାସ କର। କାରଣ ତାହା ତୁମ୍ଭ ଜୀବନର ପୁରସ୍କାର, ସୂର୍ଯ୍ୟତଳେ କରିଥିବା କଠିନ କର୍ମର ଫଳ ଅଟେ।


ପୁଣି ଥରେ ମୁଁ ସୂର୍ଯ୍ୟ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ୟାୟ ସ୍ଥାନରେ, ଦୁଷ୍ଟତା ସେଠାରେ ଥିଲା, ଏବଂ ଯେଉଁଠାରେ ଧାର୍ମିକତା ରହିବା ଉଚିତ୍ ଥିଲା, ସେଠାରେ ଜଣେ ଦୁରାଗ୍ଭର ଥିଲା।


କାରଣ ତାହାର ଦିନସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପ ଜନକ ଅଟେ। ରାତ୍ରିରେ ହିଁ ତା'ର ହୃଦୟ ବିଶ୍ରାମ ପାଏ ନାହିଁ। ଏହା ମଧ୍ୟ ଅସାର।


ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ। ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ। କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ।


ତା'ପରେ ଦୁଇଟି ପାପାଧମ ଲୋକ ଆସି ସେମାନଙ୍କ ସମ୍ମୁଖରେ ସାକ୍ଷୀ ଦେବାକୁ ବସିଲେ। ସେମାନେ ମିଥ୍ୟା ସାକ୍ଷ୍ୟ ଦେଇ କହିଲେ ଯେ, ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଛି। ତହୁଁ ସେମାନେ ନାବୋତକୁ ନଗର ବାହାରକୁ ନେଇ ପଥର ମାରି ବଧ କଲେ।


ଯାକୁବ ଫାରୋଙ୍କୁ କହିଲେ, “ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋରହ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”


ତୁମ୍ଭମାନଙ୍କୁ ଲୋକମାନେ ସେମାନଙ୍କର ସମାଜଗୃହଗୁଡ଼ିକରୁ ବାହାର କରିଦେବେ। ହଁ, ଏପରି ସମୟ ଆସୁଛି ଯେତେବେଳେ ଲୋକମାନେ ଭାବିବେ ଯେ ତୁମ୍ଭକୁ ବଧ କରିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସେବା କରୁଛନ୍ତି।


ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷୟରେ ଗର୍ବ ଅନୁଭବ କରନ୍ତି ଓ ସେହି ଲୋଭୀ ଲୋକମାନେ ପରମେଶ୍ୱରଙ୍କୁ ଅଭିଶାପ ଦିଅନ୍ତି। ଏହି ଉପାୟରେ ସେହି ମନ୍ଦ ଲୋକମାନେ ଦେଖାଇ ଦେବାକୁ ଗ୍ଭହାନ୍ତି ସେମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।


Swiv nou:

Piblisite


Piblisite