Biblia Todo Logo
Bib sou entènèt

- Piblisite -




ଉପଦେଶକ 6:9 - ପବିତ୍ର ବାଇବଲ

9 ଏହା ନିତାନ୍ତ ଖୁସୀର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥିରେ ସନ୍ତୁଷ୍ଟ ହେବା ଭଲ। ଏହା ମଧ୍ୟ ଅସାର ଅଟେ। ଏହା ବାୟୁକୁ ଧରିବା ତୁଲ୍ୟ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ମନର ଲାଳସା ଅପେକ୍ଷା ସାକ୍ଷାତ ଭୋଗ ଭଲ; ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର।

Gade chapit la Kopi

ଓଡିଆ ବାଇବେଲ

9 ମନର ଲାଳସା ଅପେକ୍ଷା ସାକ୍ଷାତ ଭୋଗ ଭଲ; ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ମନର ଲାଳସା ଅପେକ୍ଷା ସାକ୍ଷାତ ଭୋଗ ଭଲ; ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର।

Gade chapit la Kopi




ଉପଦେଶକ 6:9
13 Referans Kwoze  

ସୂର୍ଯ୍ୟ ତଳେ ଘଟୁଥିବା ସମସ୍ତ କାର୍ଯ୍ୟ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ, ସବୁ ଅସାର, ପବନକୁ ଧରିବା ପରି।


ମୁଁ ଯଦି ଠିକ୍ ବାଟରୁ ଆଡ଼େଇ ଯାଏ, ଯଦି ମୋର ଆଖି ହୃଦୟକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ, ଯଦି ମୋର ହାତ ପାପରେ ମଳିନ ହୁଏ। ତେବେ ପରମେଶ୍ୱର ଜାଣିବେ।


ହେ ଯୁବକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ। ତୁମ୍ଭର ହୃଦୟ ଯାହା କରିବା ପାଇଁ ତୁମ୍ଭକୁ ଆଗେଇ ନେଉଛି, ତାହା କର। ଯାହା ଗ୍ଭହୁଁଛ ତାହା କର। କିନ୍ତୁ ମନେରଖ ଯେ, ତୁମ୍ଭେମାନେ ଯାହାସବୁ କରୁଛ, ପରମେଶ୍ୱର ତା'ର ବିଗ୍ଭର କରିବେ।


ପରମେଶ୍ୱର କେତେକଙ୍କୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସେହି ବ୍ୟକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ୱର ସେହି ବ୍ୟକ୍ତିକୁ ଏସବୁ ଉପଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳରେ ଅନ୍ୟ ଜଣେ ଏହା ଉପଭୋଗ କରେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ୟାଧି ସ୍ୱରୂପ ଅଟେ।


ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା'ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା'ର ସବୁକିଛି।


ଏହା ପରେ ମୁଁ ଭାବିଲି, “କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି?” ମୁଁ ଦେଖିଲି ଲୋକମାନେ ଜୀବନରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସେମାନେ କେବେ ଗ୍ଭହାନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ୟ ଅଟେ।


ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।


ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ।


“ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛେଦନ କରିଅଛୁ। ଆଉ ତୁମ୍ଭେ କହିଛ, ‘ଆମ୍ଭେ ତୁମ୍ଭର ଦାସତ୍ୱ କର୍ମ କରିବୁ ନାହିଁ।’ ପ୍ରକୃତରେ ତୁମ୍ଭେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ୟଭିଗ୍ଭର କରି ଗ୍ଭଲିଅଛ।


ତା'ପରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷୟରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନେଲି। ଏବଂ ଏହା ହିଁ ପବନର ପଶ୍ଚା‌‌‌ତ୍‌‌‌ଧାବନ ବୋଲି ମୁଁ ଜାଣିଲି।


Swiv nou:

Piblisite


Piblisite