Biblia Todo Logo
Bib sou entènèt

- Piblisite -




ଉପଦେଶକ 6:3 - ପବିତ୍ର ବାଇବଲ

3 ଜଣେ ଲୋକ ଏକ ଦୀର୍ଘ ଜୀବନଯାପନ କରେ ଏବଂ ସେ ଶହେ ସନ୍ତାନ ଜନ୍ମ ଦେଇପାରେ। କିନ୍ତୁ ଯଦି ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ୟୁ ପରେ ତାକୁ କେହି ସ୍ମରଣ ନ କରେ, ତାହାହେଲେ ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ସେହି ଶିଶୁଟି ଉତ୍ତମ ଅଟେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଯେବେ କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯେବେ ସୁଖରେ ତୃପ୍ତ ନ ହୁଏ, ଆହୁରି ଯେବେ ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ, ତାହାଠାରୁ ବରଞ୍ଚ ଗର୍ଭସ୍ରାବ ଭଲ;

Gade chapit la Kopi

ଓଡିଆ ବାଇବେଲ

3 ଯଦି କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯଦି ସୁଖରେ ତୃପ୍ତ ନ ହୁଏ, ଆହୁରି ଯଦି ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ, ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁୁବରଣ କରିଥିବା ଶିଶୁଟି ଉତ୍ତମ ଅଟେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଯଦି କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯଦି ସୁଖରେ ତୃପ୍ତ ନ ହୁଏ, ଆହୁରି ଯଦି ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ, ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ଶିଶୁଟି ଉତ୍ତମ ଅଟେ;

Gade chapit la Kopi




ଉପଦେଶକ 6:3
23 Referans Kwoze  

ମୁଁ ଯେତେବେଳେ ଶିଶୁ ବା ପିଲାଥିଲି କାହିଁକି ନ ମରି ଭୂମିରେ କବର ନ ନେଲି? ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ ଯିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।


ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୁଶାଲମର ଦ୍ୱାର ବାହାରେ ପକାଯିବ।


ଏବଂ ଯିଏ ଆଜି ପର୍ଯ୍ୟନ୍ତ ଜନ୍ମ ହୋଇ ନାହିଁ, ସେ ଅନ୍ୟତର ସେମାନଙ୍କଠାରୁ ଭଲରେ ଅଛି, ଯେହେତୁ ସେ ସୂର୍ଯ୍ୟତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ।


ଲୋକମାନେ ଇଷେବଲକୁ କବର ଦେବାକୁ ଗଲେ। ମାତ୍ର ସେମାନେ ତା'ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡ଼ା କିଛି ପାଇଲେ ନାହିଁ।


ଯାକୁବ ଫାରୋଙ୍କୁ କହିଲେ, “ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋରହ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”


ମନୁଷ୍ୟପୁତ୍ର ଯିବେ ଓ ମରିଯିବେ। ଏହା ହିଁ ହେବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ମାରିବା ପାଇଁ ଶତ୍ରୁ ହାତରେ ଦେଇଦେବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥା’ନ୍ତା।”


ଏଣୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରାରେ ଓ ରାତ୍ରି ବେଳା କାକରରେ ପକାଯିବ।


ଆଉ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସେମାନେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସେବା କରିଅଛନ୍ତି, ଯେଉଁମାନଙ୍କର ପଶ୍ଚା‌‌ଦ୍‌‌ଗାମୀ ହୋଇ ଅଛନ୍ତି, ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହା ସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରିତ ହୋଇ କବରରେ ପୋତା ହେବ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ୟ ହେବ।


ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।


ଶାମୁକା ଗତି କଲାବେଳେ ତରଳି ଯିବା ପରି ସେମାନେ ତରଳି ଯାଆନ୍ତୁ। ସୂର୍ଯ୍ୟାଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।


ଏଥିରେ ହାମନ୍, ମର୍ଦ୍ଦଖୟ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସେମାନେ ହାମ‌ନ୍‌କୁ ଫାଶି ଦେଲେ। ତହିଁରେ ରାଜାଙ୍କର କ୍ରୋଧ ଶାନ୍ତ ହେଲା।


ଆଉ ହାମନ୍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଛନ୍ତି। ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା।


ରିହବିୟାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧ୍ୟରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ରେମ କରୁଥିଲେ। ରିହବିୟାମ୍ ଅଠେଇଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ୟାଙ୍କର ପିତା ଥିଲେ।


ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ୟରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ଏବଂ ଇସ୍ରାଏଲରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି।


ଆହାବଙ୍କର ସତୁରି ପୁତ୍ର ଶମରିୟାରେ ଥିଲେ। ଯେହୂ ଶମରିୟାରେ ଯିଷ୍ରିୟେଲର ଅଧ୍ୟକ୍ଷ ଅର୍ଥାତ ପ୍ରାଚୀନବର୍ଗମାନଙ୍କୁ ଓ ଆହାବଙ୍କ ପୁତ୍ରମାନଙ୍କ ପ୍ରତିପାଳକମାନଙ୍କ ନିକଟକୁ ଏହିପରି ପତ୍ରମାନ ଲେଖି ପଠାଇଲେ। ଯଥା:


ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, “ତୁମ୍ଭ ସହିତ ଏହି ଲୋକମାନେ କିଏ?” ଯାକୁବ ଉତ୍ତର ଦେଲେ, “ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।”


ସେହିପରି ଶିଶୁଟି ଘନ କୁହୁଡ଼ିରେ ଆଚ୍ଛାଦନ ହୋଇ ଆସେ ଏବଂ ଅନ୍ଧାରରେ ଏଇ ପୃଥିବୀରୁ ଗ୍ଭଲିଯାଏ, ଏବଂ ସେହି ଅନ୍ଧାର ଏହାର ନାମକୁ ମଧ୍ୟ ଲୁଗ୍ଭଇ ଦିଏ।


ମୁଁ ଜନ୍ମ ସମୟରେ କାହିଁକି ନ ମଲି? ମୁଁ କାହିଁକି ନ ମରି ବଞ୍ଚିଛି?


Swiv nou:

Piblisite


Piblisite