Biblia Todo Logo
Bib sou entènèt

- Piblisite -




ଉପଦେଶକ 5:13 - ପବିତ୍ର ବାଇବଲ

13 ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଯାହା ଜୀବନରେ ଘଟିଛି। ମନୁଷ୍ୟମାନେ ସେମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଧନାଧିକାରୀ ଦ୍ଵାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ, ଏହି ଏକ ବ୍ୟାଧି ସ୍ଵରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି;

Gade chapit la Kopi

ଓଡିଆ ବାଇବେଲ

13 ଧନ ଅଧିକାରୀ ଦ୍ୱାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ, ଏହି ଏକ ବ୍ୟାଧି ସ୍ୱରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଧନ ଅଧିକାରୀ ଦ୍ୱାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ, ଏହି ଏକ ବ୍ୟାଧି ସ୍ୱରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି;

Gade chapit la Kopi




ଉପଦେଶକ 5:13
29 Referans Kwoze  

ତେଣୁ ଲୋଟ ବାହାରକୁ ଯାଇ ତାଙ୍କର ଜ୍ୱାଇଁଙ୍କୁ କହିଲେ, “ଶୀଘ୍ର ଏ ସହର ପରିତ୍ୟାଗ କର! ପରମେଶ୍ୱର ଖୁବ୍ ଶୀଘ୍ର ଏହି ସହର ଧ୍ୱଂସ କରିବେ।” କିନ୍ତୁ ସେହି ଲୋକମାନେ ଭାବିଲେ ଲୋଟ ସେମାନଙ୍କ ସହିତ ଥଟ୍ଟା ହେଉଛନ୍ତି।


ଯୀଶୁ କହିଲେ, “ଥରେ ଜଣେ ଧନୀଲୋକ ସଦାବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସମ୍ପୂର୍ଣ୍ଣ ଭୋଜି ଦେବାକୁ ସକ୍ଷମ ଥିଲା।


ସେମାନଙ୍କର ସୁନାରୂପା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ। ସେହି ସମୟରେ ସଦାପ୍ରଭୁ ଅତ୍ୟନ୍ତ ବିବ୍ରତ ଓ କ୍ରୋଧୀ ହୋଇ ପଡ଼ିବେ। ସଦାପ୍ରଭୁ ସମଗ୍ର ବିଶ୍ୱକୁ ଧ୍ୱଂସ କରିବେ। ସଦାପ୍ରଭୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱରେ ସମସ୍ତଙ୍କୁ ବିନାଶ କରିବେ।”


ମୁଁ ଏହିସବୁ ଦେଖିଛି ଯାହା ସୂର୍ଯ୍ୟ ତଳେ କରାଯାଏ, ଏବଂ ମୁଁ ଏ ବିଷୟରେ ଗଭୀର ଭାବରେ ଚିନ୍ତା କରିଛି। କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ।


ଯଦି କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କେହି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଗ୍ଭରେ ନାହିଁ ଯେ, “କାହିଁକି ମୁଁ ଏତେ କଠିନ କାର୍ଯ୍ୟ କରୁଛି? କାହିଁକି ମୁଁ ମୋର ଜୀବନକୁ ଉପଭୋଗ କରିବି ନାହିଁ?” ଏହା ମଧ୍ୟ ଅସାର ଓ ଅତ୍ୟନ୍ତ କ୍ଳେଶ ଜନକ।


ପ୍ରଭୁଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା ପାଇବ।


“କିନ୍ତୁ ଯେକେହି ମୋର କଥା ଶୁଣିବ, ସେ ସୁରକ୍ଷାରେ ପ୍ରବେଶ କରିବ। ତାହାର କେବେହେଲେ କୌଣସି ଦୁର୍ଭାଗ୍ୟ ନ ଥିବ।


ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।


ଏହା ପରେ ସେ ତାଙ୍କର ଭାତୃପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ୟଗଣଙ୍କୁ ବାହୁଡ଼ାଇ ଆଣିଲେ।


ଜଖିୟ ପ୍ରଭୁଙ୍କୁ କହିଲେ, “ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମୋ’ ଧନର ଅଧା ଗରିବଙ୍କୁ ବାଣ୍ଟି ଦେବି। ମୁଁ ଯଦି କାହାରିକୁ ଠକିଥାଏ, ତେବେ ସେହି ଲୋକକୁ ଗ୍ଭରି ଗୁଣ ଧନ ଫେରାଇ ଦେବି।”


ସେତେବେଳେ ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦେବେ। ସେମାନେ ସେହି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ୱର ଭିତରରେ ଫିଙ୍ଗି ଦେବେ।


ସେହି ସମୟରେ ଲୋଟର ସ୍ତ୍ରୀ ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲେ।


“ଦୁଷ୍ଟଲୋକ କେବେ ବି ଅନ୍ତରରେ ବିଶ୍ରାମ ନେଇପାରେ ନାହିଁ। ତା'ର ପ୍ରିୟ ଧନ ତାକୁ ରକ୍ଷା କରି ପାରିବ ନାହିଁ।


ଦୁର୍ଘଟଣା ବଶତଃ ସେହିସବୁ ଧନ କ୍ଷୟ ପାଏ। ଯେତେବେଳେ ତା'ର ପୁତ୍ର ଜନ୍ମ ହୁଏ, ତାକୁ ଦେବା ପାଇଁ ତା'ର କିଛି ନ ଥାଏ।


ଧନୀ ହେବାକୁ ନିଜକୁ କ୍ଳାନ୍ତ କର ନାହିଁ। କେତେବେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ।


ସମ୍ପତ୍ତି ସର୍ବଦା ସ୍ଥାୟୀ ନୁହେଁ। ମୁକୁଟ ମଧ୍ୟ ପୁରୁଷାନୁକ୍ରମେ ରହେ ନାହିଁ।


Swiv nou:

Piblisite


Piblisite