Biblia Todo Logo
Bib sou entènèt

- Piblisite -




ଉପଦେଶକ 3:5 - ପବିତ୍ର ବାଇବଲ

5 ପ୍ରସ୍ତର ପକାଇବାର ସମୟ ଅଛି ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ୟ ସମୟ ଅଛି। ଆଲିଙ୍ଗନ ପାଇଁ ସମୟ ଅଛି ଓ ଆଲିଙ୍ଗନରୁ ନିବୃତ୍ତ ହେବାର ମଧ୍ୟ ସମୟ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପ୍ରସ୍ତର ପକାଇବାର ସମୟ ଓ ପ୍ରସ୍ତର ସଂଗ୍ରହ କରିବାର ସମୟ; ଆଲିଙ୍ଗନ କରିବାର ସମୟ ଓ ଆଲିଙ୍ଗନରୁ ନିବୃତ୍ତ ହେବାର ସମୟ;

Gade chapit la Kopi

ଓଡିଆ ବାଇବେଲ

5 ପ୍ରସ୍ତର ପକାଇବାର ସମୟ ଓ ପ୍ରସ୍ତର ସଂଗ୍ରହ କରିବାର ସମୟ; ଆଲିଙ୍ଗନ କରିବାର ସମୟ ଓ ଆଲିଙ୍ଗନରୁ ନିବୃତ୍ତ ହେବାର ସମୟ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପ୍ରସ୍ତର ପକାଇବାର ସମୟ ଓ ପ୍ରସ୍ତର ସଂଗ୍ରହ କରିବାର ସମୟ; ଆଲିଙ୍ଗନ କରିବାର ସମୟ ଓ ଆଲିଙ୍ଗନରୁ ନିବୃତ୍ତ ହେବାର ସମୟ,

Gade chapit la Kopi




ଉପଦେଶକ 3:5
11 Referans Kwoze  

ଇସ୍ରାଏଲର ସେନା ନଗରଟିକୁ ଧ୍ୱଂସ କରିଦେଲେ। ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡରେ ପ୍ରସ୍ତରଦ୍ୱାରା ପୂର୍ଣ୍ଣ କଲେ। ସେମାନେ ଜଳ ନିର୍ଝରଗୁଡ଼ିକୁ ବନ୍ଦ କରି ଦେଲେ। ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇଲେ, ଇସ୍ରାଏଲୀୟମାନେ କୀ‌ର୍‌ହେରସ‌ତ୍‌ର ସମସ୍ତ ପଥରେ ଯୁଦ୍ଧ କଲେ। ସେମାନେ ଏହାର ଚତୁର୍ଦ୍ଦିଗରେ ଘେରିଗଲେ ଓ ଏହା ଉପରେ ମଧ୍ୟ ଆକ୍ରମଣ କଲେ।


ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦେଲା ପରେ ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ନିଜକୁ ଲୁଗ୍ଭଇ ଥିଲେ, ତାହା ଭିତରକୁ ଫୋପାଡ଼ି ଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଦେଇ ବନ୍ଦ କଲେ ଯାହାକି ଆଜିଯାଏ ଅଛି।


ସବୁ ଲୋକଙ୍କୁ ଏକତ୍ରିତ କର। ସ୍ୱତନ୍ତ୍ର ସଭାର ଆୟୋଜନ କର। ବୃଦ୍ଧ, ପିଲା, ଶିଶୁ ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ରିତ କର। ନବ ବିବାହିତ ବର କନ୍ୟା ନିଜ ଶୟନକକ୍ଷରୁ ବାହାରକୁ ଆସନ୍ତୁ।


ଏହା ପରେ ମୋଶା ଲୋକମାନଙ୍କୁ କହିଲେ, “ତୃତୀୟ ଦିନରେ ପ୍ରସ୍ତୁତ ହୁଅ। ତୁମ୍ଭେମାନେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିବ ନାହିଁ।”


ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା'ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ।


କାନ୍ଦିବା ପାଇଁ ଏକ ସମୟ ଅଛି ଓ ହସିବା ପାଇଁ ମଧ୍ୟ ଏକ ସମୟ ଅଛି। ବିଳାପ ପାଇଁ ସମୟ ଅଛି ଓ ଖୁସୀରେ ନୃତ୍ୟ କରିବାର ପାଇଁ ମଧ୍ୟ ସମୟ ଅଛି।


ଅନ୍ୱେଷଣ କରିବାର ସମୟ ଅଛି ଓ ହଜାଇବାର ମଧ୍ୟ ସମୟ ଅଛି। ରହିବାର ସମୟ ଅଛି ଓ ହଜାଇବାର ମଧ୍ୟ ସମୟ ଅଛି। ରଖିବାର ସମୟ ଅଛି ଓ ପକାଇବାର ମଧ୍ୟ ସମୟ ଅଛି।


Swiv nou:

Piblisite


Piblisite