Biblia Todo Logo
Bib sou entènèt

- Piblisite -




ଉପଦେଶକ 3:20 - ପବିତ୍ର ବାଇବଲ

20 ମୃତ ମନୁଷ୍ୟ ଓ ପଶୁର ଶରୀର ଏକା ପ୍ରକାରରେ ବିନାଶ ହୁଏ। ସେମାନେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀରେ ମିଶିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ସମସ୍ତେ ଏକ ସ୍ଥାନକୁ ଯାʼନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି।

Gade chapit la Kopi

ଓଡିଆ ବାଇବେଲ

20 ସମସ୍ତେ ଏକ ସ୍ଥାନକୁ ଯାଆନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ସମସ୍ତେ ଏକ ସ୍ଥାନକୁ ଯାଆନ୍ତି; ସମସ୍ତେ ଧୂଳିରୁ ଉତ୍ପନ୍ନ ଓ ସମସ୍ତେ ପୁନର୍ବାର ଧୂଳିରେ ଲୀନ ହୁଅନ୍ତି।

Gade chapit la Kopi




ଉପଦେଶକ 3:20
20 Referans Kwoze  

ତୁମ୍ଭେ ମରିବା ପର୍ଯ୍ୟନ୍ତ ମୂଖର ଝାଳରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆଯାଇଛ, ଏଣୁ ଧୂଳିକୁ ଫେରିଯିବ।”


ତେବେ ପୃଥିବୀର ସମସ୍ତ ଲୋକେ ମୃତ୍ୟୁବରଣ କରିବେ। ସବୁ ଲୋକ ପୁଣି ଧୂଳିରେ ପରିଣତ ହେବେ।


ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍ଭେ ମଲା ପରେ ପୁଣି ଧୂଳିକୁ ଫେରିଯିବ। ଏବଂ ତୁମ୍ଭର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଫେରିଯିବ।


ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।


ପୁଣି ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି 200 ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାଆନ୍ତି?


ମନୁଷ୍ୟର ଆତ୍ମା ସ୍ୱର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷୟରେ କହି ପାରିବ?”


ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ, ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି, ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।


ଭଷା ମେଘ ଅଦୃଶ୍ୟ ହେଲାପରି, ଜଣେ ବ୍ୟକ୍ତି କବର ଭିତରକୁ ଯାଏ ଏବଂ ସେ ସେଥିରୁ ଫେରି ଆସେ ନାହିଁ।


ପୁଣି ଯେଉଁମାନେ ମୃତ ଓ କବର ପ୍ରାପ୍ତ ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ। କେତେକ ଅନନ୍ତ ଜୀବନ, କେତେକ ଲଜ୍ଜା ଓ କେତେକ ଚିର ଅପମାନ ଭୋଗ ପାଇଁ ଉଠିବେ।


ସେହି ଲୋକମାନେ ମେଷମାନଙ୍କ ପରି ଅଟନ୍ତି। ସେମାନେ ଶେଷରେ ସେହି କବରରେ ପତିତ ହେବେ ଓ ମୃତ୍ୟୁ ସେମାନଙ୍କ ମେଷପାଳକ ହେବ। ତା'ପରେ ସେହି ସକାଳେ ଉତ୍ତମ ବ୍ୟକ୍ତିଗଣ ବିଜୟୀ ହେବେ। ସେହି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିବ, ସେମାନଙ୍କର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହେବ।


“ମୁଁ ହୁଏତ କବରକୁ ମୋର ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମୋର ବିଛଣା ଅନ୍ଧକାରରେ ବିଛାଇବି।


ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ୟ ତୁମ୍ଭେ ମଧ୍ୟ ତୁମ୍ଭ ପୂର୍ବପୁରୁଷଗଣ ନିକଟକୁ ଯିବ।


ଇଶ୍ମାଏଲ 137 ବର୍ଷ ବଞ୍ଚିଲେ। ଏହା ପରେ ସେ ପ୍ରାଣତ୍ୟାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ।


ଏହା ପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ୟୁବରଣ କଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।


“କିନ୍ତୁ ନିଶ୍ଚୟ କେହି ଜଣକୁ ଆଘାତ କରିବନି ଯିଏ ବିନଷ୍ଟ ହୋଇ ଯାଇଛି ଏବଂ ସାହାଯ୍ୟ ପାଇଁ କାନ୍ଦୁଛି।


ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ। ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।


ଭୋଜିକୁ ଯିବା ଅପେକ୍ଷା ଶବଦାହକୁ ଯିବା ଭଲ। କାରଣ ତାହା ସମୁଦାୟ ମନୁଷ୍ୟର ଶେଷଗତି ଅଟେ ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବା ଉଚିତ୍।


କିନ୍ତୁ ମଣିଷ ଯେତେବେଳେ ମରିଯାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସେପରି ଶେଷ ନିଶ୍ୱାସ ନିଏ ଏବଂ ତା'ପରେ ସେ କେଉଁଠାରେ?


ମନୁଷ୍ୟ ମଲେ କ’ଣ ପୁଣି ଆଉ ବଞ୍ଚିବ? ମୁଁ ନିଶ୍ଚୟ ଅପେକ୍ଷା କରିବି ଯେତେଦିନ ପର୍ଯ୍ୟନ୍ତ ମୁଁ ମୁକ୍ତ ନ ହୋଇଛି।


Swiv nou:

Piblisite


Piblisite