ଉପଦେଶକ 2:24 - ପବିତ୍ର ବାଇବଲ24-25 ଏପରି କେହି ଅଛି କି ଯିଏକି ମୋ'ଠାରୁ ସୁଖୀ ହେବା ପାଇଁ ଅଧିକ ଚେଷ୍ଟା କରିଛି। ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା, ପିଇବା, ଏବଂ କରିଥିବା କାର୍ଯ୍ୟକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ୱରଙ୍କଠାରୁ ଆସେ। Gade chapit laପବିତ୍ର ବାଇବଲ (Re-edited) - (BSI)24 ଭୋଜନପାନ ଓ ନିଜ ପରିଶ୍ରମରେ ଆପଣା ପ୍ରାଣକୁ ସୁଖଭୋଗ କରାଇବା ଅପେକ୍ଷା ମନୁଷ୍ୟର ଆଉ ଅଧିକ ମଙ୍ଗଳ ବିଷୟ ନାହିଁ। ମଧ୍ୟ ମୁଁ ଦେଖିଲି, ଏହା ପରମେଶ୍ଵରଙ୍କ ହସ୍ତରୁ ହୁଅଇ। Gade chapit laଓଡିଆ ବାଇବେଲ24 ଭୋଜନ ଓ ପାନ ପୁଣି ନିଜ ପରିଶ୍ରମରେ ଆପଣା ପ୍ରାଣକୁ ସୁଖଭୋଗ କରାଇବା ଅପେକ୍ଷା ମନୁଷ୍ୟର ଆଉ ଅଧିକ ମଙ୍ଗଳ ବିଷୟ ନାହିଁ। ମଧ୍ୟ ମୁଁ ଦେଖିଲି, ଏହା ପରମେଶ୍ୱରଙ୍କ ହସ୍ତରୁ ହୁଏ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ଭୋଜନ ଓ ପାନ ପୁଣି ନିଜ ପରିଶ୍ରମରେ ଆପଣା ପ୍ରାଣକୁ ସୁଖଭୋଗ କରାଇବା ଅପେକ୍ଷା ମନୁଷ୍ୟର ଆଉ ଅଧିକ ମଙ୍ଗଳ ବିଷୟ ନାହିଁ। ମଧ୍ୟ ମୁଁ ଦେଖିଲି, ଏହା ପରମେଶ୍ୱରଙ୍କ ହସ୍ତରୁ ହୁଏ। Gade chapit la |
ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି।
ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେମାନେ ତାହା ଭୋଜନ କରିବ। ତୁମ୍ଭେ ଓ ତୁମ୍ଭର ପୁତ୍ର ତୁମ୍ଭର କନ୍ୟା ତୁମ୍ଭ ଦାସ ଓ ଦାସୀଗଣ ଏବଂ ନଗରଦ୍ୱାର ମଧ୍ୟବର୍ତ୍ତୀ ଲେବୀୟ ଲୋକ ସେହି ନୈବେଦ୍ୟ ଭୋଜନ କରିବ। ଯେଉଁଗୁଡ଼ିକ ତୁମ୍ଭମାନଙ୍କର କଠିନ ପରିଶ୍ରମର ଫଳ, ତହିଁରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତୁମ୍ଭେ ଆନନ୍ଦ କରିବ।