Biblia Todo Logo
Bib sou entènèt

- Piblisite -




ଉପଦେଶକ 2:15 - ପବିତ୍ର ବାଇବଲ

15 ତେଣୁ ମୁଁ ଆପଣା ମନେ ମନେ କହିଲି, “ମୂର୍ଖ ପ୍ରତି ଯେପରି ଘଟେ, ମୋ’ ପ୍ରତି ହିଁ ସେହିପରି ଘଟିବ। ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି।” ତେଣୁ ମୁଁ ଭାବିଲି, “ଏହା ମଧ୍ୟ ଅସାର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତହିଁରେ ମୁଁ ଆପଣା ମନେ ମନେ କହିଲି, ମୂର୍ଖ ପ୍ରତି ଯେରୂପ ଘଟେ, ମୋʼ ପ୍ରତି ହିଁ ସେରୂପ ଘଟିବ; ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି? ତହୁଁ ମୁଁ ମନେ ମନେ କହିଲି, ଏହା ହିଁ ଅସାର।

Gade chapit la Kopi

ଓଡିଆ ବାଇବେଲ

15 ତହିଁରେ ମୁଁ ଆପଣା ମନେ ମନେ କହିଲି, “ମୂର୍ଖ ପ୍ରତି ଯେରୂପ ଘଟେ, ମୋ’ ପ୍ରତି ହିଁ ସେରୂପ ଘଟିବ; ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି ?” ତହୁଁ ମୁଁ ମନେ ମନେ କହିଲି, “ଏହା ହିଁ ଅସାର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତହିଁରେ ମୁଁ ଆପଣା ମନେ ମନେ କହିଲି, “ମୂର୍ଖ ପ୍ରତି ଯେରୂପ ଘଟେ, ମୋʼ ପ୍ରତି ହିଁ ସେରୂପ ଘଟିବ; ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି?” ତହୁଁ ମୁଁ ମନେ ମନେ କହିଲି, ଏହା ହିଁ ଅସାର।

Gade chapit la Kopi




ଉପଦେଶକ 2:15
9 Referans Kwoze  

ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ୟବହାର କରିବାକୁ ହେବ, ତାହା ଯଦି ଜାଣେ, ଉତ୍ତମତା କ’ଣ?


ସୂର୍ଯ୍ୟ ତଳେ ଘଟୁଥିବା ସମସ୍ତ କାର୍ଯ୍ୟ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ, ସବୁ ଅସାର, ପବନକୁ ଧରିବା ପରି।


ଯେପରି ମୂର୍ଖର, ସେହିପରି ଜ୍ଞାନବାନ ଲୋକର ସ୍ମରଣ ସର୍ବଦା ନ ଥାଏ। କାରଣ ଭବିଷ୍ୟତରେ, ସମସ୍ତେ ବିସ୍ମୃତ ହୋଇ ଯାଇଥିବେ। ଜଣେ ଜ୍ଞାନୀ ଲୋକକୁ କିପରି ମୂର୍ଖ ଲୋକ ପରି ମରିବା ପାଇଁ ଅନୁମତି ଦିଆଯିବ?


ବହୁତ ଜ୍ଞାନରେ ବହୁତ କ୍ଳେଶ ଥାଏ। ଯେ ବିଦ୍ୟା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ।


ମୁଁ ନିଜକୁ ନିଜେ କହେ, “ମୁଁ ବଡ଼ ଜ୍ଞାନୀ ଯିରୁଶାଲମରେ ମୋ’ ପୂର୍ବରୁ ଯେଉଁ ରାଜା ଥିଲେ, ମୁଁ ସେମାନଙ୍କଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି। ମୋର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାନୁଭବୀ ହୋଇଅଛି?”


ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ।


ତେଣୁ ତୁମ୍ଭେ ଯାହା ମାଗିଲ ଆମ୍ଭେ ତାହା ଦେବାକୁ ଯାଉଅଛୁ। ଆମ୍ଭେ ତୁମ୍ଭକୁ ଜ୍ଞାନି ଓ ବୁଦ୍ଧିମାନ କରାଇବା। ଆମ୍ଭେ ତୁମ୍ଭକୁ ଏପରି ମହତ୍ ଜ୍ଞାନ ଦେବା ଯେ, ଅତୀତରେ ତୁମ୍ଭ ସମାନ କେହି ନ ଥିଲେ କି ଭବିଷ୍ୟତରେ କେହି ହେବେ ନାହିଁ।


ସେମାନେ ଯେତେ ଅଧିକ ଯୁକ୍ତି କରିବେ, ତାହା ସେତେ ଅନାବଶ୍ୟକ ଅଟେ। ଏହା ତାଙ୍କର କ’ଣ ଲାଭ ହେବ?


Swiv nou:

Piblisite


Piblisite